ETV Bharat / bharat

ଜୋତାରେ ଆଣୁଥିଲେ ସୁନା, ବିମାନ ବନ୍ଦରରେ ଧରି ପକାଇଲା କଷ୍ଟମ ବିଭାଗ

author img

By

Published : Mar 25, 2022, 2:56 PM IST

ଜୟପୁର ଅନ୍ତର୍ଜାତୀୟ ବିମାନବନ୍ଦରରୁ କଷ୍ଟମ ଅଧିକାରୀଙ୍କ ଦ୍ବାରା 369.900 ଗ୍ରାମ ସୁନା ଜବତ ହୋଇଛି । ଅଧିକ ପଢନ୍ତୁ

ଜୋତା ଭିତରୁ 19.45 ଲକ୍ଷ ଟଙ୍କାର  ଗ୍ରାମର ସୁନା ଜବତ

ଜୟପୁର: ଦିନକୁ ଦିନ ଜୟପୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁନା ଚୋରା ଚାଲାଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଗତ ୧ବର୍ଷ ମଧ୍ୟରେ ସୁନା ଚୋରା ଚାଲାଣର ଭିନ୍ନ ଭିନ୍ନ ତରିକା ସାମ୍ନାକୁ ଆସିଛି । ଜୟପୁର ଅନ୍ତର୍ଜାତୀୟ ବିମାନବନ୍ଦରରୁ କଷ୍ଟମ ଅଧିକାରୀଙ୍କ ଦ୍ବାରା 369.900 ଗ୍ରାମ ସୁନା ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ 19.45 ଲକ୍ଷ ହେବ ବୋଲି ଅନୁମାନ କରାଯାଇଛି ।

ଯାତ୍ରୀ ଜଣକ ଜୋତାରେ ସୁନା ଧରି ଦୁବାଇରୁ ଏକ ସ୍ପାଇସଜେଟ୍ ବିମାନରେ ଜୟପୁରରେ ପହଞ୍ଚିଥିଲେ । ବିମାନ ବନ୍ଦରରୁ ବାହାରିବା ସମୟରେ କଷ୍ଟମ ଅଧିକାରୀମାନେ ଧରିଥିଲେ । କଷ୍ଟମ ବିଭାଗର ଦଳ ଉଭୟ ସୁନା ନେଉଥିବା ଏବଂ ସୁନା ଦେଉଥିବା ଉଭୟ ବ୍ୟକ୍ତିଙ୍କୁ ଧରିବାରେ ସଫଳ ହୋଇଛି । ଯାତ୍ରୀ ଜଣକ ଜୋତାରେ ତରଳ ଅବସ୍ଥାରେ ରଖିଥିଲେ । କଷ୍ଟମ କମିଶନର ରାହୁଲ ନାଙ୍ଗ୍ରେଙ୍କ ନିର୍ଦ୍ଦେଶରେ ଆସିଷ୍ଟାଣ୍ଟ କମିଶନର ବିବି ଅଟଲ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛନ୍ତି ।

କଷ୍ଟମ ଅଧିକାରୀଙ୍କ କହିବା ଅନୁଯାୟୀ, ଯାତ୍ରୀ ଜଣକ ଗୁରୁବାର ଦିନ ସ୍ପାଇସଜେଟର ବିମାନ ନମ୍ବର SG-713 ରେ ଜୟପୁର ବିମାନବନ୍ଦରରେ ପହଞ୍ଚିଥିଲେ। ତେବେ ଉକ୍ତ ଯାତ୍ରୀର ଗତିବିଧି ସନ୍ଦେହଜନକ ହେବା ପରେ କଷ୍ଟମ ବିଭାଗ ପିଛା କରିଥିଲା । ଯାତ୍ରୀଙ୍କ ବ୍ୟାଗ ସଂଗ୍ରହ କରିବାକୁ ଆଉ ଜଣେ ବ୍ୟକ୍ତି ବିମାନବନ୍ଦର ବାହାରେ ଆସିଥିଲେ। ବିମାନ ବନ୍ଦର ବାହାରେ କଷ୍ଟମ ବିଭାଗ ପଚରାଉଚରା ଆରମ୍ଭ କରିବା ମାତ୍ରେ ଯାତ୍ରୀ ଜଣକ ବିଚଳିତ ହୋଇଯାଇଥିଲେ ଏବଂ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ସନ୍ଦେହରେ କଷ୍ଟମ ବିଭାଗ ଯାତ୍ରୀଙ୍କ ଜିନିଷପତ୍ର ଖୋଜାଖୋଜି କରିଥିଲେ ।

ଏହି ସମୟରେ ଯାତ୍ରୀଙ୍କ ଜୋତା ଭିତରୁ କାଗଜରେ ଗୁଡ଼ାଯାଇଥିବା ଦୁଇଟି ପଲିଥିନ କ୍ୟାପସୁଲ ମିଳିଥିଲା, ଯେଉଁଥିରେ ସୁନା ହଳଦିଆ ଗ୍ରାନୁଲାର ପେଷ୍ଟ ଆକାରରେ ଲୁଚି ରହିଥିଲା ​।ଏହା ପରେ ଯାତ୍ରୀ ସ୍ୱୀକାର କରିଛନ୍ତି ଯେ ଯେଉଁ ବ୍ୟକ୍ତିଙ୍କୁ ସେ ସାମଗ୍ରୀ ହସ୍ତାନ୍ତର କରୁଥିଲେ ସେହି ସୁନା ସଂଗ୍ରହ କରିବାକୁ ଆସିଥିଲେ । କଷ୍ଟମ ଆକ୍ଟ 1962ର ଧାରା ଅନୁଯାୟୀ କଷ୍ଟମ ବିଭାଗ ଏହି ସୁନାକୁ ଜବତ କରିବା ସହ ଉଭୟ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.