ETV Bharat / bharat

Jahangirpuri Violence: ପଶ୍ଚିମବଙ୍ଗରୁ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଗିରଫ

author img

By

Published : Apr 28, 2022, 7:32 PM IST

ଦିଲ୍ଲୀ ଜାହାଙ୍ଗୀରପୁରୀ ହିଂସା ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତକୁ ପଶ୍ଚିମବଙ୍ଗରୁ ଗିରଫ କଲା ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଟିମ । ବିମାନ ଯୋଗେ ଅଣାଯାଉଛି ଦିଲ୍ଲୀ । ପୂର୍ବରୁ ମଧ୍ୟ ଅଭିଯୁକ୍ତ ନାମରେ ରହିଛି ଏକାଧିକ ମାମଲା । ଘଟଣା ପର ଠାରୁ ଥିଲା ଫେରାର । ଅଧିକ ପଢନ୍ତୁ

Jahangirpuri violence: ପଶ୍ଚିମ ବଙ୍ଗରୁ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

ନୂଆଦିଲ୍ଲୀ: ଦିଲ୍ଲୀ ଜାହାଙ୍ଗୀରପୁରୀ ହିଂସା ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତକୁ ପଶ୍ଚିମବଙ୍ଗରୁ ଗିରଫ କରିବାରେ ସଫଳ ହୋଇଛି ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଟିମ । ଅଭିଯୁକ୍ତ ଜଣଙ୍କ ଫରିଦ ଓରଫ ନିତୁ ବୋଲି ପରିଚୟ ସ୍ପଷ୍ଟ କରିଛି ପୋଲିସ । ଫରିଦ ହିଂସାକାଣ୍ଡରେ ସକ୍ରିୟ ଭୂମିକାରେ ଥିଲା । ଘଟଣା ପରେ ସେ ଫେରାର ହୋଇଯାଇଥିବା ବେଳେ ତାକୁ ଗିରଫ କରିବା ପାଇଁ ଏକାଧିକ ସ୍ଥାନରେ ଚଢାଉ ରଖିଥିଲା ତଦନ୍ତକାରୀ ଟିମ । ଶେଷରେ ଆଜି ତାକୁ ପଶ୍ଚିମବଙ୍ଗର ଜଣେ ସମ୍ପର୍କୀୟଙ୍କ ଘରୁ ଗିରଫ କରାଯାଇ ବିମାନ ଯୋଗେ ଦିଲ୍ଲୀ ଅଣାଯାଉଛି ।

ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ଯେ, ଅଭିଯୁକ୍ତଜଣଙ୍କ 2010 ମସିହାରୁ ସ୍ଥାନୀୟ ଅଞ୍ଚଳରେ ଏକାଧିକ ଅପରାଧିକ ମାମଲାରେ ମଧ୍ୟ ସମ୍ପୃକ୍ତ ରହିଛି । ଏବେ ସୁଦ୍ଧା ଚୋରି, ଡକାୟତି ଏବଂ ଆର୍ମସ୍ ଆକ୍ଟ ପରିି ମୋଟ 6ଟି ସଙ୍ଗୀନ ମାମଲା ମଧ୍ୟ ଅଭିଯୁକ୍ତ ନାମରେ ରହିଛି । ଏପ୍ରିଲ 16 ରେ ରାଜଧାନୀ ଦିଲ୍ଲୀର ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟି ଏକାଧିକ ସାଧାରଣ ବ୍ୟକ୍ତିଙ୍କ ସହ ଜଣେ ପୋଲିସ ଅଧିକାରୀ ମଧ୍ୟ ଗୁରୁତର ହୋଇଥିଲେ । ଏହି ଘଟଣାରେ ମଧ୍ୟ ସେ ସମ୍ପୃକ୍ତ ।

ଘଟଣା ପରେ ଅଭିଯୁକ୍ତ ଫରାର ହୋଇଯାଇଥିବା ବେଳେ ଏକାଧିକ ସ୍ଥାନ ପରିବର୍ତ୍ତନ କରିଥିଲା । ତାକୁ ଚିହ୍ନଟ କରାଯାଇଥିଲେ ସୁଦ୍ଧା ବାରମ୍ବାର ସ୍ଥାନ ବଦଳାଇବା ହେତୁ ପୋଲିସ ତାକୁ ଧରିବାରେ ବାରମ୍ବାର ବିଫଳ ହୋଇଥିଲା । ତେବେ ସେ ପଶ୍ଚିମବଙ୍ଗରେ ନିଜର ଜଣେ ସମ୍ପର୍କୀୟ ଘରେ ଆତ୍ମଗୋପନ କରିଥିବା ସୂଚନା ମିଳିବା ପରେ ଦିଲ୍ଲୀ କ୍ରାଇମ ବ୍ରାଞ୍ଚର ଏକ ଟିମ ସେଠାରେ ଅତର୍କିତ ଚଢାଉ କରି ତାକୁ କାବୁ କରିବାରେ ସଫଳ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.