ETV Bharat / bharat

ହାଇଦ୍ରାବାଦ, ବେଙ୍ଗାଲୁରୁର 40 ସ୍ଥାନରେ ଆୟକର ବିଭାଗର ଚଢାଉ ଜାରି

author img

By

Published : Jul 12, 2022, 11:57 AM IST

ହାଇଦ୍ରାବାଦ, ବେଙ୍ଗାଲୁରୁରେ ଆୟକର ବିଭାଗର ଚଢାଉ । ରିଅଲ-ଇଷ୍ଟେଟ ସଂସ୍ଥାର ପ୍ରାୟ 40 ଠିକଣାରେ ଚଢାଉ ଜାରି । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ

ହାଇଦ୍ରାବାଦ, ବେଙ୍ଗାଲୁରୁର 40 ସ୍ଥାନରେ ଆୟକର ବିଭାଗର ଚଢାଉ ଜାରି
ହାଇଦ୍ରାବାଦ, ବେଙ୍ଗାଲୁରୁର 40 ସ୍ଥାନରେ ଆୟକର ବିଭାଗର ଚଢାଉ ଜାରି

ନୂଆଦିଲ୍ଲୀ: ଆୟକର ବିଭାଗ ଦ୍ବାରା ହାଇଦ୍ରାବାଦ ଓ ବେଙ୍ଗାଲୁରୁର 40 ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି । ଆଜି ସକାଳୁ ଏହି ଚଢାଉ ଜାରି ରହିଥିବା ସୂଚନା ମିଳିଛି । ଦୁଇ ରିଅଲ ଇଷ୍ଟେଟ ସଂସ୍ଥାର କାରବାର ସହ ଜଡିତ ଠିକଣାରେ ଚଢାଉ କରି କେନ୍ଦ୍ର ଆୟକର ବିଭାଗର ଅଧିକାରୀମାନେ ଯାଞ୍ଚ ଜାରି ରଖିଥିବା କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦରେ ଥିବା ସଂସ୍ଥାର ବିକ୍ରୟ/ ଲିଜ୍ ବ୍ୟବସାୟ ସଂସ୍ଥା ସମେତ ପ୍ରାୟ 40 ରୁ ଅଧିକ ସ୍ଥାନରେ ସର୍ଚ୍ଚ ଚାଲିଛି । ଏଥିରେ ଅନେକ ବେଆଇନ ଦଲିଲ ଏବଂ ଡିଜିଟାଲ ପ୍ରମାଣ ବହନ କରୁଥିବା ଡିଭାଇସ ଆଦି ଜବତ କରାଯାଇଥିବା ମଧ୍ୟ ମନ୍ତ୍ରଣାଳୟ କହିଛି । ଜବତ ହୋଇଥିବା ସାମଗ୍ରୀ ଓ ପ୍ରମାଣର ପ୍ରାଥମିକ ବିଶ୍ଳେଷଣରୁ ଏହୀ ବେଆଇନ ଅର୍ଥ କାରବାର ଓ ଟିକସ ଫାଙ୍କିବୀ ମାମଲା ବୋଲି ସ୍ପଷ୍ଟ ହୋଇଛି ।ରେଡ୍‌ ଶେଷ ହେବାପରେ ଫଳାଫଳ ଆଧାରରେ ଉକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ନେଇ ମଧ୍ୟ ମନ୍ତ୍ରଣାଳୟ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.