ଶ୍ରୀନଗର: ଦକ୍ଷିଣ କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ପାଟ୍ରୋଲିଂ ବେଳେ CRPF ଗାଡି ଉପରକୁ ଆତଙ୍କବାଦୀ ଗ୍ରେନେଡ ମାଡ କରିଛନ୍ତି । ଏଥିରେ କେହି ଯବାନ ଆହତ ହୋଇନଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆଜି (ଗୁରୁବାର) ଶୋପିଆନ୍ କେଗାମ ଗ୍ରାମ ନିକଟରେ CRPF 14 ବାଟାଲିୟନ ପାର୍ଟି ପାଟ୍ରେଲିଂ କରୁଥିବା ବେଳେ ଏହି ଆକ୍ରମଣ ଭିଆଇଛନ୍ତି ଆତଙ୍କବାଦୀ ।
ସ୍ଥାନୀୟ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆତଙ୍କବାଦୀମାନେ ଆକ୍ରମଣକୁ ରୂପ ଦେବା ପରେ ଘଟଣାସ୍ଥଳରୁ ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି । ସେମାନଙ୍କୁ ଠାବ କରିବା ପାଇଁ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନକୁ କଡାକଡି କରିଛି ସୁରକ୍ଷା ବାହିନୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ