ETV Bharat / bharat

ଜାତିସଙ୍ଘ ମୁଖ୍ୟଙ୍କ ସହିତ ବୈଦେଶିକ ମନ୍ତ୍ରୀଙ୍କ ଆଲୋଚନା; ଟିକା ଉତ୍ପାଦନ ଓ ବଣ୍ଟନକୁ ଗୁରୁତ୍ବ

author img

By

Published : May 26, 2021, 1:50 PM IST

କୋଭିଡ ଚ୍ୟାଲେଞ୍ଜ ଓ ବିଶ୍ବ ସ୍ତରରେ ଭ୍ୟାକ୍ସିନ ସମସ୍ୟାର ସମାଧାନ ପାଇଁ ବୈଦେଶିକ ମନ୍ତ୍ରୀ ଓ ଜାତିସଙ୍ଘ ମୁଖ୍ୟଙ୍କ ଭିତରେ ଆଲୋଚନା । ଅଧିକ ପଢନ୍ତୁ...

ଜାତିସଙ୍ଘ ମୁଖ୍ୟଙ୍କ ସହିତ ବୈଦେଶିକ ମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ: ଜାତିସଙ୍ଘ ମୁଖ୍ୟ ଶାସନ ସଚିବ ଆଣ୍ଚାନିଓ ଗୁଟେରେସଙ୍କୁ ନ୍ୟୁୟର୍କରେ ଭେଟିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । କୋଭିଡ ଚ୍ୟାଲେଞ୍ଜ ଓ ବିଶ୍ବ ସ୍ତରରେ ଭ୍ୟାକ୍ସିନ ସମସ୍ୟାର ସମାଧାନ ପାଇଁ ଦୁଇଜଣଙ୍କ ଭିତରେ ଆଲୋଚନା ହୋଇଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଜାତିସଙ୍ଘର ମହାସଚିବ ଆଣ୍ଟାନିଓ ଗୁଟେରେଙ୍କ ସହିତ ବିଶ୍ବ ସ୍ତରରେ ଭ୍ୟାକ୍ସିନ ସମସ୍ୟାର ସମାଧାନ କରିବା ନେଇ କୋଭିଡ ସମୟର ଏହି ଚ୍ୟାଲେଞ୍ଜର ସମାଧାନ ନେଇ ଆଲୋଚନା ହୋଇଛି ବୋଲି ଟ୍ବିଟ କରି କହିଛନ୍ତି ଏସ ଜୟଶଙ୍କର । ଟିକାର ଅଧିକ ଉତ୍ପାଦନ ଓ ବଣ୍ଟନ କାର୍ଯ୍ୟକୁ ସୁନିଶ୍ଚିତ କରିବା ପାଇଁ ବୈଠକରେ ଆଲୋଚନା ହୋଇଛି । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପାଞ୍ଚ ଦିନିଆ ବିଦେଶ ଗସ୍ତରେ ଅଛନ୍ତି ।

ଭାରତର ଅସ୍ଥାୟୀ ସଦ୍ୟସ ହେବା ପରେ ବୈଦେଶିକ ମନ୍ତ୍ରୀଙ୍କର ଏହା ପ୍ରଥମ ବ୍ୟକ୍ତିଗତ ବିଦେଶ ଗସ୍ତ । ତାଙ୍କର ଏହି ଗସ୍ତ ୟୁଏନଏସସି ଏଜେଣ୍ଡା ପାଇଁ ଭାରତର ଦୃଷ୍ଟିକୋଣ ଉପସ୍ଥାପନ କରିବାର ସୁଯୋଗ ପ୍ରଦାନ କରିଛି । ୟୁଏନଏସଜି ସହିତ ତାଙ୍କର ସାକ୍ଷାତ ସମୟରେ ଜୟଶଙ୍କର ଭାରତର ପଡ଼ୋଶୀ ଅଞ୍ଚଳରେ ବିଭିନ୍ନ ଚ୍ୟାଲେଞ୍ଜ ଉପରେ ମଧ୍ୟ ଆଲୋଚନା କରିଛନ୍ତି । ଏହା ସହିତ ଆତଙ୍କବାଦୀଙ୍କ ସହିତ ମୁକାବିଲା ନେଇ ବୈଠକରେ ଆଲୋଚନା ହୋଇଛି । ବିଶେଷ କରି ଏହି ଆହ୍ବାନପୂର୍ଣ୍ଣ ସମୟରେ ଭାରତ ଜାତିସଙ୍ଘର ୟୁଏନଏସଜିର ନେତତ୍ବକୁ ଗୁରୁତ୍ବ ଦେଇଥାଏ ।

ଏହା ପୂର୍ବରୁ ମଙ୍ଗଳବାର ଜୟଶଙ୍କର ନ୍ୟୁୟର୍କରେ ରାଷ୍ଟ୍ରଦୂତ ତିରୁମୂର୍ତ୍ତି ଏବଂ ମିଳିତ ଜାତିସଂଘ ଦଳ ସହିତ ଏକ ରଣନୀତିକ ଅଧିବେଶନରେ ଯୋଗ ଦେଇଥିଲେ । ଭାରତ ବଡ଼ ବିତର୍କର ରୂପ ନେବ ବୋଲି ଆତ୍ମବିଶ୍ୱାସ ପ୍ରକାଶ କରିଥିଲେ । କୋରୋନାର ଦ୍ବିତୀୟ ଲହର ସହିତ ଭାରତର ଯୁଦ୍ଧ ଜାରି ରହିଛି । ଏହି ଲଢେଇରେ ଭାରତକୁ ଅନେକ ଦେଶ ସହାୟତାର ହାତ ବଢାଇଛନ୍ତି । ଆମେରିକା ପ୍ରଶାସନ ଟିକା କିଣିବା ସହିତ ଉତ୍ପାଦନରେ ଲାଗି ପଡିଛନ୍ତି । ଯାହା ଭାରତରେ ଟିକା ଅଭିଯାନକୁ ସହଜ କରବ ବୋଲି ଆଶା କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.