ETV Bharat / bharat

Chandrayaan-3: ରିହରସେଲ ଶେଷ କଲା ISRO, 14 ଅପରାହ୍ନର ଉତକ୍ଷେପଣ

ଚନ୍ଦ୍ରୟାନ 3ର ରିହରସେଲ ଶେଷ କଲା ISRO । 14 ତାରିଖ ଅପରାହ୍ନ 2.35ରେ ଏହି ବହୁ ପ୍ରତୀକ୍ଷିତ ଉତକ୍ଷେପଣ । ଅଧିକ ପଢନ୍ତୁ

author img

By

Published : Jul 12, 2023, 6:38 AM IST

Updated : Jul 12, 2023, 9:20 AM IST

Chandrayaan-3: ରିହରସେଲ ଶେଷ କଲା ISRO
Chandrayaan-3: ରିହରସେଲ ଶେଷ କଲା ISRO

ହାଇଦ୍ରାବାଦ: ଚଳିତ ମାସ 14 ତାରିଖରେ ଉତକ୍ଷେପଣ ହେବାକୁ ଯାଉଥିବା ଭାରତର ବହୁପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ଚନ୍ଦ୍ରୟାନ 3ରେ ଆଉ ଏକ ପ୍ରକ୍ରିୟା ଶେଷ କଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) । ଆଜି ସଂସ୍ଥା ସମସ୍ତ ଯନ୍ତ୍ରାଂଶର ଇନ୍‌ଷ୍ଟଲ୍‌ମେଣ୍ଟ୍‌ ଶେଷ କରି ଲଞ୍ଚିଂର ରିହରସେଲ ମଧ୍ୟ ଶେଷ କରିଛି । ଆଜି (ମଙ୍ଗଳବାର) ସତୀଶ ଧାୱନ ମହାକାଶ କେନ୍ଦ୍ରରେ ଚନ୍ଦ୍ରୟାନ-3 ପାଇଁ 'ଲଞ୍ଚ ରିହରସେଲ' ସମାପ୍ତ କରିଛି । ଏନେଇ ISRO ଟ୍ୱିଟ୍‌ରେ ସୂଚନା ଦେଇଛି । ଚନ୍ଦ୍ରୟାନ-3 ମିଶନର ସମଗ୍ର ଲଞ୍ଚ୍‌ ପ୍ରସ୍ତୁତି ଓ 24 ଘଣ୍ଟିଆ ପ୍ରକ୍ରିୟାକୁ ଅନୁକରଣ କରୁଥିବା 'ଲଞ୍ଚ୍‌ ରିହରସେଲ' ସମାପ୍ତ ହୋଇଥିବା ସଂସ୍ଥା କହିଛି ।

Chandrayaan-3: ରିହରସେଲ ଶେଷ କଲା ISRO
Chandrayaan-3: ରିହରସେଲ ଶେଷ କଲା ISRO

ଏହା ମଧ୍ୟ ପଢନ୍ତି:-Chandrayaan-3: 14 ଅପରାହ୍ନରେ ଉତକ୍ଷେପଣ, ଅଗଷ୍ଟ 23-24 ଚନ୍ଦ୍ରପୃଷ୍ଠରେ ଅବତରଣ

14 ତାରିଖ ଅପରାହ୍ନ 2.35ରେ ଏହି ବହୁ ପ୍ରତୀକ୍ଷିତ ଉତକ୍ଷେପଣ କରାଯିବ । ସେହିପରି ଅଗଷ୍ଟ 23 କିମ୍ବା ଅଗଷ୍ଟ 24ରେ ଚନ୍ଦ୍ରାୟନ-3 ମହାକାଶ ଯାନ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ । ଏହି ମିଶନରେ ଚନ୍ଦ୍ରର ରେଗୋଲିଥ୍, ଚନ୍ଦ୍ରପୃଷ୍ଠର ଭୂକମ୍ପ ମାତ୍ରା, ଚନ୍ଦ୍ରପୃଷ୍ଠର ପ୍ଲାଜ୍‌ମା, ଲ୍ୟାଣ୍ଡର ଅବତରଣ କରିଥିବା ଆଖପାଖ ଭୌଗଳିକ ବାତାବରଣ ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଏକାଧିକ ଅତ୍ୟାଧୁନିକ ଯନ୍ତ୍ରାଂଶ ଇନ୍‌ଷ୍ଟଲ୍‌ ରହିବ । ତେବେ ଏହାର ଯନ୍ତ୍ରାଂଶ ଏକତ୍ରୀକରଣ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି । ଏହାକୁ ନିର୍ଦ୍ଧାରିତ ପ୍ରକ୍ରିୟାରେ ଇନ୍‌ଷ୍ଟଲ୍‌ କରାଯିବ । ମହାକାଶ ଜାନରେ ଲ୍ୟାଣ୍ଡର ଓ ରୋଭର ସହ ଅନ୍ୟ ଗବେଷଣାତ୍ମକ ଯନ୍ତ୍ର ମଧ୍ୟ ଖଞ୍ଜାଯାଉଛି । ଏହି ମହାକାଶ ଯାନକୁ ଲଞ୍ଚିଂ ଭେଇକିଲ ବା LVM-3 ରକେଟ ସହ ସଂଯୁକ୍ତ କରାଯିବ ।

22 ଜୁଲାଇ 2019ରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଦ୍ବାରା ‘ଚନ୍ଦ୍ରୟାନ-୨’ ମିଶନ ଆରମ୍ଭ କରାଯାଇଥିଲା । ଉତକ୍ଷେପଣର ପ୍ରାୟ 2 ମାସ ପରେ, 7 ସେପ୍ଟେମ୍ବର 2019ରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ-ମେରୁ ଅଞ୍ଚଳରେ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ରାଡାରରୁ ବିଛିନ୍ନ ହୋଇଥିଲା । ସମ୍ପୂର୍ଣ୍ଣ ମିଶନ ପ୍ରାୟତଃ ସଫଳ ରହିଥିବା ବେଳେ ଅନ୍ତିମ ପର୍ଯ୍ୟାୟରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ଲ୍ୟାଣ୍ଡ କରିପାରିନଥିଲା । ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ବନ ମହାକାଶ ଗବେଷଣା କେନ୍ଦ୍ରରୁ ଉତକ୍ଷେପଣ କରାଯାଇଥିଲା । ଏହାର ବିଫଳତା ପରେ ଇସ୍ରୋ ଚନ୍ଦ୍ରୟାନ-3 ର ପ୍ରସ୍ତୁତି ଆରମ୍ଭ କରିଦେଇଥିଲା ।

ଏହା ମଧ୍ୟ ପଢନ୍ତୁ:-Chandrayaan-3: ଜୁଲାଇ 13ରେ ଚନ୍ଦ୍ରାୟନ-3 ଲଞ୍ଚ

ଚନ୍ଦ୍ରୟାନ-3ର ତିନୋଟି ଅଂଶ, ପ୍ରପୁଲସନ୍ ମଡ୍ୟୁଲ୍, ଲ୍ୟାଣ୍ଡର ମଡ୍ୟୁଲ୍ ଏବଂ ରୋଭର ପ୍ରସ୍ତୁତ କରାଯାଇଛି । ଅଭିଯାନର ଶେଷ ପର୍ଯ୍ୟାୟ ଭାବେ ଲ୍ୟାଣ୍ଡର ହିଁ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଏହାକୁ ଇସ୍ରୋର ନୂତନ LVM-3 ରକେଟ ଦ୍ବାରା ଉତକ୍ଷେପଣ ହେବ । ଯାହାର ଲଞ୍ଚିଂ ତାରିଖ ଚୂଡ଼ାନ୍ତ ହୋଇସାରିଥିବା ବେଳେ ଏଥିପାଇଁ କାଉଣ୍ଟ୍‌ଡାଉନ୍‌ ମଧ୍ୟ ଆରମ୍ଭ ହୋଇଯାଇଛି । ଯାହାକୁ ନେଇ ସାରା ଦେଶବାସୀ ଉତ୍ସାହିତ ଥିବା ବେଳେ ଅନ୍ୟ ବିକଶିତ ଦେଶମାନେ ମଧ୍ୟ ଭାରତର ଏହି ମିଶନ ଉପରେ ନଜର ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 12, 2023, 9:20 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.