ETV Bharat / bharat

Chandrayaan-3: ଜହ୍ନରେ ଉଡ଼ିବ ତ୍ରିରଙ୍ଗା ! ଆରମ୍ଭ ହେଲା ନୂଆ ଭାରତର ଐତିହାସିକ ଯାତ୍ରା

author img

By

Published : Jul 14, 2023, 2:50 PM IST

Updated : Jul 14, 2023, 3:06 PM IST

ଆରମ୍ଭ ହେଲା ନୂଆ ଭାରତର ଐତିହାସିକ ଯାତ୍ରା । ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଜହ୍ନ ଅଭିମୁଖେ ଯାତ୍ରା ଆରମ୍ଭ କଲା ବାହୁବଳୀ ରକେଟ ଏମଭିଏମ3-ଏମ4 । ଅଧିକ ପଢନ୍ତୁ

Chandrayaan 3
Chandrayaan 3

ଜହ୍ନରେ ଉଡ଼ିବ ତ୍ରିରଙ୍ଗା ! ଆରମ୍ଭ ହେଲା ନୂଆ ଭାରତର ଐତିହାସିକ ଯାତ୍ରା

ଅମରାବତୀ: ଅପେକ୍ଷାରେ ଘଟିଲା ଅନ୍ତ । ଭାରତୀୟଙ୍କ ପାଇଁ ଐତିହାସିକ ମୁହୂର୍ତ୍ତ । ଗର୍ବ ଓ ଗୌର୍ବର ଦିନ । ସ୍ବତନ୍ତ୍ର ସେ ସମୟ । 140 କୋଟି ଭାରତୀୟ ସ୍ବପ୍ନ ଓ ଆଶାର ଉଡ଼ାଣ ଭରିଛି ଚନ୍ଦ୍ରଯାନ-3 । ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଚନ୍ଦ୍ରଯାନ-3 । ଅପରାହ୍ନ 2ଟା 35ରୁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନର ତୃତୀୟ ମୁନ ମିଶନ ଚନ୍ଦ୍ରଯାନ-3 ଉତକ୍ଷେପଣ ହୋଇଛି । ଆନ୍ଧ୍ରପ୍ରଦେଶ ସ୍ଥିତ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଚନ୍ଦ୍ରଯାନ-3 ପ୍ରକ୍ଷେପଣ କରାଯାଇଛି ।

ଚନ୍ଦ୍ର ଅଭିମୁଖେ ଚନ୍ଦ୍ରଯାନ-3: ଜୁନ 14 ତାରିଖ ସମୟ ଅପରାହ୍ନ 2ଟା 35 ମିନଟ । ଏହି ତାରିଖ ଓ ସମୟ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିବ । ଭାରତର ତୃତୀୟ ଚନ୍ଦ୍ର ଅଭିଯାନ ପାଇଁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ISRO)ର ମିଶନ ଚନ୍ଦ୍ରଯାନ-3 ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱାନ କେନ୍ଦ୍ରରୁ ଚନ୍ଦ୍ରଯାନ-3 ଉତକ୍ଷେପଣ ହୋଇଛି। ବିଶାଳକାୟ ଏମଭିଏମ3-ଏମ4 । 43.5 ମିଟର ଉଚ୍ଚ ଓ 642 ଟନ ଓଜନ ବିଶିଷ୍ଟ ଲଞ୍ଚ ଭେହିକିଲ ମାର୍କ-ଥ୍ରୀର ଏହି ମିଶନ ଆରମ୍ଭ ହୋଇଛି । ଭୂପୃଷ୍ଠ ଛାଡିବାର ପ୍ରାୟ 180 କିମି ଉଚ୍ଚତାରେ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହେବ ଚନ୍ଦ୍ରଯାନ-3 । ଏଥରେ ମୋଟ 3 ହଜାର 9ଶହ କିଲୋଗ୍ରାମ ଓଜନର ପ୍ରପଲସନ ମଡ୍ୟୁନ, ଲ୍ୟାଣ୍ଡର ଓ ରୋଭର ରହିଛି ।

ଏହା ବି ପଢନ୍ତୁ- ଆଜି ଜହ୍ନରାଇଜରୁ ଯିବ ଚନ୍ଦ୍ରଯାନ-3, ଜାଣନ୍ତୁ ଲିଡ କରୁଥିବା ରକେଟ ୱିମେନଙ୍କ ବିଷୟରେ

ପ୍ରାୟ 50 ଦିନର ଯାତ୍ରା ପରେ ଚନ୍ଦ୍ର ଦକ୍ଷିଣ ମେରୁ ନିକଟରେ ଅବତରଣ କରିବ । ମହାକାଶରେ ଗତି କରି ଅଗଷ୍ଟ 23 ତାରିଖରେ ଚନ୍ଦ୍ରଯାନ-3 ଚନ୍ଦ୍ରପୃଷ୍ଠ ଦକ୍ଷିଣ ମେରୁରେ ଅବତରଣ କରିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ମିଳିଛି । ସମସ୍ତେ ଉତ୍ସାହର ସହ ସେହି ଐତିହାସିକ ମୂହୁର୍ତ୍ତକୁ ଅପେକ୍ଷା କରିଛନ୍ତି । ଇସ୍ରୋର ଏହି ଅଭିଯାନ ସଫଳ ହେବା ଆଶାରେ ଦେଶବାସୀ ।

ଚନ୍ଦ୍ରଯାନରେ ଲାଗିଛି ଓଡ଼ିଶାରୁ ନିର୍ମିତ ଯନ୍ତ୍ରାଂଶ: ଜହ୍ନ ଅଭିମୁଖେ ଚନ୍ଦ୍ରଯାନ-3 ଉଡାଣ ଭରିସାରିଛି। ଏହା ଭାରତୀୟ ସହିତ ଜଣେ ଓଡ଼ିଆ ଭାବେ ପ୍ରତିଟି ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବର ଦିନ। କାରଣ ଏଥିରେ ଲାଗିଛି ଭୁବନେଶ୍ବରର ସେଣ୍ଟ୍ରାଲ ଟୁଲ ରୁମ ଆଣ୍ଡ ଟ୍ରେନିଂ ସେଣ୍ଟରରେ ପ୍ରସ୍ତୁତ ପ୍ରାୟ 75 ହଜାରରୁ ଅଧିକ ଯନ୍ତ୍ରାଂଶ। ତେବେ ଆସନ୍ତା ଅଗଷ୍ଟ 26ରେ ଚନ୍ଦ୍ରଯାନ ଚନ୍ଦ୍ର ପୃଷ୍ଠରେ ଅବସ୍ଥାନ କରିବ । ଯଦି ସଠିକ ଭାବେ ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରେ ତେବେ ଭାରତ ଚନ୍ଦ୍ରରେ ପହଞ୍ଚିଥିବା ଚତୁର୍ଥ ଦେଶ ଭାବେ ଇତିହାସ ରଚିବ। ପୂର୍ବରୁ ସୋଭିଏତ ଋଷ, ଆମେରିକା ଓ ଚୀନ ଚନ୍ଦ୍ରରେ ପହଞ୍ଚିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 14, 2023, 3:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.