ETV Bharat / bharat

ପ୍ରଥମ ଥର ପାଇଁ ଚେନ୍ନାଇରେ ଆୟୋଜିତ ହେବ ଜାଲିକାଟୁ, ବିଜେତାଙ୍କୁ ମିଳିବ ଏହି ପୁରସ୍କାର - ଜାଲିକାଟୁ

ତାମିଲନାଡୁର ପାରମ୍ପରିକ ଖେଳ ଜାଲିକାଟୁକୁ ପ୍ରଥମଥର ପାଇଁ ଚେନ୍ନାଇ ଲୋକ ଉପଭୋଗ କରିବେ । ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଜନ୍ମଦିନ ଅର୍ଥାତ ମାର୍ଚ୍ଚ 5 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଜାଲିକାଟୁ ପ୍ରତିଯୋଗିତାରେ 500 ଷଣ୍ଢ ଭାଗ ନେବେ । ବିଜେତାଙ୍କୁ ପୁରସ୍କୃତ କରାଯିବ ।

ଚେନ୍ନାଇରେ ଆୟୋଜିତ ହେବ ଜାଲିକାଟୁ
Jallikattu in Chennai for the first time
author img

By

Published : Jan 12, 2023, 9:44 AM IST

ଚେନ୍ନାଇ: ଚେନ୍ନାଇ ବୁଲି ଆସିବାକୁ ଚାହୁଁଛନ୍ତି କି । ମାର୍ଚ୍ଚ 5 ତାରିଖ ହେଉଛି ଉପଯୁକ୍ତ ଦିନ । ଜାଣନ୍ତୁ କାହିଁକି ? ପ୍ରଥମ ଥର ପାଇଁ ଦକ୍ଷିଣ ତାମିଲନାଡୁର ପ୍ରସିଦ୍ଧ ପାରମ୍ପରିକ ଜାଲିକାଟୁ ଖେଳକୁ ଉପଭୋଗ କରିବେ ଚେନ୍ନାଇବାସୀ । ଇତିହାସରେ ପ୍ରଥମ ପାଇଁ ଚେନ୍ନାଇରେ ଜାଲିକାଟୁ ଖେଳ ଆୟୋଜିତ ହେବାକୁ ଯାଉଛି ।

ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ଜନ୍ମଦିନ ଅର୍ଥାତ ମାର୍ଚ୍ଚ 5 ତାରିଖରେ ଚେନ୍ନାଇରେ ଜାଲିକାଟୁ ପ୍ରତିଯୋଗିତା ଅନୁଷ୍ଠିତ ହେବ । ପାଖାପାଖି 500 ଷଣ୍ଢ ଏଥିରେ ଭାଗ ନେବେ । ଚେନ୍ନାଇ ବିମାନ ବନ୍ଦରଠୁ 20 କିଲୋମିଟର ଦୂର ପାଦପ୍ପାଇଠାରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ତାମିଲନାଡୁର ଶ୍ରେଷ୍ଠ ଖେଳାଳି ଏବଂ ଷଣ୍ଢ ଏଥିରେ ଭାଗ ନେବେ । ଏହି ଖେଳରେ ଖେଳାଳି ଆହତ ହୋଇଥାନ୍ତି ତେଣୁ ପ୍ରଥମ ଥର ପାଇଁ ସେମାନଙ୍କ ପାଇଁ ଇନସ୍ୟୁରାନ୍ସ ବା ବୀମା ଘୋଷଣା କରାଯାଇଛି । ଏହି ଖେଳରେ ଷଣ୍ଢଙ୍କୁ ନିୟନ୍ତ୍ରଣକୁ ଅଣାଯାଇଥାଏ ।

ଏହା ବି ପଢନ୍ତୁ...Voice of Global South summit: ଆଜି ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ଖେଳାଳିଙ୍କ ପାଇଁ ଇନସ୍ୟୁରାନ୍ସ: ଜାଲିକାଟୁ ଖେଳରେ ଜୀବନ ପ୍ରତି ବିପଦ ଥାଏ । ତେଣୁ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଖେଳାଳିଙ୍କ ପାଇଁ ଇନସ୍ୟୁରାନ୍ସ ଘୋଷଣା କରିଛନ୍ତି । ଖେଳରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଷଣ୍ଢ ମାଲିକଙ୍କ ପାଇଁ ଏକ କାର ପୁରସ୍କାର ଆକାରରେ ଦିଆଯିବ । ପ୍ରଥମ ସ୍ଥାନ ଅଧିକାର କରିଥିବା ଖେଳାଳିଙ୍କୁ ଏକ ମୋଟର ସାଇକେଲ ଦିଆଯିବ । ଜାଲିକାଟୁ ସଂରକ୍ଷଣ ସୋସାଇଟିର ସହଯୋଗରେ ଆମେ ଏହି ପ୍ରତିଯୋଗିତା ଆୟୋଜନ କରିବାକୁ ଯୋଜନା କରୁଛୁ । ଯାହା ପୂର୍ବରୁ ଅନେକ ଜାଲିକାଟୁ ପ୍ରତିଯୋଗିତା ଆୟୋଜନ କରିସାରିଥିବା କହିଛନ୍ତି ଥାମୋ ଅନପରାସାନ ।

ଜମିବ 10 ହଜାର ଦର୍ଶକଙ୍କ ଭିଡ: ବିଧାୟକ ଥାମୋ ଅନପରାସାନ ଜାଲିକାଟୁ ଖେଳକୁ ନେଇ ସୂଚନା ଦେଇ ଗଣମାଧ୍ୟମକୁ କହିଛନ୍ତି, ''ପାଖାପାଖି 10 ହଜାର ଦର୍ଶକଙ୍କ ସମାଗମ ହେବ ବୋଲି ଆମେ ଆଶା କରୁଛୁ । ଦର୍ଶକଙ୍କୁ ଯେପରି କୌଣସି ଅସୁବିଧା ନ ହେବ ସେ ନେଇ ବ୍ୟାପକ ବ୍ୟବସ୍ଥା କରାଯିବ । ମାସଟେ ହେବ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଗଲାଣି । ଆଉ ଦୁଇମାସ ବାକି ରହିଛି । ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରାଯିବ ।''

ଗତବର୍ଷ ଆମେ ପ୍ରତିଯୋଗିତା କରିବାକୁ ଯୋଜନା କରିଥିଲୁ । କୋରାନା କଟକଣା ପାଇଁ ଏହା ହୋଇପାରିନଥିଲା । ଚଳିତ ବର୍ଷ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନ ଅବସରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଆଉ ଦୁଇମାସ ବାକି ଥିବା ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବୋଲି କହିଛନ୍ତି ତାମିଲନାଡୁ ଗ୍ରାମୀଣ ଶିଳ୍ପ ମନ୍ତ୍ରୀ ଥାମୋ ଅନପରାସାନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.