ETV Bharat / bharat

Udaipur Killing: ଘଟଣାକୁ ଇସଲାମ ବିରୋଧୀ କହିଲା ଜାମିଆତ-ଉଲାମା-ଆଇ-ହିନ୍ଦ - ନୂପୁର ଶର୍ମାଙ୍କୁ ସମର୍ଥନ କରିବାରୁ ହତ୍ୟା

ରାଜସ୍ଥାନ ଉଦୟପୁର ହତ୍ୟାକାଣ୍ଡ ପରେ ଦେଶବ୍ୟାପୀ ପ୍ରତିକ୍ରିୟା । ଘଟଣାକୁ ନିନ୍ଦା କରିବା ସହ ଇସଲାମ ବିରୋଧୀ କହିଲା ଇସଲାମିକ ସଂଗଠନ ଜାମିଅତ-ଉଲାମା-ଆଇ-ହିନ୍ଦ । ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି । ବନ୍ଦ ରହିଛି ଇଣ୍ଟରନେଟ ସେବା । ଅଧିକ ପଢନ୍ତୁ

Udaipur killing: ଘଟଣାକୁ ଇସଲାମ ବିରୋଧୀ କହିଲା ଜାମିଅତ ଉଲାମା ଆଇ ହିନ୍ଦ

author img

By

Published : Jun 29, 2022, 7:09 AM IST

ଜୟପୁର: ରାଜସ୍ଥାନର ଉଦୟପୁରରେ ହୋଇଥିବା ହତ୍ୟାକାଣ୍ଡକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ଦେଖିବାକୁୁ ମିଳିଛି । କୌଣସି ଅପ୍ରିତିକର ସ୍ଥିତି ଏଡାଇବା ପାଇଁ ଉଦୟପୁର ସହରରେ 144 ଧାରା ଜାରି ସହ ପୋଲିସ ଓ ଅର୍ଦ୍ଧ୍ବ ସାମରିକ ବଳ ମଧ୍ୟ ନିୟୋଜିତ ହୋଇଛନ୍ତି । ଏହି ଘଟଣାକୁ ନିନ୍ଦା କରିଛି ଜାମିଆତ-ଉଲାମା-ଆଇ-ହିନ୍ଦ (Jamiat Ulama-i-Hind) । ଏପରି କାର୍ଯ୍ୟ ଇସଲାମ ବିରୋଧୀ ବୋଲି ସଂଗଠନ ସ୍ପଷ୍ଟ କରିଛି । ରାଜସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକିଡ କରାଯିବା ସହ ଇଣ୍ଟରନେଟ ସେବା ମଧ୍ୟ ସାମୟିକ ଭାବେ ବନ୍ଦ ରଖାଯାଇଛି ।

ଜାମିଆତ ସଂଗଠନର ସାଧାରଣ ସମ୍ପାଦକ, ଘଟଣାକୁ ଦୃଢ ନନ୍ଦା କରିଛନ୍ତି । ଇସଲାମ ମହାପୁରୁଷ ମହମ୍ମଦଙ୍କ ସମ୍ମାନ ପାଇଁ ଏହି ହତ୍ୟାକାଣ୍ଡ କରାଯାଇଥିବା କହିବା ଅତ୍ୟନ୍ତ ଘୃଣାର କଥା । ଏହି ହତ୍ୟାକାଣ୍ଡକୁ ଯେତେ ଘୃଣା କଲେ ମଧ୍ୟ ତାହା କମ ହେବା ନେଇ ମତ ଦେଇଛନ୍ତି । ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ଇସଲାମ ଓ ଦେଶର ସମ୍ବିଧାନ ବିରୋଧୀ । ହତ୍ୟାକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି । ଆଇନ ଅନୁସାରେ ଦୋଷୀକୁ ଦଣ୍ଡ ମିଳିବା ନେଇ ମଧ୍ୟ ଜାମିଆତ ସାଧାରଣ ସମ୍ପାଦକ ନିଜ ମନ୍ତବ୍ୟରେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-Udaipur Murder: ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ, ମାସେ ଯାଏଁ ୧୪୪ ଧାରା ଲାଗୁ

ଇସଲାମ ମହାପୁରଷ ମହମ୍ମଦଙ୍କ ଉପରେ ବିବାଦୀୟ ବୟାନ ଦେଇଥିବା ନିଲମ୍ବିତ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ସପକ୍ଷରେ ସୋସିଆଲ ମିଡିଆରେ କିଛି ପୋଷ୍ଟ କରିଥିଲେ ହତ୍ୟାର ଶିକାର ହୋଇଥିବା ଯୁବକ । ସେ ପେଶାରେ ଜଣେ ଟେଲର ଓ ତାଙ୍କ ନାମ କହ୍ନେୟାଲାଲ ବୋଲିି ସ୍ପଷ୍ଟ ହୋଇଛି । ହତ୍ୟା ଘଟଣାର ଭିଡିଓ ଭାଇରାଲ ହେବା ପରେ ସାରା ଦେଶରେ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ମଧ୍ୟ ସୃଷ୍ଟି ହେବାରେ ଲାଗିଛି ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେବା ସହ ରାଜ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ନିବେଦନ ମଧ୍ୟ କରିଛନ୍ତି । ଜାତୀୟ ତଦନ୍ତକାରୀ ସଂସ୍ଥା NIAକୁ ଏହି ଘଟଣାର ତଦନ୍ତ ଭାର ଦେଇଛି କେନ୍ଦ୍ର ସରକାର । ଏନଆଇଏର ଏକ ଉଚ୍ଚସ୍ତରୀୟ ଟିମ ଘଟଣାସ୍ଥଳକୁ ଗସ୍ତ କରିଛନ୍ତି । ଉଦୟପୁର ସମେତ ଆଖପାଖ ଅଞ୍ଚଳରେ ଧାରା 144 ଜାରି ସହ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.