ଢାକା: ବାଂଲାଦେଶ ଗସ୍ତରେ ଥିବା ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସହ ସାକ୍ଷାତ କରିଛନ୍ତି । ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉଭୟଙ୍କ ମଧ୍ୟରେ ସାକ୍ଷାତକାର ଓ ଆଲୋଚନା ହୋଇଛି । ଦୁଇ ଦେଶ ମଧ୍ୟରେ ଥିବା ଦ୍ବିପାକ୍ଷିକ ସମ୍ପର୍କରେ ଆଲୋଚନା ହେବା ସହ ଭାରତ ଗସ୍ତ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପକ୍ଷରୁ ହାସିନାଙ୍କୁ ଜୟଶଙ୍କର ନିମନ୍ତ୍ରଣ ମଧ୍ୟ କରିଛନ୍ତି ।
-
EAM S Jaishankar today called on Bangladesh PM Sheikh Hasina & conveyed PM Modi’s invitation to her to visit India at her convenience later this year. He also exchanged views on bilateral, regional and international issues of mutual interest with the Bangladeshi PM. pic.twitter.com/q7ZhDjQpYW
— ANI (@ANI) April 28, 2022 " class="align-text-top noRightClick twitterSection" data="
">EAM S Jaishankar today called on Bangladesh PM Sheikh Hasina & conveyed PM Modi’s invitation to her to visit India at her convenience later this year. He also exchanged views on bilateral, regional and international issues of mutual interest with the Bangladeshi PM. pic.twitter.com/q7ZhDjQpYW
— ANI (@ANI) April 28, 2022EAM S Jaishankar today called on Bangladesh PM Sheikh Hasina & conveyed PM Modi’s invitation to her to visit India at her convenience later this year. He also exchanged views on bilateral, regional and international issues of mutual interest with the Bangladeshi PM. pic.twitter.com/q7ZhDjQpYW
— ANI (@ANI) April 28, 2022
ଜୟଶଙ୍କର ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ, ଆଞ୍ଚଳିକ ଏବଂ ଏକାଧିକ ଅନ୍ତର୍ଜାତୀୟ ପ୍ରସଙ୍ଗରେ ମତ ବିନିମୟ କରିଛନ୍ତି । ଦୁଇ ଦେଶ ମଧ୍ୟରେ ଭଲ ସହଯୋଗ ରହିଆସିଛି । ଏକାଧିକ କ୍ଷେତ୍ରରେ ଉଭୟ ସହଭାଗିତାର ସହ ଆଗକୁ ବଢୁଛନ୍ତି । କୋଭିଡ ସଙ୍କଟ ସମୟରେ ମଧ୍ୟ ଉଭୟ ସହଯୋଗପୂର୍ଣ୍ଣ ଭାବେ ମୁକାବିଲା କରିଥିବା ଜୟଶଙ୍କର କହିଛନ୍ତି ।
ଆଜି ଅପରାହ୍ନରେ ବାଂଲାଦେଶ ରାଜଧାନୀ ଢାକାରେ ଅବତରଣ କରିଥିଲେ ଜୟଶଙ୍କର । ବାଲାଂଦେଶ ବିଦେଶ ମନ୍ତ୍ରୀ ଏ.କେ ଅବଦ୍ଦୁଲ ମୋମେନ ବିମାନ ବନ୍ଦରରେ ତାଙ୍କୁ ସ୍ବାଗତ କରିଥିଲେ । ପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହେବା ସହ ପ୍ରଧାନମନ୍ତ୍ରୀ ହସିନାଙ୍କ ସହ ମଧ୍ୟ ମତ ବିନିୟମ ହୋଇଛି । ଆଜି ରାତ୍ରୀଭୋଜନରେ ମଧ୍ୟ ଜୟଶଙ୍କର ଅଂଶଗ୍ରହଣ କରିବେ ।
ବ୍ୟରୋ ରିପୋର୍ଟ, ଇଟିଭି ଭାରତ