ETV Bharat / bharat

ଅଯୋଧ୍ୟା ରାମ ମନ୍ଦିର ପରିସରରେ ହେଲା ଜଳାଭିଷେକ, ୧୫୫ ଦେଶରୁ ଆସିଲା ପବିତ୍ର ଜଳ

author img

By

Published : Apr 23, 2023, 10:07 PM IST

ବିଶ୍ବର ୭ ମହାଦ୍ବୀପର ୧୫୫ ଦେଶରୁ ଆସିଥିବା ପବିତ୍ର ଜଳରାଶିରେ ରାମ ମନ୍ଦିର ପରିସର ଜଳାଭିଷେକ କରାଯାଇଛି । ପାକିସ୍ତାନ ସମେତ ୟୁକ୍ରେନ ଓ ଋଷ ଭଳି ଯୁଦ୍ଧଗ୍ରସ୍ତ ଦେଶରୁ ମଧ୍ୟ ଆସିଥିଲା ଜଳ । ଅଧିକ ପଢ଼ନ୍ତୁ

୧୫୫ ଦେଶର ଜଳରେ ରାମ ମନ୍ଦିର ଜଳାଭିଷେକ
୧୫୫ ଦେଶର ଜଳରେ ରାମ ମନ୍ଦିର ଜଳାଭିଷେକ
୧୫୫ ଦେଶର ଜଳରେ ରାମ ମନ୍ଦିର ଜଳାଭିଷେକ

ଲକ୍ଷ୍ନୌ: ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଅଯୋଧ୍ୟା ରାମ ମନ୍ଦିର ପରିସରରେ ରବିବାର ଅନୁଷ୍ଠିତ ହୋଇଛି ଜଳାଭିଷେକ ଉତ୍ସବ । ଦିଲ୍ଲୀ ଷ୍ଟଡି ଗ୍ରୁପ ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ବିଜୟ ଜୋଲିଙ୍କ ନେତୃତ୍ବରେ ବିଶ୍ବର ୭ ମହାଦ୍ବୀପର ୧୫୫ ଦେଶରୁ ଆସିଥିବା ପବିତ୍ର ଜଳରାଶିରେ ରାମ ମନ୍ଦିର ପରିସର ଜଳାଭିଷେକ କରାଯାଇଛି । ତେବେ ଏହି କାର୍ଯ୍ୟକ୍ରମରେ ୪୦ରୁ ଅଧିକା ଦେଶରେ ରହୁଥିବା ପ୍ରବାସୀ ଭାରତୀୟ ଉପସ୍ଥିତ ଥିଲେ । ଜୟ ଶ୍ରୀରାମ ଧ୍ବନୀ ଉଚ୍ଚାରଣ କରି ପ୍ରବାସୀ ଭାରତୀୟ ମାନେ ନିଜ ହାତରେ ଭଗବାନ ରାମଙ୍କ ମନ୍ଦିର ପ୍ରାଙ୍ଗଣର ଜଳାଭିଷେକ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟଙ୍କ ସମେତ ଅନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଭୁଲରେ ସୀମା ପାର କରିଥିଲେ ପାକିସ୍ତାନୀ ବୃଦ୍ଧ, ପାକ୍‌ ରେଞ୍ଜର୍ସଙ୍କୁ ହସ୍ତାନ୍ତର କଲା BSF

ପାକିସ୍ତାନ ଓ ୟୁକ୍ରେନରୁ ମଧ୍ୟ ଆସିଛି ଜଳ: ୧୫୫ ଦେଶରୁ ଆସିଥିବା ଏହି ପବିତ୍ର ଜଳରାଶିକୁ ରାମ ଜନ୍ମଭୂମି ପରିସରକୁ ଆଣିବା ପୂର୍ବରୁ ବୈଦିକ ମନ୍ତ୍ରୋଚାର କରି ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ଉପସ୍ଥିତ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ଜଳ ଭରା କଳସ ନେଇ ରାମ ଜନ୍ମଭୂମି ପରିସରରେ ପହଞ୍ଚିଥିଲେ । ସେଠାରେ ଏହି ଜଳରାଶିକୁ ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟର ଅଧିକାରୀମାନଙ୍କୁ ଦିଆଯାଇଥିଲା । ଏହାପରେ ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟଙ୍କ ଉପସ୍ଥିତିରେ ରାମ ମନ୍ଦିର ପରିସର ଜଳାଭିଷେକ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମର ଆୟୋଜକ ବିଜୟ ଜୋଲି କହିଛନ୍ତି, "ବାବରଙ୍କ ଜନ୍ମଭୂମି ଉଜବେକିସ୍ଥାନର ପ୍ରସିଦ୍ଧ କଶକ ନଦୀ ଜଳରେ ମଧ୍ୟ ଭଗବାନ ରାମଙ୍କ ମନ୍ଦିର ଜଳାଭିଷେକ କରାଯାଇଛି । ଏହା ବ୍ୟତୀତ ଋଷ, ୟୁକ୍ରେନ ଭଳି ଯୁଦ୍ଧଗ୍ରସ୍ତ ଦେଶରୁ ମଧ୍ୟ ଜଳ ଆଜି ଅଯୋଧ୍ୟାରେ ପହଞ୍ଚିଥିଲା । ପ୍ରଭୁ ଶ୍ରୀରାମ କେବଳ ଭାରତ ନୁହେଁ, ବରଂ ବିଶ୍ବବାସୀଙ୍କର ଆସ୍ଥା ଓ ବିଶ୍ବାସ ଅଟନ୍ତି । ଏହି ବିଶ୍ବାସକୁ ନେଇ ଭାରତ ବ୍ୟତୀତ ୧୫୫ ଦେଶର ପବିତ୍ର ଜଳ ଆଣି ଭଗବାନ ରାମଙ୍କ ମନ୍ଦିରର ଜଳାଭିଷେକ କରାଯାଇଛି । ଏହି ଜଳରାଶିକୁ ଏକତ୍ରିତ କରିବା ପାଇଁ ପ୍ରାୟ ଅଢ଼େଇ ବର୍ଷରୁ ଅଧିକ ସମୟ ଲାଗିଛି । କେବଳ ହିନ୍ଦୁ ନୁହେଁ, ଏଥିରେ ମୁସଲମାନ, ଇସାଇ, ବୌଦ୍ଧ, ଶିଖ, ଜୈନ ଓ ପାର୍ସି ସମୁଦାୟ ମଧ୍ୟ ସହଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.