ETV Bharat / bharat

ହଟିଲା ପ୍ରବେଶ କଟକଣା, ଜାମା ମସଜିଦକୁ ଏକୁଟିଆ ଯାଇପାରିବେ ଯୁବତୀ - Jama Masjid Withdraws Ban On Girls Entry

ଦିଲ୍ଲୀ ଜାମା ମସଜିଦକୁ ଏକୁଟିଆ ଯାଇପାରିବେ ଯୁବତୀ । ଦିଲ୍ଲୀ ଉପରାଜ୍ୟପାଳଙ୍କ ହସ୍ତକ୍ଷେପ ପରେ ମହିଳାଙ୍କ ପ୍ରବେଶ କଟକଣା ହଟାଇଲା ଜାମା ମସଜିଦ (Jama Masjid Withdraws Ban On Girls Entry)। ଗତକାଲି ମସଜିଦ କାନ୍ଥରେ ଲାଗିଥିଲା ଏପରି ଏକ ନିର୍ଦ୍ଦେଶବଳୀ । ଅଧିକ ପଢନ୍ତୁ

ଦିଲ୍ଲୀ ଉପରାଜ୍ୟପାଳଙ୍କ ହସ୍ତକ୍ଷେପ ପରେ ମହିଳାଙ୍କ ପ୍ରବେଶ କଟକଣା ହଟାଇଲା ଜାମା ମସଜିଦ

author img

By

Published : Nov 24, 2022, 7:39 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଜାମା ମସଜିଦରେ ମହିଳାଙ୍କ ପ୍ରବେଶ ସମ୍ପର୍କିତ କଟକଣାରେ ହସ୍ତକ୍ଷେପ କଲେ ଉପରାଜ୍ୟପାଳ । ଉପରାଜ୍ୟପାଳ ବିନୟ ସକ୍ସେନାଙ୍କ ହସ୍ତକ୍ଷେପ ପରେ ମହିଳାଙ୍କ ଏକାକୀ ପ୍ରବେଶ ଉପରେ ଲଗାଯାଇଥିବା କଟକଣା ଉଠାଇବାକୁ ସହମତି ପ୍ରକାଶ କରିଛି ମସଜିଦ କର୍ତ୍ତୃପକ୍ଷ । ଏ ସମ୍ପର୍କରେ ଦିଲ୍ଲୀ ରାଜଭବନ ପକ୍ଷରୁ ସୂଚନା ମିଳିଛି (Jama Masjid Withdraws Ban On Girls Entry)। ପୂର୍ବରୁ ମହିଳାଙ୍କ ଏକାକୀ ପ୍ରବେଶ ବାରଣ ସମ୍ପର୍କରେ ଜାରି ହୋଇଥିବା ନିୟମକୁ ନେଇ ଅନେକ ଆପତ୍ତି ଉଠାଇଥିଲେ ।

ଗତକାଲି ମସଜିଦ ମଧ୍ୟକୁ ଏକୁଟିଆ ଯୁବତୀ କିମ୍ବା ମହିଳା ପ୍ରବେଶ କରିପାରିବେ ନାହିଁ ବୋଲି ଏକ ନିର୍ଦ୍ଦେଶନାମା ମସଜିଦ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି କରାଯାଇଥିଲା । ମସଜିଦ କାନ୍ଥରେ କର୍ତ୍ତୃପକ୍ଷଙ୍କ ନାମ ଉଲ୍ଲେଖ ଥାଇ ଏକ ନିର୍ଦ୍ଦେଶାବଳୀ ଲଗାଯାଇଥିବା ଦେଖିବାକୁ ମିଳିଥିଲା । ଯେଉଁଥିରେ ଉଭୟ ହିନ୍ଦୀ ଓ ଉର୍ଦ୍ଧୁ ଭାଷାରେ ଯୁବତୀ କିମ୍ବା ଯୁବତୀମାନେ ଏକୁଟିଆ ମସଜିଦ ପରିସରରେ ପ୍ରବେଶ କରିପାରିବେ ନାହିଁ ବୋଲି ଉଲ୍ଲେଖ କରାଯାଇଥିଲା । ଦିଲ୍ଲୀର ଜାମା ମସଜିଦ ପରିଦର୍ଶନ କରିବା ପାଇଁ ବହୁ ସଂଖ୍ୟକ ଅଣଇସଲାମୀୟ ପର୍ଯ୍ୟଟକ ମଧ୍ୟ ଯାଇଥାନ୍ତି । ତେବେ ସେଠାରେ ମହିଳାଙ୍କ ପ୍ରବେଶ ନେଇ କଟକଣା ଜାରି କରାଯିବା ପରେ ନିଷ୍ପତ୍ତିକୁ ନେଇ ବିବାଦ ଦେଖାଯିବାରେ ଲାଗିଥିଲା ।

ଏହା ମଧ୍ୟ ପଢନ୍ତୁ:-ଦିଲ୍ଲୀ ଜାମା ମସଜିଦକୁ ଏକୁଟିଆ ଯାଇପାରିବେ ନାହିଁ ଯୁବତୀ !

ତେବେ ଆଜି ଏହି ଘଟଣାରେ ଦିଲ୍ଲୀ ଉପରାଜ୍ୟପାଳ ହସ୍ତକ୍ଷେପ କରିବା ସହ ନିୟମ ପ୍ରତ୍ୟାହାର କରିବା ପାଇଁ ମସଜିଦ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ଏହାରି ମଧ୍ୟରେ ନିୟମ ପ୍ରତ୍ୟାହାର ହୋଇଥିବା ସୂଚନା ମିଳିଛି । ପୂର୍ବପରି ଲିଙ୍ଗଗତ ନିର୍ବିଶେଷରେ ସମସ୍ତେ ମସଜିଦ ପରିସର ପରିଦର୍ଶନ କରିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.