ETV Bharat / bharat

ମସଜିଦ ପାଇଁ ଅର୍ଥ ଦାନ କଲେ ଜଗନ୍ନାଥ ମନ୍ଦିର ମହନ୍ତ - ମସଜିଦ ପାଇଁ ବ୍ରାହ୍ମଣଙ୍କ ଅର୍ଥ ଦାନ

ମସଜିଦ ପାଇଁ ୫ ହଜାର ଟଙ୍କା ଦାନ କଲେ ଜଗନ୍ନାଥ ମନ୍ଦିର ମହନ୍ତ । ଗୁଜୁରାଟରୁ ଆସିଲା ଭାଇଚାରାର ଅନନ୍ୟ ନିଦର୍ଶନ । ଅଧିକ ପଢନ୍ତୁ

ମସଜିଦ ପାଇଁ ଅର୍ଥ ଦାନ କଲେ ଜଗନ୍ନାଥ ମନ୍ଦିର ମହନ୍ତ

author img

By

Published : Jun 21, 2023, 12:59 PM IST

ଗାନ୍ଧୀନଗର: ଧର୍ମକୁ ନେଇ ଅନେକ ସମୟରେ ଦେଶରେ ଅଶାନ୍ତି ସୃଷ୍ଟି ହେଉଛି । ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟୁଛି । ଏପରି ସ୍ଥଳେ ଗୁଜୁରାଟ ଅହମ୍ମଦାବାଦରେ ସାମ୍ପ୍ରଦାୟିକ ସଦଭାବନା ଓ ଭାଇଚାରାର ଅନନ୍ୟ ନିଦର୍ଶନ ଦେଖିବାକୁ ମିଳିଛି । ଅହମ୍ମଦାବାଦରେ ଗତକାଲି ମହାପ୍ରଭୁଙ୍କ ରଥଯାତ୍ରା ଚାଲିଥିବା ବେଳେ ଏଠାରେ ଥିବା ଜଗନ୍ନାଥ ମନ୍ଦିରର ମହନ୍ତ ସ୍ଥାନୀୟ ଅଞ୍ଚଳରେ ସ୍ଥିତ ଏକ ମସଜିଦ ପାଇଁ ଅର୍ଥ ଦାନ କରିଛନ୍ତି । ଦରିୟାପୁରରେ ଥିବା ବାନେ କି ମସଜିଦ ପାଇଁ ସେ ୫ ହଜାର ଟଙ୍କା ଦାନ କରି ଭାଇଚାରର ନିଚ୍ଛକ ଉଦାହରଣ ସୃଷ୍ଟି କହିଛନ୍ତି । ଏହି ମହନ୍ତ ହେଉଛନ୍ତି ଦଳିତ ଦାସ ।

ଏନେଇ ମହମ୍ମଦ କସିମ୍ ନାମକ ବ୍ୟକ୍ତି କହିଛନ୍ତି, ଅନେକ ବର୍ଷ ହେଲାଣି ମୁଁ ବାନେ କି ମସଜିଦରେ କାର୍ଯ୍ୟ କରୁଛି । ୩୫ ବର୍ଷ ପୂର୍ବରୁ ଦରିୟାପୁରରେ ରଥଯାତ୍ରା ଆରମ୍ଭ ହୋଇଥିଲା । ସେତେବେଳେ ଏଠାକାର ଲୋକଙ୍କ ମଧ୍ୟରେ ଏକତା ଏବଂ ସାମ୍ପ୍ରଦାୟିକ ସଦ୍‌ଭାବ ବଜାୟ ରଖିବାକୁ ଜଗନ୍ନାଥ ମନ୍ଦିରର ମହନ୍ତ ଦଳିତ ଦାସ ମହାରାଜ ୧ ଟଙ୍କା ୫୦ ପଇସା ଦାନ କରିଥିଲେ । କିଛି ବର୍ଷ ପରେ ମହନ୍ତ ମସଜିଦ ପାଇଁ ୫ ହଜାର ୮୦୦ ଟଙ୍କା ଦାନ କରିଥିଲେ । ଏପରିକି କୋରୋନା ସମୟରେ ସେ ରମଜାନ ପାଇଁ ଫଳଝୁଡି ପଠାଇଥିଲେ । ଚଳିତ ବର୍ଷ ମହନ୍ତ ମସଜିଦକୁ ୫ ହଜାର ଟଙ୍କା ଦାନ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: Ahmedabad: ରଥଯାତ୍ରାରେ ଅଘଟଣ, ବିଲ୍ଡିଂର ବାଲକୋନୀ ଭୁଶୁଡି ଜଣେ ମୃତ, ଏକାଧିକ ଆହତ

ହିନ୍ଦୁ ଓ ମୁସଲିମ ଭାଇଭଉଣୀଙ୍କ ମଧ୍ୟରେ ଏକତା ବଜାୟ ରଖିବାକୁ ସେ ଏଭଳି ପ୍ରୟାସ ଜାରି ରଖିଛନ୍ତି । ଏହି ଦାନ ଅର୍ଥରେ ଆମେ ଗରୀବଙ୍କ ସହାୟତା କରାଯିବ । ଏହି କାର୍ଯ୍ୟ ଆନନ୍ଦ ଦେଇଥାଏ ବୋଲି ମହମ୍ମଦ କସିମ ପ୍ରକାଶ କରିଛନ୍ତି । ଦେଶରେ ହିନ୍ଦୁ-ମୁସଲିମ ନାଁରେ ଅନେକ ସମୟରେ ହିଂସା ଘଟଣାମାନ ଘଟୁଥିବା ବେଳେ ଦରିୟାପୁର ଜଗନ୍ନାଥ ମନ୍ଦିର ମହନ୍ତଙ୍କ ଏଭଳି କାର୍ଯ୍ୟ ବାସ୍ତବରେ ପ୍ରଶଂସା ଯୋଗ୍ୟ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମଙ୍ଗଳବାର ଅହମ୍ମଦାବାଦରେ ଖୁବ୍ ଆନନ୍ଦ ଉଲ୍ଲାସର ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଳନ କରାଯାଇଛି । ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଏଥିରେ ସାମିଲ ହୋଇ ବିଶ୍ବନିୟନ୍ତାଙ୍କ ରଥକୁ ଟାଣି ନେଇଥିଲେ । ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ରଥରେ ପ୍ରଭୁଙ୍କୁ ଦର୍ଶନ କରି ଶ୍ରଦ୍ଧାଳୁମାନେ କୃତାର୍ଥ ମନେ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.