ETV Bharat / bharat

ISRO chief autobiography: ପ୍ରକାଶିତ ହେବନି ସୋମନାଥଙ୍କ ଆତ୍ମଜୀବନୀ - ଇସ୍ରୋ ମୁଖ୍ୟ ଏସ ସୋମନାଥ

ପ୍ରକାଶିତ ହେବନି ସୋମନାଥଙ୍କ ଆତ୍ମଜୀବନୀ । ବିବାଦ ପରେ ନିଜେ ନେଲେ ନିଷ୍ପତ୍ତି । ଶିବନଙ୍କୁ ସମାଲୋଚନା କରାଯାଇଥିବା ନେଇ ଉଠିଥିଲା ପ୍ରଶ୍ନ । ଅଧିକ ପଢନ୍ତୁ

ISRO chief autobiography: ପ୍ରକାଶିତ ହେବନି ସୋମନାଥଙ୍କ ଆତ୍ମଜୀବନୀ, ନିଜେ ନେଲେ ନିଷ୍ପତ୍ତି

author img

By ETV Bharat Odisha Team

Published : Nov 5, 2023, 7:13 AM IST

ଥିରୁଅନନ୍ତପୁରମ: ପ୍ରକାଶିତ ହେବନି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ଅଧ୍ୟକ୍ଷ ଏସ.ସୋମନାଥଙ୍କ ଲିଖିତ ଆତ୍ମଜୀବନୀ । ଲେଖାରେ ଥିବା କିଛି ଟିପ୍ପଣୀକୁ ନେଇ ବିବାଦ ହେବା ପରେ ସୋମନାଥ ଏହାର ପ୍ରକାଶନ ବନ୍ଦ କରିବାକୁ ଘୋଷଣା କରିଛନ୍ତି । ଏହା ନିକଟରେ ପ୍ରକାଶିତ ହେବାରେ ଥିଲା । ତେବେ ଏହାର କିଛି ଦିନ ପୂର୍ବରୁ କିଛି ସମାଲୋଚନାତ୍ମକ ଟିପ୍ପଣୀକୁ ନେଇ ସୋମନାଥ ଚର୍ଚ୍ଚା ପରିସରକୁ ଆସିଥିଲେ । ସେ ଏଥିରେ ଇସ୍ରୋର ପୂର୍ବ ଅଧ୍ୟକ୍ଷ ଡ.କେ.ଶିବନଙ୍କ ସମ୍ପର୍କରେ କିଛି ଆଲୋଚନାତ୍ମକ ଲେଖା ଲେଖିଥିବା ଚର୍ଚ୍ଚା ହୋଇଥିଲା । ମାତ୍ର ଏହାକୁ ସେ ନିଜେ ଏହାକୁ ଖଣ୍ଡନ କରିଥିଲେ । ତାଙ୍କ ଆତ୍ମଜୀବନୀରେ କାହାକୁ ନିର୍ଦ୍ଦିଷ୍ଟ ଭାବେ ସମାଲୋଚନା କରାଯାଇ ନାହିଁ ବୋଲି ସ୍ପଷ୍ଟ କରିଥିଲେ ।

ସୋମନାଥ ନିଜ ଆତ୍ମକଥା ‘ନିଲାଭୁ କୁଦିଚା ସିମଙ୍ଘଲ’ ଇଂରାଜୀ ଅନୁବାଦ (Lions that drank the moonlight) ଲେଖିଛନ୍ତି । ଯାହା ଜଣେ ଭାରତୀୟ ମହାକାଶ ବିଜ୍ଞାନୀ ଭାବେ ତାଙ୍କର ଦୀର୍ଘ ଦଶନ୍ଧିର ଯାତ୍ରା ଆଧାରିତ । ତାଙ୍କର କାର୍ଯ୍ୟକାଳ, ସଂଘର୍ଷ ଓ ଇସ୍ରୋର ଶୀର୍ଷ ସ୍ଥାନ ଅଧିଗ୍ରହଣ କରିବା ଠାରୁ ଚନ୍ଦ୍ରଯାନ-3 ସଫଳ ଲ୍ୟାଣ୍ଡିଂ ପର୍ଯ୍ୟନ୍ତ ସମସ୍ତ କଥା ଏଥିରେ ସେ ସ୍ଥାନ ଦେଇଥିଲେ । ତେବେ ଚନ୍ଦ୍ରଯାନ 3 ସଫଳ ତଥା ଐତିହାସିକ ଲ୍ୟାଣ୍ଡିଂ ପରେ ବେଶ ଚର୍ଚ୍ଚରେ ଥିବା ସୋମନାଥଙ୍କ ଏହି ଆତ୍ମଜୀବନୀକୁ ନେଇ ବେଶ ଉତ୍କଣ୍ଠା ମଧ୍ୟ ରହିଥିଲା । ମାତ୍ର ପ୍ରକାଶନ ପୂର୍ବରୁ ଏହା ବିବାଦ ଘେରକୁ ଆସିଥିଲା । ସଂସ୍ଥାର ଶୀର୍ଷ ସ୍ଥାନରେ ପହଞ୍ଚିବାକୁ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼େ ବୋଲି ସେ ଲେଖିଥିବା ଚର୍ଚ୍ଚା ହେବା ସହ ଏହା କେ ଶିବନଙ୍କ ଉଦ୍ଦେଶ୍ୟରେ ସମାଲୋଚନା ମୂଳକ ଲେଖା ଥିଲା ବୋଲି ଚର୍ଚ୍ଚା ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ :- ମହିଳା ସାମ୍ବାଦିକଙ୍କୁ ମାଡ଼ ମାରି ଜେଲ ଗଲେ ଟୁଟୁ ନାୟକ

ସେହିପରି ଚନ୍ଦ୍ରଯାନ-2 ଲ୍ୟାଣ୍ଡିଂ ବିଫଳ ହେବାର ତଥ୍ୟ ଅତି ସ୍ପଷ୍ଟ ଭାବେ ରଖାଯାଇଥିବା ମଧ୍ୟ ସେ ନିଜ ପୁସ୍ତକରେ ଉଲ୍ଲେଖ କରିଥିଲେ । ଏହି ଅଭିଯାନ କେଉଁ କାରଣରୁ ଫେଲ୍‌ ମାରିଲା ତାହା ସ୍ପଷ୍ଟ ଭାବେ ଘୋଷଣା କରାଯାଇଥିଲେ ସଂସ୍ଥାର ପାରଦର୍ଶିତା ବଢ଼ିଥାଆନ୍ତା ବୋଲି ସେ କହିଥିଲେ । ତେବେ ଏପରି ଲେଖା ନିର୍ଦ୍ଦିଷ୍ଟ କାହା ବିରୋଧରେ ନୁହେଁ ବୋଲି କହି ସାରିଥିବା ସୋମନାଥ ଏବେ ସିଧା ନିଜ ପୁସ୍ତକ ପ୍ରକାଶନକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.