ETV Bharat / bharat

Chandrayaan-3: ଉତକ୍ଷେପଣ କାଉଣ୍ଟଡାଉନ ଆରମ୍ଭ, ମନ୍ଦିରରେ ପୂଜାର୍ଚ୍ଚନା କଲେ ଇସ୍ରୋ ମୁଖ୍ୟ

author img

By

Published : Jul 13, 2023, 11:33 AM IST

Updated : Jul 13, 2023, 6:07 PM IST

ଚନ୍ଦ୍ରଯାନ-୩ ଉତକ୍ଷେପଣର କାଉଣ୍ଟ ଡାଉନ ଆରମ୍ଭ । ତିରୁପତିର ଚେଙ୍ଗଲମ୍ମା ମନ୍ଦିରରେ ପୂଜାର୍ଚ୍ଚନା କଲେ ଇସ୍ରୋ ମୁଖ୍ୟ ଏସ.ସୋମନାଥ । ତିରୁପତି ବାଲାଜୀଙ୍କ ଦର୍ଶନ କଲା ଇସ୍ରୋ ବୈଜ୍ଞାନିକଙ୍କ ଆଉ ଏକ ଟିମ୍‌ । ଅଧିକ ପଢନ୍ତୁ

ମନ୍ଦିରରେ ପୂଜାର୍ଚ୍ଚନା କଲେ ଇସ୍ରୋ ମୁଖ୍ୟ
ଚନ୍ଦ୍ରଯାନ-୩ର ସଫଳତା ପାଇଁ ପୂଜା କଲେ ଇସ୍ରୋ ବୈଜ୍ଞାନିକ
ମନ୍ଦିରରେ ପୂଜାର୍ଚ୍ଚନା କଲେ ଇସ୍ରୋ ମୁଖ୍ୟ

ଅମରାବତୀ: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ପୁଣିଥରେ ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିବ ଭାରତ । ଆସନ୍ତାକାଲି (ଶୁକ୍ରବାର) ଅପରାହ୍ନରେ ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ଲଞ୍ଚପ୍ୟାଡରୁ ହେବାକୁ ଥିବା ଚନ୍ଦ୍ରଯାନ-୩ର ଉତକ୍ଷେପଣ ପାଇଁ 24 ଘଣ୍ଟିଆ କାଉଣ୍ଟଡାଉନ ଆରମ୍ଭ ହୋଇସାରିଛି । ଆଜି ସକାଳେ ତିରୁପତିର ଚେଙ୍ଗଲମ୍ମା ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ.ସୋମନାଥ । ସେହିପରି ଇସ୍ରୋ ବୈଜ୍ଞାନିକଙ୍କ ଆଉ ଏକ ଟିମ୍‌ ତୁରୁପତି ବାଲାଜୀଙ୍କ ଦର୍ଶନ କରିଛନ୍ତି । ବୈଜ୍ଞାନିକଙ୍କ ଏହି ଟିମ୍ ଚନ୍ଦ୍ରଯାନ-୩ର ଗୋଟିଏ କ୍ଷୁଦ୍ର ମଡେଲ ନେଇ ତିରୁପତି ବାଲାଜୀଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି ।

ଇସ୍ରୋର ସାଇଣ୍ଟିଫିକ ସେକ୍ରେଟାରୀ ଶାନ୍ତନୁ ଭଟୱାଦେକର କ୍ଷୁଦ୍ର ମଡେଲ ସହିତ ତିରୁପତି ବାଲାଜୀଙ୍କ ଦର୍ଶନ କରି ମୁନ ମିଶନ ପାଇଁ ପ୍ରାର୍ଥନା କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ଏହା ହେଉଛି ଆମର ଚନ୍ଦ୍ରଯାନ ମିଶନ ଏବଂ ସବୁ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଆସନ୍ତାକାଲି ଚନ୍ଦ୍ରଯାନ-୩ ଲଞ୍ଚ ହେବ । ଇସ୍ରୋର ଏହି ଟିମରେ ନ୍ୟାସନାଲ ଆଟୋମସ୍ପେରିକ ରିସର୍ଚ୍ଚ ଲାବୋରଟୋରୀ ଡାଇରେକ୍ଟର ଅମିତ କୁମାର ପାତ୍ର, ଚନ୍ଦ୍ରଯାନ ୩ ପ୍ରୋଜେକ୍ଟ ଡାଇରେକ୍ଟର ବୀରାମୁଥୁ ବେଲ, ଆସୋସିଏଟ ପ୍ରୋଜେକ୍ଟ ଡାଇରେକ୍ଟର କଳ୍ପନା କଲାହସ୍ତୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ବୈଜ୍ଞାନିକମାନେ ପ୍ରଭୁ ବାଲାଜୀଙ୍କ ଆର୍ଶୀବାଦ ନେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: Chandrayaan-3: 14 ଅପରାହ୍ନରେ ଉତକ୍ଷେପଣ, ଅଗଷ୍ଟ 23-24 ଚନ୍ଦ୍ରପୃଷ୍ଠରେ ଅବତରଣ

ଚନ୍ଦ୍ରଯାନ ୩ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ଜୁଲାଇ ୧୪ ତାରିଖ ଅର୍ଥାତ୍ ଆସନ୍ତାକାଲି ଅପରାହ୍ନ ୨.୩୫ ମିନିଟରେ ବହୁ ପ୍ରତୀକ୍ଷିତ ଚନ୍ଦ୍ରଯାନ ୩ ଉତପେକ୍ଷଣ କରାଯିବ । ଇସ୍ରୋର ନୂତନ ଲଞ୍ଚିଂ ଭେଇକିଲ LVM-3 ରକେଟରେ ଏହି ଉପଗ୍ରହ ଚନ୍ଦ୍ରପୃଷ୍ଠ ଅଭିମୁଖେ ଯାତ୍ରା କରିବ । ଲଞ୍ଚି ପାଇଁ ରିହର୍ସଲ ମଧ୍ୟ ଶେଷ ହୋଇଛି । ଆସନ୍ତା ମାସ ୨୩ କିମ୍ବା ୨୪ ତାରିଖରେ ଚନ୍ଦ୍ରଯାନ ୩ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବାର ସମ୍ଭାବନା ରହିଛି । ଏହି ମିଶନରେ ଚନ୍ଦ୍ରର ରେଗୋଲିଥ, ଚନ୍ଦ୍ରପୃଷ୍ଠର ଭୂକମ୍ପ ମାତ୍ରା, ପ୍ଲାଜ୍‌ମା, ଲ୍ୟାଣ୍ଡର ଅବତରଣ କରିଥିବା ଆଖପାଖ ଭୌଗଳିକ ବାତାବରଣ ସମ୍ପର୍କରେ ଅନୁଧ୍ୟାନ ପାଇଁ ଏକାଧିକ ଅତ୍ୟାଧୁନିକ ଯନ୍ତ୍ରାଂଶ ଇନ୍‌ଷ୍ଟଲ୍‌ ରହିବ ।

ଏହାମଧ୍ୟ ପଢନ୍ତୁ: Chandrayaan-3: ରିହରସେଲ ଶେଷ କଲା ISRO, 14 ଅପରାହ୍ନର ଉତକ୍ଷେପଣ

ଚନ୍ଦ୍ରଯାନ ୩ ହେଉଛି ଭାରତର ତୃତୀୟ ଚନ୍ଦ୍ର ମିଶନ । ଏହାପୂର୍ବରୁ ଚନ୍ଦ୍ରଯାନ ୨ ମିଶନ ଅଳ୍ପକେ ଫେଲ୍ ହୋଇଥିଲା । ୨୦୧୯ ସେପ୍ଟେମ୍ବରରେ ଚନ୍ଦ୍ରଯାନ ୨ ମିଶନରେ ଲ୍ୟାଣ୍ଡର ରୋଭର ଚନ୍ଦ୍ରପୃଷ୍ଠରେ କ୍ରାସ ଲ୍ୟାଣ୍ଡିଂ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 13, 2023, 6:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.