ETV Bharat / bharat

Gaganyaan TV D1 Mission: ଅନବୋର୍ଡ ଭିଡିଓ ସେୟାର କଲା ISRO - ଭାରତୀୟ ମହାକାଶ ସଂସ୍ଥା

ଗଗନଯାନ ଉତକ୍ଷେପଣର ଅନବୋର୍ଡ ଭିଡିଓ ସେୟାର କଲା ISRO । 18 କିମି ଉଠି ବଙ୍ଗୋପସାଗରରେ ଖସିଥିଲା କ୍ର୍ୟୁ ମଡ୍ୟୁଲ । ଅଧିକ ପଢନ୍ତୁ

Gaganyaan TV D1 Mission: ଅନବୋର୍ଡ ଭିଡିଓ ସେୟାର କଲା ISRO

author img

By ETV Bharat Odisha Team

Published : Oct 22, 2023, 11:01 PM IST

Gaganyaan TV D1 Mission: ଅନବୋର୍ଡ ଭିଡିଓ ସେୟାର କଲା ISRO

ହାଇଦ୍ରାବାଦ: ଦୁଇ ଦିନ ତଳେ ଭାରତ ନିଜର ପ୍ରଥମ ମାନବ ମହାକାଶ ମିଶନ ‘ଗଗନଯାନ’ ମିଶନର ପ୍ରଥମ ପରୀକ୍ଷାମୂଳକ ଉତକ୍ଷେପଣ କରିଛି । ଯାହା ସଫଳ ମଧ୍ୟ ହୋଇଛି । TV D-1ର ସଫଳ ଉତକ୍ଷେପଣ କରି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମାନବ ମହାକାଶ ମିଶନରେ ଆଉ ପାଦେ ଆଗେଇଛି । ତେବେ ଏହାର ସଫଳତା ପରେ ଇସ୍ରୋ ବୈଜ୍ଞାନିକମାନେ ଖୁସି ଜାହିର କରିବା ସହିତ ପରସ୍ପରକୁ ଅଭିନନ୍ଦନ ଜଣାଇଛନ୍ତି । ଆଜି ଇସ୍ରୋ ଏହି ପରୀକ୍ଷଣର ଅନବୋର୍ଡ ଭିଡିଓ ସେୟାର କରିଛି । ଯାହା ରକେଟରେ ଲାଗିଥିବା କ୍ୟାମେରାରେ ରେକର୍ଡ ହୋଇଛି ।

21 ତାରିଖରେ ପାଣିପାଗରେ ପରିବର୍ତ୍ତନ ପାଇଁ ଏହାକୁ ସ୍ଥଗିତ ରଖିବାକୁ ପଡିଥିଲା । ପ୍ରଥମ ପର୍ଯ୍ୟାୟରେ କାଉଣ୍ଟଡାଉନ ଆରମ୍ଭ ହୋଇସାରିଥିବା ବେଳେ ଶେଷ 5 ସେକେଣ୍ଡରେ ଏହା ଅଟୋମେଟିକ ହୋଲ୍ଡ ପୋଜିସନରେ ରହିଥିଲା । ଡାଟା ଆନାଲିସିସ କରାଯିବା ପରେ ଏହାର ସମୟକୁ 8ଟା 30କୁ ପରିବର୍ତ୍ତନ କରାଯାଇଥିଲା । ଏହାପରେ ବୈଷୟିକ ତ୍ରୁଟି ଯୋଗୁଁ 8ଟା 45 ମିନିଟରେ ଉତକ୍ଷେପଣ କରିବା ପାଇଁ ସ୍ଥିର ହୋଇଥିଲେ ସୁଦ୍ଧା ସେହି ପର୍ଯ୍ୟାୟରେ ମଧ୍ୟ ଉତକ୍ଷେପଣ ହୋଇପାରିନଥିଲା । ଏହାର କିଛି ସମୟ ପରେ ପୁଣି ଥରେ 10ଟାରେ TV-D1କୁ ଲଞ୍ଚ୍‌ କରାଯିବା ନେଇ ଇସ୍ରୋ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ଦ୍ବିତୀୟ ଥରରେ ଏହାର ସଫଳପୂର୍ବ ଲଞ୍ଚିଂ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ଉତକ୍ଷେପଣର 5 ସେକଣ୍ଡ ପୂର୍ବରୁ TV-D1 ପରୀକ୍ଷଣ ସ୍ଥଗିତ, ପୁଣି ସମୟ ଧାର୍ଯ୍ୟ କଲା ଇସ୍ରୋ

ଆନ୍ଧ୍ର ପ୍ରଦେଶର ଶ୍ରୀହରୀକୋଟା ମହାକାଶ କେନ୍ଦ୍ରରୁ ସକାଳ 10ଟାରେ ଗଗନଯାନ କ୍ରୁ ମଡ୍ୟୁଲର ପରୀକ୍ଷଣ ସଫଳ ହୋଇଥିଲା । କ୍ରୁ ମଡ୍ୟୁଲାର 17 କିମି ଉପରକୁ ଉଠି ପାରାସୁଟ୍‌ ମାଧ୍ୟମରେ ପୁଣି ତଳକୁ ଖସିଥିଲା । ଉତକ୍ଷେପଣର 11.9 କିଲୋମିଟର ଉଚ୍ଚରେ ଟିଭି ଡି-1ରେ ରହିଥିବା ପାରାସୁଟ ଖୋଲିଥିଲା । ଏହା ସାହାଯ୍ୟରେ ସଫଳତାର ସହିତ ବଙ୍ଗୋପସାଗର ଜଳରାଶିରେ ସଫଳତା ସହ ଅବତରଣ କରିଥିଲା । ତେବେ ଇସ୍ରୋର ଯୋଜନା ମୁତାବକ ଭାରତୀୟ ନୌସେନାର ଏକ ଟିମ ପୂର୍ବ ପ୍ରସ୍ତୁତି ଅନୁସାରେ, ଏହି କ୍ର୍ୟୁ ମଡ୍ୟୁଲକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ତେବେ ମିଶନ ସଫଳ ହେବା ପରେ ବୈଜ୍ଞାନିକଙ୍କ ମନରେ ଖୁସିର ଲହରୀ ଖେଳି ଯାଇଥିଲା । ଏବେ ଏହି ମାନବ ମହାକାଶ ମିଶନର ଏକାଧିକ ପର୍ଯ୍ୟାୟ ଟ୍ରାଏଲ ପରେ 2025 ସୁଦ୍ଧା ଭାରତୀୟ ମହାକାଶଚାରୀ ମହାକାଶରେ ପ୍ରବେଶ କରି ଭୂପୃଷ୍ଠକୁ ପ୍ରତ୍ୟାବର୍ତ୍ତନ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.