ETV Bharat / bharat

ଜାମା ମସଜିଦରେ ବିକ୍ଷୋଭ, ୨ ଜଣଙ୍କୁ ଗିରଫ କଲା ପୋଲିସ - ଜାମା ମସିଜିଦ ବିକ୍ଷୋଭକାରୀ ଗିରଫ

ପ୍ରଫେଟ ମହମ୍ମଦଙ୍କ ବିରୁଦ୍ଧରେ ବିବାଦୀୟ ବୟାନକୁ ନେଇ ଜାମା ମସଜିଦରେ ବିକ୍ଷୋଭ ମାମଲା । ଦୁଇ ଜଣଙ୍କ ଗିରଫ କଲା ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ

ଜାମା ମସିଜିଦରେ ବିକ୍ଷୋଭ, ୨ ଜଣଙ୍କୁ ଗିରଫ କଲା ପୋଲିସ

author img

By

Published : Jun 12, 2022, 10:24 AM IST

Updated : Jun 12, 2022, 10:30 AM IST

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ବିରୁଦ୍ଧରେ ବିବାଦୀୟ ବୟାନକୁ ନେଇ ମୁସଲିମ ସମ୍ପ୍ରଦାୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଶୁକ୍ରବାର ନମାଜ ପାଠ ପରେ ଦେଶର ବିଭିନ୍ନ ରାଜ୍ୟରେ ମୁସଲମାନମାନେ ହିଂସାତ୍ମକ ଆନ୍ଦୋଳନ କରିଥିଲେ । ଦିଲ୍ଲୀ ସ୍ଥିତି ଜାମା ମସଜିଦ ଆଗରେ ମଧ୍ୟ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲେ । ଯେଉଁଥିରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗତକାଲି(ଶନିବାର) ରାତିରେ ଗିରଫ କରିଛି ପୋଲିସ । ସେମାନଙ୍କୁ ଗିରଫ କରାଯାଇ ଆଇପିସିର ୧୫୩ (ଏ) ଧାରାରେ ମାମଲା ରୁଜୁ କରାଯାଇଛି ।

ଦିଲ୍ଲୀ ପୋଲିସ ଡିଏସପି ଶ୍ବେତା ଚୌହାନ କହିଛନ୍ତି, ''ନମାଜ ସମୟରେ ସର୍ବଦା ଭିଡ ହୋଇଥାଏ । ତେଣୁ କିଛି ଅପ୍ରୀତିକର ପରିସ୍ଥିତି ଘଟିବାର ଆଶଙ୍କା କରି ଆମେ ପୂର୍ବରୁ ଆଲର୍ଟ ରହିଥିଲୁ । କିନ୍ତୁ ନମାଜ ପାଠ ପରେ ଯେଉଁଭଳି ଭାବେ ଲୋକେ ବ୍ୟାନର ଓ ପ୍ଲାକାର୍ଡ ଧରି ମାଡି ଆସିଲେ, ଏହା ପଛରେ କୌଣସି ଯୋଜନା ଥିବାର ସନ୍ଦେହ ହେଲା । ବର୍ତ୍ତମାନ ଏହି ବିକ୍ଷୋଭ ମାମଲାର ଯାଞ୍ଚ ଚାଲିଛି । ପ୍ରାଥମିକ ତଦନ୍ତରୁ ବିକ୍ଷୋଭରେ ସାମିଲ ୪ ରୁ ୫ ସ୍ଥାନୀୟ ଲୋକେ ଚିହ୍ନଟ ହୋଇଛନ୍ତି । ଅଧିଂକାଶ ବିକ୍ଷୋଭକାରୀ ବାହାରୁ ଆସିଥିବାର ଜଣାପଡିଛି ।''

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ନମାଜ ପାଠ ପାଇଁ ଜାମା ମସଜିଦରେ ପ୍ରାୟ ୧୫୦୦ ଲୋକ ଏକତ୍ରିତ ହୋଇଥିଲେ । ପ୍ରାର୍ଥନା ପରେ ପାଖାପାଖି ୩୦୦ ଲୋକ ମସଜିଦରୁ ବାହାରି ବିଜେପି ନେତ୍ରୀ ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ ବିବାଦୀୟ ମନ୍ତବ୍ୟ ଉପରେ ବିକ୍ଷୋଭ କରିବା ଆରମ୍ଭ କରିଥିଲେ । ବର୍ତ୍ତମାନ ସେଠାରେ ସ୍ଥିତି ନିୟନ୍ତ୍ରଣରେ ରହିଛି । ବିକ୍ଷୋଭକାରୀଙ୍କୁ ଘଉଡାଇ ଦିଆଯାଇଥିବା ଦିଲ୍ଲୀ ପୋଲିସ କହିଛି ।

Last Updated : Jun 12, 2022, 10:30 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.