ETV Bharat / bharat

Rajasthan: ଲାଞ୍ଚ ନେଇ ଧରାପଡିଲେ ସ୍ବାମୀ, ଜୟପୁର ମେୟର ନିଲମ୍ବିତ

author img

By

Published : Aug 6, 2023, 5:16 PM IST

ଲାଞ୍ଚ ନେଇ ଧରାପଡିଲେ ଜୟପୁର ମେୟରଙ୍କ ସ୍ବାମୀ । ମେୟରଙ୍କୁ ନିଲମ୍ବିତ କଲେ ସରକାର । ନିଲମ୍ବିତ ମେୟର କହିଲେ ରାଜନୈତିକ ଷଡଯନ୍ତ୍ର । ଅଧିକ ପଢନ୍ତୁ

Rajasthan: ଲାଞ୍ଚ ନେଇ ଧରାପଡିଲେ ସ୍ବାମୀ, ଜୟପୁର ମେୟର ନିଲମ୍ବିତ
Rajasthan: ଲାଞ୍ଚ ନେଇ ଧରାପଡିଲେ ସ୍ବାମୀ, ଜୟପୁର ମେୟର ନିଲମ୍ବିତ

ଜୟପୁର: ଲାଞ୍ଚ ନେଇ ଧରା ପଡିଲେ ରାଜସ୍ଥାନ ଜୟପୁର ମେୟର ମୁନେଶ ଗୁର୍ଜରଙ୍କ ସ୍ବାମୀ । ସ୍ବାମୀଙ୍କ ଗିରଫଦାରୀ ପରେ ମେୟରଙ୍କୁ ମଧ୍ୟ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର । ହେଲେ ଏହାକୁ ତାଙ୍କ ଓ ତାଙ୍କ ପରିବାର ବିରୋଧରେ ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିଛନ୍ତି ନିଲମ୍ବିତ ହୋଇଥିବା ମେୟର ମୁନେଶ ଗୁର୍ଜର ।

ଅଭିଯୋଗ ଅନୁସାରେ, ମେୟର ମୁନେଶଙ୍କ ସ୍ୱାମୀ ସୁଶୀଲ ଗୁର୍ଜର ଏବଂ ନାରାୟଣ ସିଂ ଏବଂ ଅନିଲ ଦୁବେ ନାମକ ଦୁଇ ଜଣ ଅଭିଯୁକ୍ତ ମଧ୍ୟସ୍ଥି ଜଣେ ବ୍ୟକ୍ତିଙ୍କଠାରୁ ଜମି ପଟ୍ଟା ସମ୍ପର୍କିତ କାର୍ଯ୍ୟ ପାଇଁ ପ୍ରାୟ 2 ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଜଣାପଡ଼ିଥିଲା । ଗତକାଲି ରାତିରେ ରାଜ୍ୟ ଦୁର୍ନୀତି ନିବାରଣ ବ୍ୟୁରୋ ମେୟରଙ୍କ ସ୍ବାମୀଙ୍କ ସମେତ ଏହି 3 ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଗିରଫଦାରୀ ପରେ ମେୟର ମୁନେଶ ଗୁର୍ଜରଙ୍କ ଘରେ ପୋଲିସ ରେଡ କରିଥିଲା । ଏଥିରେ 40 ଲକ୍ଷ ନଗଦ ଟଙ୍କା ଏବଂ ଜମି ଲିଜ୍ ସମ୍ପର୍କିତ ଫାଇଲ ମଧ୍ୟ ଜବତ କରାଯାଇଥିବା ଜଣାପଡିଛି ।

ଘଟଣାର ତଦନ୍ତକାରୀ ଅଧିକାରୀ କହିଛନ୍ତି, ମୁଖ୍ୟ ଅଭିଯୁକ୍ତ ସୁଶୀଲ ଗୁର୍ଜରଙ୍କ ସହଯୋଗୀ ନାରାୟଣ ସିଂଙ୍କ ଘରୁ 8 ଲକ୍ଷ ଟଙ୍କା ମଧ୍ୟ ଜବତ କରାଯାଇଛି । ଏହି କାର୍ଯ୍ୟାନୁଷ୍ଠାନ ପରେ ମେୟର ମୁନେଶଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ସ୍ଥାନୀୟ ସ୍ବୟଂ ଶାସନ ବିଭାଗର ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର ସଚିବ ହ୍ରଦେଶ କୁମାର ଶର୍ମା କହିଛନ୍ତି ଯେ ଏହି ଘଟଣାରେ ମେୟରଙ୍କ ସମ୍ପୃକ୍ତ ଅଭିଯୋଗ ସନ୍ଦେହଜନକ । ତଦନ୍ତ ଆରମ୍ଭ ହୋଇଛି । ଯାଞ୍ଚ ଶେଷ ହେବା ପର୍ଯ୍ୟନ୍ତ ମେୟରଙ୍କୁ ତାଙ୍କ ପଦରୁ ନିଲମ୍ବିତ କରାଯାଇଛି ।

ଏହା ମଧ୍ଯ ପଢନ୍ତୁ:-Fake Certificate: ଖୋର୍ଦ୍ଧାରେ ନକଲି ସାର୍ଟିଫିକେଟ କାରବାର କରି ଅଧ୍ୟାପକ ଗିରଫ

ସ୍ବାମୀଙ୍କ ଗିରଫଦାରୀ ଓ ନିଜର ନିଲମ୍ବନ ପରେ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି ମୁନେଶ ଗୁର୍ଜର । କହିଛନ୍ତି, ‘‘ଏହା ମୋ ଏବଂ ମୋ ପରିବାର ବିରୁଦ୍ଧରେ ଏକ ରାଜନୈତିକ ଷଡ଼ଯନ୍ତ୍ର । ଯେଉଁମାନେ ଏହି ଷଡ଼ଯନ୍ତ୍ର କରିଛନ୍ତି ସେମାନେ ଦିନେ ଧରାପଡ଼ିବେ । ମୋର ନ୍ୟାୟପାଳିକା ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି।’’

ଶନିବାର ବିଳମ୍ବିତ ରାତିରେ ରାଜ୍ୟ ମନ୍ତ୍ରୀ ପ୍ରତାପ ସିଂ ଖାଚାରିଆ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ଭେଟିଛନ୍ତି । କହିଛନ୍ତି, ରାଜସ୍ଥାନ ସରକାରଙ୍କ ଏହି ନିଷ୍ପତ୍ତି ଏକ ସ୍ୱାଗତଯୋଗ୍ୟ । ଯିଏ ଦୁର୍ନୀତି କରିବ, ତାଙ୍କ ବିରୋଧରେ ସମାନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ । ତେଣୁ ଏହି କାର୍ଯ୍ୟାନୁଷ୍ଠାନ ଦୁର୍ନୀତିଗ୍ରସ୍ତଙ୍କ ପାଇଁ ଏକ ବାର୍ତ୍ତା । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଜୟପୁର ହେରିଟେଜ୍ ମ୍ୟୁନିସିପାଲିଟି କର୍ପୋରେସନ ଏବେ କଂଗ୍ରେସ ଶାସନରେ ଅଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.