ETV Bharat / bharat

Jal Jeevan Mission: 60 ପ୍ରତିଶତ ସଫଳତା ହାସଲ ସହ ନୂଆ କୀର୍ତ୍ତିମାନ ସ୍ଥାପନ କଲା ମନ୍ତ୍ରଣାଳୟ

author img

By

Published : Apr 4, 2023, 11:02 PM IST

ଜଳ ଜୀବନ ମିଶନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୨୦୧୯ ଅଗଷ୍ଟ ୧୫ରେ ଘୋଷଣା କରାଯାଇଥିଲା । ଯୋଜନାର ଲକ୍ଷ୍ୟ ହେଲା ଦେଶର ଗ୍ରାମାଞ୍ଚଳରେ ସବୁ ପରିବାରକୁ ସ୍ୱଚ୍ଛ ଓ ନିରାପଦ ପାନୀୟ ଜଳ ଆବଶ୍ୟକ ପରିମାଣରେ ଟ୍ୟାପ ଯୋଗେ ଯୋଗାଇ ଦେବା । ଏହି ଯୋଜନାରେ ଜଣେ ଲୋକଙ୍କୁ ଦୈନିକ ମୁଣ୍ଡ ପିଛା ୫୫ ଲିଟର ହିସାବରେ ସ୍ୱଚ୍ଛ ପାନୀୟ ଜଳ ଟ୍ୟାପ ଯୋଗେ ମିଳୁଛି । ଯୋଗାଇ ଦିଆଯାଉଥିବା ଜଳର ମାନ ମଧ୍ୟ ନିର୍ଦ୍ଧାରିତ ହୋଇଛି । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ଭାରତର ୬୦% ଗ୍ରାମାଞ୍ଚଳ ପରିବାର ଟ୍ୟାପ ଯୋଗେ ନିଜ ଘରେ ସ୍ୱଚ୍ଛ ଓ ନିରାପଦ ପାନୀୟ ଜଳ ସୁବିଧା ପାଇଛନ୍ତି । ଦେଶର ମୋଟ ଗ୍ରାମର ୨୫% ଅର୍ଥାତ ୧.୫୫ ଲକ୍ଷରୁ ଅଧିକ ଗାଁକୁ “ହର ଘର ଜଲ” ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ସବୁ ପରିବାରକୁ ଟ୍ୟାପ ଜଳ ଯୋଗାଣ ସୁବିଧା ପ୍ରଦାନ କରାଯାଇଛି । ଚଳିତବର୍ଷ ଜାନୁୟାରୀରୁ ମାର୍ଚ୍ଚ ମାସ ମଧ୍ୟରେ ଜଳ ଜୀବନ ମିଶନରେ ପ୍ରତି ସେକେଣ୍ଡରେ ଗୋଟିଏ ପାଣି ଟ୍ୟାପ ଲୋକଙ୍କ ଘରକୁ ଯୋଗାଇ ଦିଆଯାଉଛି । ୨୦୨୩ର ପ୍ରଥମ ତିନିମାସ ମଧ୍ୟରେ ପ୍ରତ୍ୟେକ ଦିନ ହାରାହାରି ୮୬, ୮୯୪ ନୂଆ ପାଣି ଟ୍ୟାପ ସଂଯୋଗ ଯୋଗାଇବାରେ ସରକାର ସଫଳ ହୋଇଛନ୍ତି । ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଜଳ ଜୀବନ ମିଶନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୨୦୧୯ ଅଗଷ୍ଟ ୧୫ରେ ଘୋଷଣା କରାଯାଇଥିଲା । ଯୋଜନାର ଲକ୍ଷ୍ୟ ହେଲା ଦେଶର ଗ୍ରାମାଞ୍ଚଳରେ ସବୁ ପରିବାରକୁ ସ୍ୱଚ୍ଛ ଓ ନିରାପଦ ପାନୀୟ ଜଳ ଆବଶ୍ୟକ ପରିମାଣରେ ଟ୍ୟାପ ଯୋଗେ ଯୋଗାଇ ଦେବା । ଏହି ଯୋଜନାରେ ଜଣେ ଲୋକଙ୍କୁ ଦୈନିକ ମୁଣ୍ଡ ପିଛା ୫୫ ଲିଟର ହିସାବରେ ସ୍ୱଚ୍ଛ ପାନୀୟ ଜଳ ଟ୍ୟାପ ଯୋଗେ ମିଳୁଛି । ଯୋଗାଇ ଦିଆଯାଉଥିବା ଜଳର ମାନ ମଧ୍ୟ ନିର୍ଦ୍ଧାରିତ ହୋଇଛି । ଏହା ବ୍ୟତୀତ ଲୋକଙ୍କ ଘରକୁ ଯୋଗାଇ ଦିଆଯାଉଥିବା ପାଇପ ଜଳ ଯେପରି ଆବଶ୍ୟକ ପେସର ଓ ବେଗରେ ଆସିବ ସେଥିପ୍ରତି ମଧ୍ୟ ଉପଯୁକ୍ତ ଧ୍ୟାନ ଦିଆଯାଉଛି ।

ଜଳ ଜୀବନ ମିଶନରେ ମୋଟ ୩୬୦୦ ବିଲିୟନ ଟଙ୍କା ବା ୪୩. ୮୦ ବିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ କରିବେ ସରକାର । ଏହି ଅଭିଯାନ ୨୦୧୯ ରେ ଆରମ୍ଭ ହେବା ସମୟରେ ଦେଶର ମୋଟ ୧୯. ୪୩ କୋଟି ଗ୍ରାମାଞ୍ଚଳ ପରିବାର ମଧ୍ୟରୁ ମାତ୍ର ୩.୨୩ କୋଟି ବା ୧୬.୬୫% ଙ୍କ ଘରେ ଟ୍ୟାପ ଜଳ ସୁବିଧା ଥିଲା । ନିକଟ ଅତୀତରେ କରୋନା ମହାମାରୀ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଜଳ ଜୀବନ ମିଶନକୁ ସଫଳ କରିବାକୁ ଦେଶର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସମୂହ ଉଦ୍ୟମ ଜାରି ରଖିଥିଲେ ।

୨୦୨୩ ଏପ୍ରିଲ ୪ତାରିଖରେ ଭାରତ ହର ଘର ଜଲ ଅଭିଯାନରେ ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛି । ଏହି ପ୍ରକ୍ରିୟାରେ ୧୧.୬୬ କୋଟି ଗ୍ରାମୀଣ ପରିବାର (୬୦%)କୁ ସେମାନଙ୍କ ଘରେ ଟ୍ୟାପ ଜଳ ସଂଯୋଗ ଯୋଗାଇ ଦିଆଯାଇଛି । ପାଞ୍ଚଟି ରାଜ୍ୟ ଯଥା ଗୁଜରାଟ, ତେଲଙ୍ଗାନା, ଗୋଆ, ହରିୟାଣା ଓ ପଞ୍ଜାବ ଏବଂ ତିନିଟି କେନ୍ଦ୍ରଶାସିତ ଅଞ୍ଚଳ-ଆଣ୍ଡାମାନ ନିକୋବର, ଦାଦ୍ରା ଓ ନଗର ହାବେଳି ଏବଂ ପୁଡୁଚେରୀରେ ଏହି ଟ୍ୟାପ ସଂଯୋଗ ଶତ ପ୍ରତିଶତ ହୋଇଛି । ଅବଶିଷ୍ଟ ଗ୍ରାମାଞ୍ଚଳ ପରିବାରକୁ ଯଥା ଶୀଘ୍ର ଟ୍ୟାପ ଯୋଗେ ପାନୀୟଜଳ ଯୋଗାଇ ଦେବାକୁ ସରକାର କାର୍ଯ୍ୟ କରୁଛନ୍ତି ।

ଗ୍ରାମାଞ୍ଚଳର ପିଲାମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ଯୋଜନାରେ ସବୁ ଗ୍ରାମୀଣ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର, ଆଶ୍ରମଶାଳା (ଆଦିବାସୀ ଆବାସିକ ସ୍କୁଲ)କୁ ଟ୍ୟାପ ଯୋଗେ ପିଇବା ପାଣି ଯୋଗାଇ ଦିଆଯାଉଛି । ଏହି ପାଣି ପାନୀୟ ଆବଶ୍ୟକତା ପୂରଣ କରିବା ସହ ପିଲାମାନଙ୍କ ମଧ୍ୟାହ୍ନ ଭୋଜନ ରୋଷେଇ, ହାତଧୂଆ ଆଦି କାମରେ ଲାଗୁଛି । ଦେଶର ଗ୍ରାମାଞ୍ଚଳରେ ୯.୦୩ ଲକ୍ଷ ଅଙ୍ଗନବାଡି କେନ୍ଦ୍ର (୮୩.୭୧%)କୁ ଏହି ଯୋଜନାରେ ଟ୍ୟାପ ଯୋଗେ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯାଇଛି ।

ଜଳ ଜୀବନ ମିଶନ ନିରାପଦ ଜଳ ଯୋଗାଣ ଅଗ୍ରାଧିକାର ପାଇଛି । ଏହି ଯୋଜନା ଆରମ୍ଭ ସମୟରେ ଦେଶରେ ଆରସେନିକ ଓ ଫୋଲରାଇଡ ପ୍ରବଣ ଗାଁ ଥିଲା ଯଥାକ୍ରମେ ୧୪, ୦୨୦ ଓ ୭୯୯୬ । ଏହି ଯୋଜନା ଫଳରେ ଏହି ଗ୍ରାମଗୁଡିକର ସଂଖ୍ୟା ଯଥାକ୍ରମେ ୬୧୨ ଓ ୪୩୧କୁ ହ୍ରାସ ପାଇଛି । ଏସବୁ ଗାଁରେ ମଧ୍ୟ ନିରାପଦ ପାନୀୟ ଜଳ ଏବେ ଉପଲବ୍ଧ ହେଉଛି । ସଂକ୍ଷେପରେ କହିଲେ ଦେଶର ୧. ୭୯କୋଟି ଆର୍ସେନିକ ଓ ଫ୍ଲୋରାଇଡ୍ ପ୍ରଭାବିତ ଗ୍ରାମବାସୀ ଏବେ ପିଇବା ଓ ରୋଷେଇ କରିବାକୁ ନିରାପଦ ପାନୀୟ ଜଳ ପାଉଛନ୍ତି ।

ଗ୍ରାମାଞ୍ଚଳରେ ଜଳଯୋଗାଣକୁ ସୁପରିଚାଳନା କରିବା ପାଇଁ ୫. ୨୪ଲକ୍ଷରୁ ଅଧିକ ପାଣି ସମିତି ଗଠନ କରାଯାଇଛି। ଏଥିରେ ମହିଳାମାନଙ୍କୁ ଅଗ୍ରାଧିକାର ଦିଆଯାଇଛି । ଏହାଛଡା ଜଳଯୋଗାଣ ବ୍ୟବସ୍ଥାର ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ ଜଳ ଜୀବନ ମିଶନରେ ୫. ୧୨ଲକ୍ଷ ଗ୍ରାମ କ୍ରିୟାନୁଷ୍ଠାନ ଯୋଜନା ପ୍ରସ୍ତୁତ ହୋଇଛି । ଲୋକଙ୍କ ସହଯୋଗ ଫଳରେ ଜଳଜୀବନ ମିଶନ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ଏହି ଅଭିଯାନର ଉତ୍ତମ ପ୍ରଭାବ ସମାଜ ଉପରେ ବିଶେଷଭାବେ ପଡୁଛି । ଏହାଫଳରେ ଶିଶୁ ମୃତ୍ୟୁହାର ହ୍ରାସ ପାଇଛି ଏବଂ ଗ୍ରାମାଞ୍ଚଳ ଲୋକଙ୍କ ରୋଗ ସମସ୍ୟା କମିଛି । ଏହା ମଧ୍ୟ ଗ୍ରାମାଞ୍ଚଳରେ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.