ETV Bharat / bharat

Operation Ajay: ଇସ୍ରାଏଲରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ‘ଅପରେସନ ଅଜୟ’, ଜୟଶଙ୍କର ଡାକିଲେ ସମୀକ୍ଷା ବୈଠକ

author img

By ETV Bharat Odisha Team

Published : Oct 12, 2023, 3:41 PM IST

ଆରମ୍ଭ ହେବ ‘ଅପରେସନ ଅଜୟ’ । ଆଜି ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ବିଦେଶ ମନ୍ତ୍ରୀ ଜୟଶଙ୍କର । ଇସ୍ରାଏଲରେ ରହିଛନ୍ତି ପ୍ରାୟ 18 ହଜାର ଭାରତୀୟ । ଅଧିକ ପଢନ୍ତୁ

Operation Ajay: ଭାରତୀୟଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହେଲା ’ଅପରେସନ ଅଜୟ’, ସ୍ଥିତି ସମୀକ୍ଷା କଲେ ଜୟଶଙ୍କର

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ଇସ୍ରାଏଲରୁ ଭାରତୀୟଙ୍କ ସୁରକ୍ଷିତ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଆରମ୍ଭ ହେବାକୁ ଯାଉଛି ‘ଅପରେସନ ଅଜୟ’ । ପ୍ରଥମ ପର୍ଯ୍ୟାୟରେ ଇସ୍ରାଏଲର ବିଭିନ୍ନ ଅଞ୍ଚଳରେ ଥିବା ଭାରତୀୟଙ୍କୁ ଦୂତାବାସ ସହ ସମ୍ପର୍କ କରି ପଞ୍ଜୀକରଣ କରାଇବା ପାଇଁ ପ୍ରୟାସ କରାଯିବ । ପରେ ସେମାନଙ୍କୁ ପ୍ରର୍ଯ୍ୟାୟକ୍ରମେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରାଯିବ । ଆଜି ଏହି ଅପରେସନ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର । ଉଦ୍ଧାର ଅପରେସନ ଆରମ୍ଭ ହେବାକୁ ଯାଉଥିବା ଓ ଆଜିର ସମୀକ୍ଷା ବୈଠକ ସମ୍ପର୍କରେ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି ଏକ୍ସରେ ସୂଚନା ଦେଇଛନ୍ତି ।

ଆଜି ଦିଲ୍ଲୀରେ ହୋଇଥିବା ଏହି ବୈଠକରେ ବିଦେଶ ମନ୍ତ୍ରୀ ଜୟଶଙ୍କର ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ବିଦେଶ ମନ୍ତ୍ରଣାଳୟ ସଚିବ ବିନୟ ମୋହନ କ୍ବାତ୍ରା, ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଚଚି ଓ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ । ଇସ୍ରାଏଲର ଟେଲ-ଆଭିଭରେ ଥିବା ଭାରତୀୟ ଦୂତାବାସ ଉଚ୍ଚାୟୁକ୍ତ ଓ ଅନ୍ୟ କୂଟନୈତିଜ୍ଞ ଅଧିକାରୀ ମଧ୍ୟ ସମୀକ୍ଷା ବୈଠକରେ ଭର୍ଚ୍ଚୁଆଲି ଯୋଡି ହୋଇଥିଲେ । ବର୍ତ୍ତମାନ ସେଠାକାର ସ୍ଥିତି ଓ କିପରି ଅପରେସନର ସଫଳ ରୂପାୟନ ହେବ, ସେ ନେଇ ଆଲୋଚନା ହୋଇଛି । ଦୂତାବାସ ସହ ଯୋଗାଯୋଗ କରି ପଞ୍ଜୀକରଣ ପାଇଁ ଦୁଇଟି ଫୋନ ନମ୍ବର ଓ ମେଲ ଆଇଡି ମଧ୍ୟ ଦିଆଯାଇଛି ।

ବିଦେଶ ମନ୍ତ୍ରଣାଳୟ କହିଛି, ଇସ୍ରାଏଲରେ ଏକ ହଜାର ଭାରତୀୟ ଛାତ୍ରଛାତ୍ରୀଙ୍କ ସମେତ ପ୍ରାୟ 18 ହଜାର ଭାରତୀୟ ନାଗରିକ ରହିଛନ୍ତି । ସେମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଭାରତ ପ୍ରୟାସ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶକ୍ରମେ ଅପରେସନ ଅଜୟ ଆରମ୍ଭ ହେବାକୁ ଯାଉଛି । ଏହି ଅପରେସନକୁ ଭାରତରେ ଅବସ୍ଥାପିତ ଇସ୍ରାଏଲ ଦୂତାବାସ ମଧ୍ୟ ସହଯୋଗ କରିବ । ମୁମ୍ବାଇରେ ଅବସ୍ଥାପିତ ଇସ୍ରାଏଲ କନସୁଲେଟ ଜେନେରାଲ କୋବି ଶୋସହାନି କହିଛନ୍ତି । ତେବେ ସୂଚନା ଅନୁସାରେ, ଏହି ଅପରେସନରେ ମଧ୍ୟ ପୂର୍ବ ପରି ବାୟୁସେନା ବିମାନ ସହ ଘରୋଇ ବିମାନ ମଧ୍ୟ ନିୟୋଜିତ କରାଯାଇପାରେ । ଅନ୍ୟ ଏକ ସୂଚନା ଅନୁସାରେ, ଆଜି ସଂଧ୍ୟାରେ ମଧ୍ୟ ପ୍ରଥମ ବିମାନ ଭାରତୀୟଙ୍କୁ ଧରି ଟେଲ-ଆଭିଭରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିପାରେ ବୋଲି ଅନୁମାନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ :-Israel-Gaza war: ଇସ୍ରାଏଲରେ 24 ଘଣ୍ଟିଆ ହେଲ୍ପଡେସ୍କ ଖୋଲିଲା ଭାରତୀୟ ଦୂତାବାସ

ପୂର୍ବରୁ ମଧ୍ୟ ଏକାଧିକ ଦେଶରେ ଦେଖାଯାଇଥିବା ହିଂସା ଓ ଗୃହଯୁଦ୍ଧ ସମୟରେ ଭାରତୀୟଙ୍କୁ ସୁରିକ୍ଷିତ ଉଦ୍ଧାର କରିବାରେ ଭାରତ ସରକାରଙ୍କ ସଫଳ ରେକର୍ଡ ରହିଛି । ଆଫଗାନିସ୍ତାନରେ ତାଲିବାନ ସଙ୍କଟ ବେଳେ ଭାରତ ଅପରେସନ ଦେବୀ ଶକ୍ତି ମାଧ୍ୟମରେ ନିଜ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା । ସେହିପରି ଋଷ ୟୁକ୍ରେନ ଯୁଦ୍ଧ ବେଳେ ମଧ୍ୟ ଅପରେସନ ଗଙ୍ଗାର ନାଗରିକଙ୍କୁ ସଫଳତାର ଉଦ୍ଧାର କରିଥିଲା ଭାରତ । ପ୍ରଭାବୀ ବିଦେଶ ନୀତି ଓ ବିଶ୍ବରେ ଭଲ ପ୍ରଭାବଶାଳୀ ସ୍ଥିତି ପାଇଁ ଭାରତ କୌଣସି ଅପରେସନକୁ ମଧ୍ଯ ସଫଳତାର ସହ କରିପାରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.