ETV Bharat / bharat

ବାହାରୁଥିଲା ବରଯାତ୍ରୀ, ଘୋଡା ଚଢିବା ପୂର୍ବରୁ ବରକୁ ଟେକି ନେଲା ପୋଲିସ୍ - ମଧ୍ୟପ୍ରଦେଶ ବର ଗିରଫ

ବିବାହ ପାଇଁ ବାହାରୁଥିଲେ ବରଯାତ୍ରୀ । ହେଲେ ଘୋଡା ଚଢିବା ପୂର୍ବରୁ ବରକୁ ଉଠାଇ ନେଲା ପୋଲିସ । ଜାଣନ୍ତୁ କାହିଁକି ?

ବାହାରୁଥିଲା ବରଯାତ୍ରୀ, ଘୋଡା ଚଢିବା ପୂର୍ବରୁ ବରକୁ ଟେକି ନେଲା ପୋଲିସ୍

author img

By

Published : Apr 17, 2022, 12:20 PM IST

ଭୋପାଳ: ବ୍ୟାଣ୍ଡବାଜା ପ୍ରସ୍ତୁତ ଥିଲା । ବିବାହ ପାଇଁ କନ୍ୟା ଘରକୁ ବାହାରୁଥିଲେ ବରଯାତ୍ରୀ । ହେଲେ ଘୋଡା ଚଢିବା ଆଗରୁ ବରକୁ ଗିରଫ କଲା ପୋଲିସ । ଶନିବାର ମଧ୍ୟପ୍ରଦେଶ କଟନୀ ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି । ଏକ ଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ବରକୁ ପୋଲିସ ଉଠାଇ ଆଣିଛି । ଯାହା ସୂଚନା ରହିଛି, ଅଭିଯୁକ୍ତ ବର ଜଣେ ଯୁବତୀଙ୍କୁ ମନ୍ଦିରରେ ବିବାହ କରିବା ପରେ ହୋଟେଲକୁ ନେଇ ଦୁଷ୍କର୍ମ କରିଥିଲେ । ହେଲେ କିଛି ଦିନ ପରେ ଯୁବତୀଙ୍କ ସହ ବିବାହକୁ ପ୍ରତ୍ୟାଖାନ କରି ଅନ୍ୟତ୍ର ବିବାହ କରିବାକୁ ଯାଉଥିବା ଥାନାରେ ଅଭିଯୋଗ ହୋଇଥିଲା ।

ଅଭିଯୋଗ ଅନୁଯାୟୀ, ୨୪ ବର୍ଷୀୟ ସମ୍ପୃକ୍ତ ଯୁବତୀ କିଛି ମାସ ତଳେ ଚାକିରି ସନ୍ଧାନରେ ଜବଲପୁର ଆସିଥିଲେ । ଏହି ସମୟରେ କଟନୀ ନିବାସୀ ଅନୁଜ ଦୁବେଙ୍କ ସହ ସୋସିଆଲ ମିଡିଆରେ ତାଙ୍କର ବନ୍ଧୁତା ହୋଇଥିଲା । କିଛି ଦିନ ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଏବଂ ମନ୍ଦିରରେ ଉଭୟ ବିବାହ କରିଥିଲେ । ଏହାପରେ ଅନୁଜ ହୋଟେଲରେ ଯୁବତୀଙ୍କ ସହ ଶାରିରୀକ ସମ୍ବନ୍ଧ ରଖିଥିଲେ । ନିଜ ପରିବାର ସହ ଏ ବିଷୟରେ କଥା ହୋଇ ଆନୁଷ୍ଠାନିକ ଭାବେ ବିବାହ କରିବେ ବୋଲି ଯୁବତୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ପରେ ତାଙ୍କୁ ବିବାହ ପାଇଁ ମନା କରିବା ସହ ଆଉ ଧରାଛୁଆଁ ଦେଇନଥିଲେ ।

ଶନିବାର ଅନୁଜ ଅନ୍ୟତ୍ର ବିବାହ କରିବାକୁ ଯାଉଥିବା କୌଣସି ସୂତ୍ରରୁ ଯୁବତୀ ଖବର ପାଇଥିଲେ । ଏହାପରେ ସେ ତୁରନ୍ତ ଥାନାରେ ପହଞ୍ଚି ସବୁ କଥା ଜଣାଇଥିଲେ । ଅଭିଯୋଗ ପରେ ଅନୁଜଙ୍କ ବରଯାତ୍ରୀ ବାହାରିବା ପୂର୍ବରୁ ପୋଲିସ ତାଙ୍କୁ ଗିରଫ କରିଛି । ସେପଟେ କନ୍ୟାପକ୍ଷ ଲୋକେ ଏହା ଜାଣିବା ପରେ ବର ଘର ସହ ସବୁ ସମ୍ପର୍କ ଛିନ୍ନ କରିଦେଇଛନ୍ତି । ଏକ ଦୁଷ୍କର୍ମକାରୀ ସହ ବିବାହ କରିବାରୁ ଝିଅ ବଞ୍ଚି ଯାଇଥିବା ଯୋଗୁଁ କନ୍ୟାଙ୍କ ପିତା ବହୁତ ଖୁସି ଥିବା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.