ETV Bharat / bharat

PAFFକୁ ଆତଙ୍କବାଦୀ ସଂଗଠନ ଘୋଷଣା

author img

By

Published : Jan 8, 2023, 7:29 AM IST

ଟିଆରଏଫକୁ ବେଆଇନ ଘୋଷଣା କରିବାର ଦିନକ ପରେ ପିଏଏଫଏଫକୁ ଆତଙ୍କବାଦୀ ସଂଗଠନ ସହ ବେଆଇନ ଘୋଷଣା କରିଛନ୍ତି କେନ୍ଦ୍ର ସରାକର ( PAFF declared terrorist group ) । ଅଧିକ ପଢନ୍ତୁ

PAFF declared terrorist group
PAFFକୁ ଆତଙ୍କବାତୀ ସଂଗଠନ ଘୋ

ନୂଆଦିଲ୍ଲୀ: ପିପୁଲ୍ସ ଆଣ୍ଟି ଫାସିଷ୍ଟ ଫ୍ରଣ୍ଟ ( peoples Anti Fascist Front) ଆତଙ୍କବାଦୀ ସଂଗଠନ ଘୋଷିତ । ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନ ଅନୁଯାୟୀ ପିଏଏଫଏଫକୁ ବେଆଇନ ସହ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରାଯାଇଛି । ଟିଆରଏଫକୁ ବେଆଇନ ଘୋଷଣା କରିବାର ଦିନକ ପରେ ପିଏଏଫଏଫକୁ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ 1967 ଅନୁସାରେ ( Unlawful Activities Prevention Act) ଗୃହ ମନ୍ତ୍ରଣାଳୟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ପାକିସ୍ତାନୀ ଆତଙ୍କୀ ସଂଗଠନ ଜୈସ-ଏ ମହମ୍ମଦର ସଂଗଠନ ଭାବେ ଏହା କାର୍ଯ୍ୟ କରୁଥିଲା ।

ଗୃହ ମନ୍ତ୍ରଣାଳୟ ଦ୍ବାରା ଜାରି ହୋଇଥିବା ବିବୃ୍ତ୍ତି ଅନୁସାରେ, 2019 ଜୈସ-ଏ ମହମ୍ମଦର ସଂଗଠନ ଭାବେ ପିଏଏଫଏଫ ସକ୍ରିୟ ହୋଇଥିଲା । ନିୟମିତ ଭାବେ ଭାରତୀୟ ସୁରକ୍ଷା ବଳ, ରାଜନେତା ଏବଂ ଅନ୍ୟ ରାଜ୍ୟରୁ ଜମ୍ମୁ କାଶ୍ମୀରରେ କାର୍ଯ୍ୟରତ ନାଗରିକଙ୍କୁ ଧମକ ଦେଉଥିଲା । ପିଏଏଫଏଫ ଅନ୍ୟ ସଂଗଠନ ଜମ୍ମୁ କାଶ୍ମୀରରେ ପ୍ରମୁଖ ସହରରେ ଆତଙ୍କବାଦୀ କାର୍ଯ୍ୟକଳାପ ଓ ହିଂସାତ୍ମକ କାଣ୍ଡ ଘଟାଇବାରେ ଲିପ୍ତ ଥିଲା ।

ଏହା ବି ପଢନ୍ତୁ...ଆତଙ୍କୀ ଲିଙ୍କ୍‌ ସନ୍ଦେହରେ କଂଗ୍ରେସ ନେତାଙ୍କ ପୁଅ ଗିରଫ

ଗତବର୍ଷ ଜମ୍ମୁ କାଶ୍ମୀରର ରାଜୌରୀରରେ ଏକ ସେନା ଶିବିର ଉପରେ ହୋଇଥିବା ଆକ୍ରମଣ ଘଟଣା ପାଇଁ ପିଏଏଫଏଫ ନିଜକୁ ଦାୟୀ କରିଥିଲା । ଏହି ଆକ୍ରମଣରେ 4 ଜଣ ଯବାନ ଶହୀଦ ହୋଇଥିଲେ । ଏଥିରେ 2 ଆତଙ୍କୀ ନିପାତ ହୋଇଥିଲେ । କାଶ୍ମୀରରେ ଜି-20 ବୈଠକ ଆୟୋଜନକୁ ଏହି ସଂଗଠନ ଧମକ ମଧ୍ୟ ଦେଇଥିଲା । ଏହି ଆତଙ୍କବାଦୀ ସଂଗଠନ ଜମ୍ମୁ କାଶ୍ମୀରରେ ସକ୍ରିୟ ଅଛି ।

ଏହା ବି ପଢନ୍ତୁ...ଦୁର୍ନୀତି ଅଭିଯୋଗ ପରେ ଇସ୍ତଫା ଦେଲେ ପଞ୍ଜାବ ମନ୍ତ୍ରୀ ଫୌଜା ସିଂ

ପିଏଏଫଏଫ ସହ ଲସ୍କର-ଏ-ତୋଏବା ପାଇଁ କାର୍ଯ୍ୟ କରୁଥିବା ଅରବାଜ ଅହମ୍ମଦ ମୀରକୁ ଆତଙ୍କବାଦୀ ଘୋଷଣା କରାଯାଇଛି । ସେ ଜମ୍ମୁ କାଶ୍ମୀର ବାସିନ୍ଦା ମାତ୍ର ବର୍ତ୍ତମାନ ପାକିସ୍ତାନରେ ରହୁଛି । ତାକୁ ଆତଙ୍କବାଦୀ ଭାବେ ଘୋଷଣା କରିଛି ଗୃହ ମନ୍ତ୍ରଣାଳୟ । ଗତବର୍ଷ ମଇରେ କୁଲଗାମରେ ଜଣେ ଶିକ୍ଷକ ରଜନୀ ବାଲାଙ୍କୁ ହତ୍ୟା କରିବାରେ ଅରବାଜ ଅହମ୍ମଦ ମୁଖ୍ୟ ଅଭିଯୁକ୍ତ ବୋଲି ମନ୍ତ୍ରଣାଳୟ ପକ୍ଷରୁ ବିବୃତ୍ତିରେ ସୂଚନା ଦିଆଯାଇଛି । ଏହା ସହି କାଶ୍ମୀର ଉପତ୍ୟାକାରେ ହିଂସା ଘଟାଇବାରେ ଜଡିତ ଥିଲା । ଏହା ସହ ଆତଙ୍କୀ ସଂଗଠନକୁ ସୀମାରେ ଅସ୍ତ୍ରଶସ୍ତ୍ର ଚାଲାଣ କରିବାରେ ସହାଯ୍ୟ କରୁଥିଲା ।

ପ୍ରକାଶ ଥାଉ କି, ନିକଟରେ ପାକିସ୍ତାନୀ ଆତଙ୍କୀ ସଂଗଠନ ଟିଆରଏଫକୁ ବେଆଇନ ଘୋଷଣା କରିଥିଲେ ଗୃହ ମନ୍ତ୍ରଣାଳୟ । ଏହା ସହିତ ଦେଶାବିରୋଧୀ କାର୍ଯ୍ୟ ଅଭିଯୋଗରେ 5 ବର୍ଷ ପାଇଁ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆକୁ 5 ବ୍ୟାନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.