ETV Bharat / bharat

ସର୍ଜରୀ ବ୍ଲେଡରେ ପ୍ରେମିକାର ଗଳାକାଟି ହତ୍ୟା କଲା ସୈତାନ ପ୍ରେମିକ

author img

By

Published : Dec 7, 2022, 2:14 PM IST

ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲା ଟକେଲ୍ଲାପାଡୁ ଅଞ୍ଚଳରେ ପ୍ରେମିକାର ଗଳା କାଟି ହତ୍ୟା କଲା ପ୍ରେମିକ । ଅଧିକ ପଢ଼ନ୍ତୁ

IT employee murder dental student with a surgical  blade for refusing love in andhra pradesh
ସର୍ଜରୀ ବ୍ଲେଡରେ ପ୍ରେମିକାର ଗଳାକାଟି ହତ୍ୟା କଲା ସୈତାନ ପ୍ରେମିକ

ଅମରାବତୀ: ଅନ୍ୟତ୍ର ବିବାହ କରିବାକୁ ମନସ୍ଥ କଲେ ପ୍ରେମିକା । ବିଚ୍ଛେଦ ସହିପାରିଲାନି ପ୍ରେମିକ । ଉତକ୍ଷିପ୍ତ ହୋଇ ସର୍ଜରି ବ୍ଲେଡରେ ପ୍ରେମିକାର ଗଳାକାଟି ହତ୍ୟା କଲା ସୈତାନ ପ୍ରେମିକ । ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲା ଟକେଲ୍ଲାପାଡୁ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଏହି ଘଟଣାରେ ସ୍ଥାନୀୟ ଲୋକେ ପ୍ରେମିକକୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଛନ୍ତି । ଅଭିଯୁକ୍ତ ଜଣକ ଆଇଟି କର୍ମଚାରୀ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଗୁଣ୍ଟୁର ଜିଲ୍ଲା ଟକେଲ୍ଲାପାଡୁ ଅଞ୍ଚଳର ତାପସ୍ବୀ ନାମକ ଜଣେ ଯୁବତୀ ବିଜୟୱାଡ଼ା ସ୍ଥିତ ଏକ ମେଡିକାଲ କଲେଜରେ BDS ବିଭାଗର ତୃତୀୟ ବର୍ଷରେ ଅଧ୍ୟୟନ କରୁଥିଲେ । ତାଙ୍କ ପିତାମାତା ମୁମ୍ବାଇରେ ରହୁଥିବାବେଳେ ସେ ତାଙ୍କ ବଡ଼ମାଉସୀଙ୍କ ଘରେ ରହି ପାଠ ପଢୁଥିଲେ । ସୋସିଆଲ ମିଡ଼ିଆ ମାଧ୍ୟମରେ କ୍ରିଷ୍ଣା ଜିଲ୍ଲାର ଜଣେ ସଫ୍ଟୱେୟାର କର୍ମଚାରୀ ଗଣେଶ୍ବରଙ୍କ ସହ ତାଙ୍କର ଦେଖା ହୋଇଥିଲା । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଦୁହେଁ କିଛି ସମୟ ପାଇଁ ଗନ୍ନାଭାରମରେ ରହୁଥିଲେ । ଏହାପରେ ଧିରେଧିରେ ସମ୍ପର୍କରେ ତିକ୍ତତା ଦେଖାଦେଲା । ଦୁହିଁଙ୍କ ମଧ୍ୟରେ ବାରମ୍ବାର ବିବାଦ ଲାଗି ରହିଥିବା ନେଇ ତାପସ୍ବୀ ପ୍ରେମିକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ ଏବଂ ଏନେଇ ସେ ତାଙ୍କ ବନ୍ଧୁଙ୍କୁ ଜଣାଇଥିଲେ ।

ଗୋଟିଏ ସପ୍ତାହ ପାଇଁ ସେ ତାଙ୍କ ବନ୍ଧୁଙ୍କ ସହ ଆସି ରହିଥିଲେ । ବନ୍ଧୁ ଜଣକ ଉଭୟଙ୍କ ମଧ୍ୟରେ ବୁଝାମଣା କରିବା ନେଇ ତିନି ଜଣେ ଏକାଠି ବସି ଆଲୋଚନା କରିଥିଲେ । ତାପସ୍ବୀ ଅନ୍ୟତ୍ର ବିବାହ କରିବାକୁ ନିଷ୍ପତ୍ତି ନେଲେ । ଏହି ସମୟରେ ଗଣେଶ୍ବର ଉତ୍ୟକ୍ତ ହୋଇ ଏକ ସର୍ଜରୀ ବ୍ଲେଡରେ ପ୍ରେମିକାଙ୍କ ଗଳା କାଟିଦେଇଥିଲେ । ଏହି ସମୟରେ ତାପସ୍ବୀଙ୍କ ବନ୍ଧୁ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଆସି ଅଭିଯୁକ୍ତକୁ କାବୁ କରିଥିଲେ । ତାପସ୍ବୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଗଣେଶ୍ବରକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.