ETV Bharat / bharat

ସଂରକ୍ଷିତ ମନ୍ଦିରରେ ପୂଜାର୍ଚ୍ଚନା କଲେ ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ, ASI ଖପ୍ପା - ଏଏସଆଇ ନିଷେଧ ମନ୍ଦିରରେ ପୂଜା କଲେ ମନୋଜ ସିହ୍ନା

ASI ସଂରକ୍ଷିତ ମନ୍ଦିରରେ ପୂଜାର୍ଚ୍ଚନା କଲେ ଉପରାଜ୍ୟପାଳ ମନୋଜ ସିହ୍ନା । ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ଅନୁମତି ନଥିବା ବେଳେ ଉପରାଜ୍ୟପାଳଙ୍କ ପୂଜାକୁ ନେଇ ଅସନ୍ତୋଷ ଜାହିର କଲା ASI । ଅଧିକ ପଢନ୍ତୁ

ASI ସଂରକ୍ଷିତ ମନ୍ଦିରରେ ପୂଜାର୍ଚ୍ଚନା କଲେ ଉପରାଜ୍ୟପାଳ ମନୋଜ ସିହ୍ନା

author img

By

Published : May 10, 2022, 11:34 AM IST

ଶ୍ରୀନଗର: ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା(J&K LG Manoj Sinha) ରବିବାର ଦକ୍ଷିଣ କାଶ୍ମୀର ଅନ୍ତର୍ଗତ ଅନନ୍ତନାଗ ସ୍ଥିତ ମାର୍ତଣ୍ଡ ସୂର୍ଯ୍ୟ ମନ୍ଦିରରେ ଆୟୋଜିତ ଏକ ଧାର୍ମିକ ସମାରୋହରେ ଯୋଗ ଦେଇଥିଲେ । ଏହି ଐତିହାସିକ ମନ୍ଦିରରେ ଉପରାଜ୍ୟପାଳ ପୂଜାର୍ଚ୍ଚନା ମଧ୍ୟ କରିଥିଲେ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ASI) । କାରଣ ମାର୍ତଣ୍ଡ ସୂର୍ଯ୍ୟ ମନ୍ଦିରଟି ଏଏସଆଇ ଅଧୀନରେ ସଂରକ୍ଷିତ ରହିଛି ।

  • Participated in the auspicious Navgrah Ashtamangalam Pooja at Martand Sun temple, Mattan, Anantnag. Truly a divine experience in a godly ambience. pic.twitter.com/uOl3EzPSiS

    — Manoj Sinha (@manojsinha_) May 9, 2022 " class="align-text-top noRightClick twitterSection" data=" ">

ଏଠାରେ ପୂଜାର୍ଚ୍ଚନା ପାଇଁ ଏଏସଆଇ ଅନୁମତି ନଥିବା ବେଳେ ମନୋଜ ସିହ୍ନା ମନ୍ଦିର ଆୟୋଜିତ ପୂଜାରେ ସାମିଲ ହୋଇଛନ୍ତି । ତେଣୁ ଏହା ନିୟମର ଉଲ୍ଲଙ୍ଘନ ବୋଲି ASI କହିଛି । ବିନା ଅନୁମତିରେ ମନ୍ଦିରରେ କିପରି ପୂଜାର୍ଚ୍ଚନା କରାଗଲା ସେନେଇ ଜିଲ୍ଲା ପ୍ରଶାସନଙ୍କୁ ପ୍ରଶ୍ନ କରିଛି ସର୍ବେକ୍ଷଣ ସଂସ୍ଥା । ଅନନ୍ତନାଗ ସ୍ଥିତ ଏହି ପ୍ରାଚୀନ ସୂର୍ଯ୍ୟ ମନ୍ଦିରଟି ଅଷ୍ଟମ ଶତାବ୍ଦୀରେ(8th Century) ନିର୍ମିତ ହୋଇଥିଲା । ମାତ୍ର ଏଠାରେ କୌଣସି ପ୍ରକାର ପୂଜାର୍ଚ୍ଚନା କରାଯାଏ ନାହିଁ ।

କିନ୍ତୁ ଉପଜିଲ୍ଲାପାଳ ମନୋଜ ସିହ୍ନା ମନ୍ଦିରରେ ଆୟୋଜିତ ନବଗ୍ରହ ଅଷ୍ଟମଙ୍ଗଳମ(Navgrah Ashtamangalam) ପୂଜାରେ ସାମିଲ ହୋଇଥିଲେ । ପୂଜାରେ କିଛି କାଶ୍ମୀର ପଣ୍ଡିତଙ୍କ ସହ BJP ନେତା ମଧ୍ୟ ଉପସ୍ଥିତ ରହିଥିଲେ । ଏନେଇ ASIର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ''ASI ସଂରକ୍ଷିତ ଐତିହାସିକ ସ୍ଥଳରେ କୌଣସି ପ୍ରକାର ଧାର୍ମିକ ସମାରୋହକୁ ଅନୁମତି ଦିଆଯାଏ ନାହିଁ । କେବଳ କେତେକ ସ୍ଥାନରେ କିଛି ସର୍ତ୍ତ ଆଧାରରେ ଧାର୍ମିକ କାର୍ଯ୍ୟ ଅନୁଷ୍ଠିତ ହୋଇଥାଏ ।

ଏହି ସୂର୍ଯ୍ୟ ମନ୍ଦିରରେ ଦୀର୍ଘ ଦଶନ୍ଧି ଧରି କୌଣସି ପୂଜାର୍ଚ୍ଚନା ହୋଇନଥିଲା । ଉପରାଜ୍ୟପାଳ ପ୍ରାଚୀନ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବାକୁ ଯିବେ ବୋଲି ଖବର ମିଳିଥିଲା, ମାତ୍ର ପୂଜା ସଂକ୍ରାନ୍ତରେ କୌଣସି ସୂଚନା ନଥିଲା । ASI ଅନୁମତି ବିନା ମନ୍ଦିରରେ ପୂଜାର୍ଚ୍ଚନା ହୋଇଛି ।'' ଏଥିପାଇଁ ଜିଲ୍ଲା ପ୍ରଶାସନକୁ ନୋଟିସ ପଠାଇଯାଇଥିବା ଅଧିକାରୀ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.