ଶ୍ରୀନଗର: କୁଲଗାମରେ ଆଇଇଡି ବ୍ଲାଷ୍ଟ । ମଙ୍ଗଳବାର ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାର କାଇମୋ ଅଞ୍ଚଳରେ ଆଇଇଡି ବିସ୍ଫୋରଣ ହୋଇଛି । ତେବେ ଏହି ଘଟଣା ପରେ ସେହି ଅଞ୍ଚଳରେ ସୁରକ୍ଷାବଳ ପହଞ୍ଚିଥିବା ବେଳେ ତଦନ୍ତ ଆରମ୍ଭ ହୋଇଛି ।
ସୂଚନା ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟାରେ ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାର କାଇମୋ ଓ ୟାରୀପୋରାର ଏକ ରାସ୍ତାରେ ଆତଙ୍କବାଦୀମାନେ ଏକ ଆଇଇଡି ବିସ୍ଫୋରଣ କରିଛନ୍ତି । ତେବେ ଏହି ଘଟଣାରେ କାହାର କୌଣସି ଅଘଟଣ ଘଟିନାହିଁ । ଏହି ଘଟଣା ପରେ ସେହି ଅଞ୍ଚଳରେ ପୋଲିସ ଓ ସେନାର ଟିମ ପହଞ୍ଚି ଘଟଣାସ୍ଥଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ