ETV Bharat / bharat

ଧୂମ୍ରପାନ ଛାଡିବାରେ ଡେରି କେବେ ହୁଏ ନାହିଁ

author img

By

Published : Mar 10, 2021, 8:34 PM IST

ବିଶ୍ୱ କୋଭିଡ-୧୯ ପରି ଏକ ମାରାତ୍ମକ ମହାମାରୀ କବଳରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଧୂମ୍ରପାନ କରୁଥିବା ଲୋକ ମହାମାରୀର ଦ୍ୱାରା ଶୀଘ୍ର ପ୍ରଭାବିତ ହୋଇଥାନ୍ତି । ଏହା ଶ୍ୱସନ ସମସ୍ୟାକୁ ଆହୁରି ଦ୍ୱିଗୁଣିତ କରେ । ତେଣୁ ଧୂମ୍ରପାନ ପରିହାର କରିବା ହିଁ ଭଲ । ଅଧିକ ପଢନ୍ତୁ..

ଧୂମ୍ରପାନ ଛାଡିବାରେ ଡେରି କେବେ ହୁଏ ନାହିଁ
ଧୂମ୍ରପାନ ଛାଡିବାରେ ଡେରି କେବେ ହୁଏ ନାହିଁ

ମାର୍ଚ୍ଚମାସର ଦ୍ବିତୀୟ ବୁଧବାରକୁ ‘ନୋ ସ୍କୋକିଂ ଡେ’ ବା ଧୂମ୍ରପାନ ନିରୋଧୀ ଦିବସ ଭାବେ ପାଳନ କରାଯାଏ । ଧୂମପାନକାରୀଙ୍କ ଅଭ୍ୟାସ ଛଡାଇବା ଓ ସଚେତନତା ବାର୍ତ୍ତା ପ୍ରଚାର କରିବା ହେଉଛି ଏହି ଦିବସର ଲକ୍ଷ୍ୟ । ଧୂମପାନ ଶରୀର ପକ୍ଷେ ଆଦୌ ହିତକର ନୁହେଁ ।ଏହା ପ୍ରମାଣିତ ହୋଇସାରିଛି । ବହୁ ଜଟିଳ ବ୍ୟାଧିରେ ପୀଡିତ ହୁଅନ୍ତି ନିୟମିତ ବିଡି, ସିଗାରେଟ ପିଉଥିବା ଧୂମ୍ରପାନକାରୀ । ଏସବୁ ଜାଣି ବି ସେମାନେ ଜାରି ରଖନ୍ତି ଧୂମ୍ରପାନ । ଆଉ ଗୋଟେ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ, ଧୂମପାନକାରୀମାନଙ୍କ ଯୋଗୁଁ ପାସିଭ୍ ସ୍ମୋକର୍ସମାନଙ୍କ ସ୍ୱାସ୍ଥ୍ୟ ବି ପ୍ରଭାବିତ ହୁଏ । ହାଇଦ୍ରାବାଦ ସ୍ଥିତ ଚେତନା ହସପିଟାଲର ସାଇକିଆଟ୍ରିଷ୍ଟ ଡକ୍ଟର ଫଣୀ ପ୍ରଶାନ୍ତ କହନ୍ତି ଯେ, ଧୂମପାନ ହେଉଛି ବିନା ସୁରକ୍ଷାରେ ଗାଡି ଚାଳନା । ସାମାନ୍ୟ ମଦ୍ୟପାନ କଲେ ତ ସ୍ୱାସ୍ଥ୍ୟଗତ ଫାଇହା ଅଛି । କିନ୍ତୁ ଧୂମ୍ରପାନ କଲେ କ୍ଷତି ହିଁ କ୍ଷତି । ଜୀବନ ବି ଚାଲିଯାଏ । ଗୋଟିଏ ସିଗାରେଟ ଟାଣିଲେ ବି ଏହା ବିପଜ୍ଜନକ ହୋଇଥାଏ ।

ଧୂମ୍ରପାନ ସଂପର୍କିତ ତଥ୍ୟ ଓ ସୂଚନା

  • ବିଶେଷଜ୍ଞ ଓ ଡାକ୍ତରମାନଙ୍କ ମତରେ ସିଗାରେଟରେ ପ୍ରାୟ ୪ ହଜାର ଟକ୍ସିକ କେମିକାଲ ବ୍ୟବହାର ହୋଇଥାଏ । ଏହା କ୍ୟାନସର ସୃଷ୍ଟି କରିଥାଏ । କେବଳ ସେତିକି ନୁହେଁ ଆଉ କିଛି ଜଟିଳ ବ୍ୟାଧି ବି ହୋଇ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଂଗପ୍ରତ୍ୟଙ୍ଗ ନଷ୍ଟ କରିଦିଏ ।
  • ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ତମ୍ବାଖୁ ପ୍ରତିବର୍ଷ ୮ ମିଲିଅନରୁ ଅଧିକ ଲୋକଙ୍କ ପ୍ରାଣ ନିଏ । ଏଥିମଧ୍ୟରୁ ୭ ମିଲିଅନରୁ ଅଧିକ ଲୋକଙ୍କ ଜୀବନ ସିଧାସଳଖ ଟବାକୋ ବ୍ୟବହାର ଦ୍ୱାରା ଯାଇଥାଏ । ପାଖାପାଥି ୧ ଦଶମିକ ୨ ମିଲିଅନ ଲୋକ ନନ୍ ସ୍କୋକିଂ ବା ସେକେଣ୍ଡ ହ୍ୟାଣ୍ଡ୍ ସ୍ମୋକିଂର ସମ୍ମୁଖୀନ ହୁଅନ୍ତି ।
  • ବିଶ୍ୱବ୍ୟାପୀ ଟବାକୋ ବ୍ୟବହାରର ସାଧାରଣ ରୂପ ହେଉଛି ସିଗାରେଟ୍ । ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଏହି ସୂଚନା ଦେଇଛି । ୱାଟରପାଇପ ଟବାକୋ, ସିଗାର, ବିଡି ଭଳି ଅନ୍ୟ ଟବାକୋ ଉତ୍ପାଦ ବି ଅହେତୁକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରେ ।

ସ୍ୱାସ୍ଥ୍ୟ ଉପରେ ଧୂମ୍ରପାନର କୁପ୍ରଭାବ

ଧୂମ୍ରପାନ ଏକ ନିଶା । ଏହା ଅନେକ ରୋଗର ସୂତ୍ରଧର । ବିଭିନ୍ନ ରୋଗକୁ ଜଟିଳ ବି କରିଥାଏ ଧୂମ୍ରପାନ । ବିଭିନ୍ନ ପ୍ରକାର କ୍ୟାନସର ଓ ଅନ୍ୟାନ୍ୟ ଦୁଃସ୍ଥିତିର କାରଣ ହୋଇଥାଏ ଧୂମପାନ ।

  • ଧୂମପାନ କଲେ ହୃଦଘାତ ଓ ଷ୍ଟ୍ରୋକ ହୋଇଥାଏ
  • କୋରୋନାରି ହାର୍ଟ ଡିଜିଜ୍ ( ସିଏଚଡି ) ହୁଏ
  • କ୍ରନିକ ଅବଷ୍ଟ୍ରକଟିଭ ପୁଲମୋନାରି ଡିଜିଜ ( ସିଓପିଡି )
  • ଶ୍ୱାସଗତ ରୋଗ ଓ ଫୁସଫୁସ କ୍ୟାନସରରେ ପାଡିତ ହୁଅନ୍ତି ଧୂମ୍ରପାନକାରୀ
  • ପାଟି, ନାକ, ଗଳା, ବ୍ଲାଡର, କିଡନୀ,ବ୍ଲଡ ଓ ଅନ୍ୟ ସିଷ୍ଟମ ସହ ଜଡିତ କ୍ୟାନସର ସୃଷ୍ଟି କରିଥାଏ ଧୂମ୍ରପାନ
  • ପେରିଫେରାଲ ଆର୍ଟଏରିଆଲ ଡିଜିଜ୍ (ପିଏଡି )
  • ପେରିଫେରାଲ ଭସ୍କ୍ୟୁଲାର ଡିଜିଜ ( ପିଭିଡି )
  • ରିହ୍ୟୁମାଟୋଏଡ୍ ଆର୍ଥରିଟିସ୍
  • ଦୁର୍ବଳ ଦୃଷ୍ଟିଶକ୍ତି
  • ବ୍ୟଗ୍ରତା ଓ ଚିଡଚିଡା
  • ବାରମ୍ବାର କଫ,କାଶ
  • କିଛି ଯୌନଗତ ସମସ୍ୟା
  • ଧୂମ୍ରପାନ କଲେ ଗର୍ଭଧାରଣ ସହ ଜଡିତ କିଛି ସମସ୍ୟା ବି ସୃଷ୍ଟି ହୁଏ
  • ଆହୁରି ଅନେକ ଜଟିଳ ସମସ୍ୟା ସୃଷ୍ଟି କରେ ଧୂମ୍ରପାନ । ମଧୁମେହ ଭଳି ସହରୁଗଣତାର ବି କାରଣ ସାଜେ ଧୂମ୍ରପାନ ।

ଧୂମ୍ରପାନ ଛାଡିବାର ଉପାୟ

ହଠାତ ଧୂମ୍ରପାନ ଛାଡିହେବ ନାହିଁ । ଏହାକୁ ଛାଡିବା ବେଶ କଷ୍ଟ । କିନ୍ତୁ କିଛି ଉପାୟ ଅବଲମ୍ବନ କରାଯାଇପାରେ । ଧୀରେ ଧୀରେ ଅଭ୍ୟାସ କଲେ ଧୂମ୍ରପାନ ଛାଡି ହେବ ।

  • ଯଦି ଏକାଥରକେ ଧୂମ୍ରପାନ ଛାଡି ନ ହେଉଛି, ତାହା ହେଲେ ଧୂମ୍ରପାନ ସଂଖ୍ୟା ହ୍ରାସ କରନ୍ତୁ । ଯଦି ଆପଣ ଦିନକୁ ୬ଟି ସିଗାରେଟ ଟାଣୁଛନ୍ତି, ତାହା କମାଇ ୩ କିମ୍ବା ୨ କରନ୍ତୁ । ଥରେ ସିଗାରେଟ ସଂଖ୍ୟା କମାଇଦେଲେ ଆପଣ ଧୀରେ ଧୀରେ ଧୂମ୍ରପାନ ଛାଡିଦେବେ ।
  • ଧୂମ୍ରପାନ କରୁଥିବା ସାଙ୍ଗସାଥୀଙ୍କ ମେଳରେ ରହନ୍ତୁ ନାହିଁ । ସେମାନଙ୍କ ସହ ରହିଲେ ଆପଣଙ୍କୁ ଧୂମ୍ରପାନ କରିବାକୁ ଇଚ୍ଛା ହେବ । ଛାଡିଦେଇଥିଲେ ବି ପୁଣି ସିଗାରେଟ ଟାଣିବାକୁ ଇଚ୍ଛା ହେବ ।
  • ୱିଥଡ୍ରୟାଲ ସିମ୍ପଟମ୍‌ର ମୁକାବିଲା କରିବା ପାଇଁ ଆପଣଙ୍କୁ ଡେଲି ରୁଟିନରେ ପରିବର୍ତ୍ତନ କରିବାକୁ ହେବ । ସାରାଦିନ ନିଜକୁ ବ୍ୟସ୍ତ ରଖିବାକୁ ଚେଷ୍ଟା କରନ୍ତୁ ।
  • ପରିବାର ଓ ବନ୍ଧୁଙ୍କ ସହଯୋଗ ଲୋଡନ୍ତୁ ।
  • ଚିନ୍ତା ବଢିଲେ ଲୋକେ ଧୂମ୍ରପାନ କରନ୍ତି । ତେଣୁ ଚିନ୍ତାରୁ ଆଶ୍ୱସ୍ତି ପାଇଁ ଯୋଗଧ୍ୟାନ ଅଭ୍ୟାସ କରନ୍ତୁ । ଅନ୍ୟ କିଛି ବ୍ୟାୟାମ ବି ନିୟମିତ କରନ୍ତୁ ।
  • ଡକ୍ଟର ପ୍ରଶାନ୍ତଙ୍କ ମତରେ ଧୂମ୍ରପାନ ଛାଡିବାକି ନିକୋଟିନ ରିପ୍ଲେସମେଂଟ୍ ଥେରାପି –ଏନଆରଟିର ବି ସହାୟତା ନେଇପାରିବେ ।
  • ଯଦି ଆପଣ ଆବଶ୍ୟକଠାରୁ ଅଧିକ ସିଗାରେଟ ନେଉଥାନ୍ତି ଓ ଛାଡିପାରୁନାହାନ୍ତି ,ତାହା ହେଲେ ଜଣେ ସାଇକିଆଟ୍ରିଷ୍ଟଙ୍କ ସହାୟତା ନିଅନ୍ତୁ ।

ଏହା ସତ ଯେ, ଧୂମ୍ରପାନ ଛାଡିବ ସହଜ ନୁହେଁ । କିନ୍ତୁ ଏହା ଅସମ୍ଭବ ବି ନୁହେଁ । ଧୂମ୍ରପାନ ଛାଡିଲେ ନିଜକୁ ଆପଣ ସୁରକ୍ଷିତ ରଖିପାରିବା ସହ ଅନ୍ୟମାନଙ୍କ ସ୍ୱାସ୍ଥ୍ୟର ବି ପରୋକ୍ଷ ଭାବେ ସୁରକ୍ଷା କରିପାରିବେ । ଏହାର ହାନିକାରକ ପ୍ରଭାବରୁ ବର୍ତ୍ତି ପାରିବେ । ଆପଣ ମନେ ରଖିବା ଦରକାର ଯେ, ଧୂମ୍ରପାନ ଛାଡିବାରେ କେବେ ବି ବିଳମ୍ବ ହୁଏ ନାହିଁ । ଏକାଥରକେ ଛାଡିଦେବା ପାଇଁ କିଏ କହୁନାହିଁ । ଧୀରେ ଧାୀରେ ଆପଣ ଧୂମ୍ରପାନ ଉପରୋକ୍ତ ଉପାୟ ଅବଲମ୍ବନ କରି ଛାଡିପାରିବେ ।

ବର୍ତ୍ତମାନ ବିଶ୍ୱ କୋଭିଡ-୧୯ ପରି ଏକ ମାରାତ୍ମକ ମହାମାରୀ କବଳରେ ପଡିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଧୂମ୍ରପାନ କରୁଥିବା ଲୋକ ମହାମାରୀର ଦ୍ୱାରା ଶୀଘ୍ର ପ୍ରଭାବିତ ହୋଇଥାନ୍ତି । ଏହା ଶ୍ୱସନ ସମସ୍ୟାକୁ ଆହୁରି ଦ୍ୱିଗୁଣିତ କରେ । ତେଣୁ ଧୂମ୍ରପାନ ପରିହାର କରିବା ହିଁ ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.