ETV Bharat / bharat

ସୁରକ୍ଷାବାହୀନି କବଜାରେ LETର ଟପ କମାଣ୍ଡର ଉମର ମୁସ୍ତାକ ଖାଣ୍ଡେ - ଲସ୍କର-ଏ-ତୋଏବା

ପୁଲୱାମା ଜିଲ୍ଲା ପାମ୍ପୋର ଅଞ୍ଚଳରେ ସୁରକ୍ଷୀବାହୀନି ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ସମୟରେ LETର ଟପ କମାଣ୍ଡରକୁ ସୁରକ୍ଷାବାହୀନି ଗିରଫ କରିଛି । ଅଧିକ ପଢନ୍ତୁ...

ସୁରକ୍ଷାବାହୀନି କବଜାରେ LETର ଟପ୍ କମାଣ୍ଡର  ଉମର ମୁସ୍ତାକ୍ ଖାଣ୍ଡେ

author img

By

Published : Oct 16, 2021, 12:33 PM IST

ପୁଲୱାମା: ସୁରକ୍ଷାବାହୀନି କବଜାରେ ଲସ୍କର-ଏ-ତୋଏବା(LET) ଟପ୍ କମାଣ୍ଡର ଉମର ମୁସ୍ତାକ୍ ଖାଣ୍ଡେ। ଜମ୍ମୁ କାଶ୍ମୀର ପୁଲୱାମା ଜିଲ୍ଲାର ପାମ୍ପୋର ଅଞ୍ଚଳରେ ସୁରକ୍ଷୀବାହୀନି ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ସମୟରେ LETର ଏହି ଟପ୍ କମାଣ୍ଡରକୁ ସୁରକ୍ଷାବାହୀନି ଗିରଫ କରିଛି । ଏନେଇ ଆଜି ଟ୍ବିଟ କରି କାଶ୍ମୀର ଜୋନ ପୋଲିସ ସୂଚନା ଦେଇଛି ।

ଜମ୍ମୁ କାଶ୍ମୀର ପୋଲିସର ମୋଷ୍ଟ ୱାଣ୍ଟେଡ ୧୦ ଆତଙ୍କବାଦୀ ତାଲିକା ମଧ୍ୟରେ ଉମର ମୁସ୍ତାକର ନାଁ ରହିଛି । ତେବେ ଅନେକ ଆତଙ୍କବାଦ କାର୍ଯ୍ୟକଳାପରେ ସେ ଲିପ୍ତ ଥିବାବେଳେ ବାଘାଟ ଓ ଶ୍ରୀନଗରରେ ୨ ପୋଲିସ କର୍ମୀଙ୍କ ହତ୍ୟାରେ ତା ସମ୍ପୃକ୍ତି ରହିଥିଲା ।

ଜମ୍ମୁ-କାଶ୍ମୀର ପୋଲିସର ଟାର୍ଗେଟରେ ଥିବା ୧୦ ଆତଙ୍କବାଦୀ ହେଉଛନ୍ତି ସଲିମ ପ୍ୟାରୀ, ୟୁସୁଫ କାନଟ୍ରେ, ଅବ୍ବାସ ଶେଖ, ରେୟାଜ ଶେଟରଗୁଣ୍ଡ, ଫାରୁକ ନାଲି, ଜୁବାଇର ୱାନି, ଆଶରଫ ମୋଲଭି, ସାକିବ ମଞ୍ଜୁର, ଉମର ମୁସ୍ତାକ୍ ଖାଣ୍ଡେ ଏବଂ ୱାକେଲ ଶାହା ।

ଏହାପୂର୍ବରୁ ଶୁକ୍ରବାର ଦିନ କାଶ୍ମୀରର ଇନ୍ସପେକ୍ଟର ଜେନେରାଲ ବିଜୟ କୁମାର କହିଛନ୍ତି ଯେ ସାଧାରଣ ନାଗରିକ ହତ୍ୟା ପରେ ସୁରକ୍ଷା ବାହିନୀ ଆଠଟି ଏନକାଉଣ୍ଟରରେ ମୋଟ ୧୧ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.