ETV Bharat / bharat

ଅଲଗା ହେଲେ ଚର୍ଚ୍ଚିତ IAS ଟିନା-ଅତହର

ଅଲଗା ହେଲେ ଦୁଇ ଚର୍ଚ୍ଚିତ ଆଇଏଏସ ଟିନା ଦାବି ଓ ଅତହର ଖାନ । ବିବାହର ୩ ବର୍ଷ ପରେ ଏହି ଯୋଡିଙ୍କର ହୋଇଛି ବିବାହ ବିଚ୍ଛେଦ । ଅଧିକ ପଢନ୍ତୁ...

ଅଲଗା ହେଲେ ଆଇଏଏସ ଟିନା-ଅଥର
ଅଲଗା ହେଲେ ଆଇଏଏସ ଟିନା-ଅଥର
author img

By

Published : Aug 11, 2021, 10:47 AM IST

Updated : Aug 12, 2021, 6:22 AM IST

ଜୟପୁର: ଅଲଗା ହେଲେ ଦୁଇ ଚର୍ଚ୍ଚିତ IAS ଟିନା ଦାବି ଓ ଅତହର ଖାନ । ବିବାହର ୩ ବର୍ଷ ପରେ ଏହି ଯୋଡିଙ୍କର ହୋଇଛି ବିବାହ ବିଚ୍ଛେଦ । ବିବାହ ପାଇଁ ଖବରର ଶିରୋନାମା ପାଲଟି ଥିବା ଏହି ଯୋଜି ବିଚ୍ଛେଦ ପାଇଁ ମଧ୍ୟ ଖବରରେ ସ୍ଥାନ ପାଇଛନ୍ତି । ରାଜସ୍ଥାନର ଜୟପୁରରେ ଏକ ଫାମିଲ କୋର୍ଟ ଦୁହିଁଙ୍କ ଛାଡପତ୍ର ଉପରେ ମୋହର ମାରିଛନ୍ତି ।

୨୦୧୫ରେ ଭାରତୀୟ ପ୍ରଶାସନିକ ସେବା ଆୟୋଗ ପରୀକ୍ଷାରେ ଟପ୍ପର ହୋଇଥିଲେ ଟିନା । ସେହି ବର୍ଷ ଅତହର ଖାନ ମଧ୍ୟ UPSC ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ଅତହର ମୁସଲିମ ହୋଇଥିବା ବେଳେ ଟିନା ହିନ୍ଦୁ । ୨୦୧୮ରେ ଉଭୟ ପ୍ରେମ ବିବାହ କରିଥିଲେ । ଦୁଇଜଣ ଅଲଗା ଧର୍ମ ହୋଇ ମଧ୍ୟ ବିବାହ କରି ସାମାଜରେ ଉଦାହରଣ ସୃଷ୍ଟି କରିଥିଲେ । ମାତ୍ର ହିନ୍ଦୁ ମହାସଭା ଏହାକୁ ଲଭ ଜିହାଦର ଆଖ୍ୟା ଦେଇଥିଲା ।

ବିବାହର କିଛି ଦିନ ସବୁ ଠିକଠାକ ଚାଲିଥିଲା । ମାତ୍ର ୨୦୨୦ ନଭେମ୍ବର ମାସରୁ ସେମାନଙ୍କ ସମ୍ପର୍କରେ ଆସିଥିଲା ତିକ୍ତତା । ଏହା ପରେ ମାମଲା କୋର୍ଟରେ ପହଞ୍ଚିଥିଲା । ଆପୋଷ ସହମତି ଭିତ୍ତିରେ ଉଭୟ ଫ୍ୟାମିଲ କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। କୋର୍ଟ ଉଭୟଙ୍କୁ ଏକାଠି କରିବାକୁ ଚାହିଁଥିଲେ । ହେଲେ ଏହା ସମ୍ଭବ ହୋଇପାରିନାହିଁ । ଦୀର୍ଘ ଦିନର ଆଇନଗତ ଲଢେଇ ପରେ ମାମଲାରେ ପୂର୍ଣ୍ଣଚ୍ଛେଦ ପଡିଛି । ଉଭୟ ବିବାହ ବନ୍ଧନରୁ ମୁକ୍ତ ହୋଇଛନ୍ତି ।

ରାଜସ୍ଥାନ କ୍ୟାଡରର ଆଇଏଏସ୍‌ ଅଫିସର ଭାବେ ଉଭୟ ଜୟପୁରରେ ପୋଷ୍ଟିଂ ପାଇଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଏହାପରେ ଉଭୟ ପ୍ରେମକୁ ବିବାହର ରୂପ ଦେଇଥିଲେ । ସେମାନଙ୍କ ବିବାହରେ ବହୁ ବଡ଼ବଡ଼ ଅଫିସର, ରାଜନେତା ଓ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Aug 12, 2021, 6:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.