ETV Bharat / bharat

Joint Consultative Commission Meeting: ଜୟଶଙ୍କରଙ୍କୁ ଭେଟିଲେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ - ବୈଦେଶିକ ମନ୍ତ୍ରୀ ଜୟଶଙ୍କର

ଭାରତ-ବାଂଲାଦେଶ 7ମ ଯୁଗ୍ମ କନସୁଲେଟିଭ କମିଶନ ବୈଠକ । ପ୍ରତିପକ୍ଷ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର । ଅଧିକ ପଢନ୍ତୁ

Joint Consultative Commission Meeting: ବାଂଲେଦେଶ ବୈଦେଶିକ ମନ୍ତ୍ରୀ ଜୟଶଙ୍କର

author img

By

Published : Jun 19, 2022, 9:53 PM IST

ନୂଆଦିଲ୍ଲୀ: 7ମ ଭାରତ-ବାଂଲାଦେଶ ଜଏଣ୍ଟ କନସୁଲଟେଟିଭ କମିଶନ ମିଟିଂ ଅବସରରେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଏ.କେ ଅବଦୁଲ୍ଲ ମୋମେନଙ୍କ ସହ ଆଲୋଚନା କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ନୂଆଦିଲ୍ଲୀରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଆଜିର ସାକ୍ଷାତକାର ନେଇ ଜୟଶଙ୍କର ନିଜ ଟ୍ବିଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି ।

  • A warm welcome to FM Dr. AK Abdul Momen for the 7th India-Bangladesh Joint Consultative Commission meeting.

    Our regular meetings reflect our unique friendship. pic.twitter.com/LHF3XiAJt0

    — Dr. S. Jaishankar (@DrSJaishankar) June 19, 2022 " class="align-text-top noRightClick twitterSection" data=" ">

କୋଭିଡ ପରବର୍ତ୍ତୀ ସ୍ଥିତିରେ ନୂଆଦିଲ୍ଲୀରେ ପ୍ରଥମ ଥର ପାଇଁ ଏହି ବୈଠକ ଭର୍ଚ୍ଚୁଆଲି ପରିବର୍ତ୍ତେ ସ୍ବାଭାବିକ ଭାବେ ଆୟୋଜିତ ହେଉଛି । ଗତବର୍ଷ ଏହି ଆଲୋଚନା ଭର୍ଚ୍ଚୁଆଲି ହୋଇଥିଲା । ଏହି ଆଲୋଚନା ଦୁଇ ପଡୋଶୀ ରାଷ୍ଟ୍ରଙ୍କ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ସୁଦୃଢୀକରଣ ପାଇଁ ଏକ ନିୟମିତ ଶୃଙ୍ଖଳା । କୋଭିଡ ବିରୋଧୀ ଲଢେଇ, ସୀମା ଓ ସୁରକ୍ଷା ସମ୍ପର୍କିତ ଆହ୍ବାନ, ବାଣିଜ୍ୟ, ଶକ୍ତି, ଯୋଗାଯୋଗ, ଜଳସମ୍ପଦ ଓ ସ୍ଥାୟୀ ବିକାଶ ଆଦି କ୍ଷେତ୍ରରେ ଦୁଇ ପଡୋଶୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ସହଯୋଗ ଏହି ଉଚ୍ଚସ୍ତରୀୟ ବୈଠକର ମୁଖ୍ୟ ଉଦ୍ଦେଶ୍ୟ ।

ଅନ୍ୟପଟେ ଭାରତ-ବାଂଲାଦେଶ ସାମରିକ ସମନ୍ବୟ ଚୁକ୍ତି ଆଧାରରେ ମଧ୍ୟ ଦୁଇ ଦେଶର ସେନା ମିଳିତ ସମରାଭ୍ୟାସ ମଧ୍ୟ କରିଛନ୍ତି । ଏହି ମିଳିତ ସମରାଭ୍ୟାସ ଚଳିତ ବର୍ଷ 10ତମ ସଂସ୍କରଣରେ ପହଞ୍ଚିଛି । ଏହି ଅଭ୍ୟାସ 5 ଜୁନରେ ଆରମ୍ଭ ହୋଇ 16 ଜୁନରେ ଶେଷ ହୋଇଥିଲା । ଦୁଇ ଦେଶର ସେନା ଏଥିରେ ଅଂଶଗ୍ରହଣ କରି ଯୁଦ୍ଧକୌଶଳ ଓ ପ୍ରଯୁକ୍ତିବିଦ୍ୟାର ଆଦାନ ପ୍ରଦାନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.