ETV Bharat / bharat

ଆଗ୍ରାରେ 40 ତମ ବିବାହ ବାର୍ଷିକ ପାଳନ କଲେ ଇଟାଲୀ ଦମ୍ପତି

author img

By

Published : Dec 6, 2022, 10:58 PM IST

ଆଗ୍ରାରେ 40 ତମ ବିବାହ ବାର୍ଷିକ ପାଳନ କଲେ ଇଟାଲୀ ଦମ୍ପତି । ଆଗ୍ରାଠାରେ ହିନ୍ଦୁ ରୀତିନୀତି ଅନୁଯାୟୀ ଇଟାଲୀର ଜଣେ ଦମ୍ପତି ସେମାନଙ୍କର 40 ତମ ବିବାହ ବାର୍ଷିକ କଲେ ପାଳନ । ଅଧିକ ପଢନ୍ତୁ

ଆଗ୍ରାରେ 40 ତମ ବିବାହ ବାର୍ଷିକ ପାଳନ କଲେ ଇଟାଲୀ ଦମ୍ପତି
ଆଗ୍ରାରେ 40 ତମ ବିବାହ ବାର୍ଷିକ ପାଳନ କଲେ ଇଟାଲୀ ଦମ୍ପତି

ଲକ୍ଷ୍ନୌ : ଆଗ୍ରାଠାରେ ହିନ୍ଦୁ ରୀତିନୀତି ଅନୁଯାୟୀ ଇଟାଲୀର ଜଣେ ଦମ୍ପତି ସେମାନଙ୍କର 40 ତମ ବିବାହ ବାର୍ଷିକ କଲେ ପାଳନ । ଏହି ଅବସରରେ ଇଟାଲୀ ଦମ୍ପତ୍ତି ଦ୍ବିତୀୟ ଥର ଆଗ୍ରାର ଅନେକ ଲୋକ ଏହି ସମାରୋହରରେ ଯୋଗ ଦେଇଥିଲେ । ବିଦେଶୀ ଦମ୍ପତି ମୌରୋ ଏବଂ ଷ୍ଟେଫାନିଆ ତାଜମହଲ ନିକଟ ଏକ ରିସୋର୍ଟରେ ନିଜର ବିବାହ ବାର୍ଷିକୀରେ ପୁଣିଥରେ ହିନ୍ଦୁ ରିତୀନୀତିରେ ବିବାହ କରିଛନ୍ତି ।

ସୂଚନା ଅନୁସାରେ ଇଟାଲୀ ନାଗରିକ ମୌରୋ ଭାରତୀୟ ସଂସ୍କୃତି ଦ୍ବାରା ପ୍ରଭାବିତ । ମୌରୋ ନିଜର 40 ତମ ବିବାହ ବାର୍ଷିକ ପାଳନ କରିବାକୁ ତାଙ୍କ ପତ୍ନୀ ଷ୍ଟେଫାନିଆଙ୍କ ସହ ଭାରତ ଆସିଥିଲେ । ଏନେଇ ସେ ଟ୍ରାଭେଲ୍ସ ଓ ଇଭେଣ୍ଟ ଅପରେଟର ଏମଟିଏ ଗୃପର ମନୀଷ ଶର୍ମାଙ୍କ ସହ ସମ୍ପର୍କ କରିବା ସହିତ ନିଜର ୪୦ତମ ବିବାହ ବାର୍ଷିକରେ ହିନ୍ଦୁ ରିତୀନୀତିରେ ପୁଣିଥରେ ବିବାହ କରିବା ପାଇଁ ତାଙ୍କୁ ଜଣାଇଥିଲେ । ତା'ପରେ ମନିଷ ଶର୍ମା ତାଜମହଲର ନିକଟରେ ଥିବା ଏକ ରିସୋର୍ଟରେ ବାହାଘର ପାଇଁ ବ୍ୟବସ୍ଥା କରିଥିଲେ ।

ଅନ୍ୟପଟେ ଏହି ଇଟାଲୀ ଦମ୍ପତି ପ୍ରଥମେ ପାରମ୍ପରିକ ପୋଷାକରେ ତାଜମହଲ ପରିଦର୍ଶନ କରିଥିଲେ । ଏହା ପରେ ରିସୋର୍ଟରେ ବ୍ୟାଣ୍ଡ ବାଜା ସହିତ ବାହାରି ଥିଲା ବରଯାତ୍ରୀ । ସେହିପରି ପଣ୍ଡିତ ପ୍ରବୀଣ ଦତ୍ତ ଶର୍ମା ସେମାନଙ୍କ ବିବାହ କରିଥିବା ବେଳେ ଇଟାଲୀ ଦମ୍ପତି ବହୁତ ଖୁସି ଥିଲେ ଏଥିସହିତ ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଥିଲେ ।

ଏନେଇ ପଣ୍ଡିତ ପ୍ରବୀଣ ଦତ୍ତ ଶର୍ମା କହିଛନ୍ତି ଯେ, "ଭାରତୀୟ ମାନେ ହୁଏତ ନିଜର ପରମ୍ପରା ଓ ସଂସ୍କୃତିକୁ ଭୁଲି ଯାଉଥିବେ ହେଲେ ବିଦେଶରେ ଏହାର ମୂଲ୍ୟ ବୁଝୁଛନ୍ତି । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.