ETV Bharat / bharat

ନିଜ ପାର୍ଟିରେ ମିଶିବାକୁ ମୋଦିଙ୍କୁ ଡାକିଲେ ଇସ୍ରାଏଲ ପିଏମ - israeli pm

ଇସ୍ରାଏଲରେ ଲୋକମାନେ ମୋଦିଙ୍କୁ ଖୁବ୍ ପସନ୍ଦ କରନ୍ତି । ତେଣୁ ତାଙ୍କୁ ନିଜ ପାର୍ଟିରେ ମିଶିବାକୁ ନିମନ୍ତ୍ରଣ କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

ନିଜ ପାର୍ଟିରେ ମିଶିବାକୁ ମୋଦିଙ୍କୁ ଡାକିଲେ ଇସ୍ରାଏଲ ପିଏମ

author img

By

Published : Nov 3, 2021, 7:13 AM IST

ନୂଆଦିଲ୍ଲୀ: ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଭାବେ ମୋଦି ବେଶ୍ ଚର୍ଚ୍ଚିତ । ତେବେ ତାଙ୍କ ଲୋକପ୍ରିୟତା କେବଳ ଦେଶ ଭିତରେ ସୀମିତ ରହିନାହିଁ, ବିଦେଶକୁ ମଧ୍ୟ ଲମ୍ବିଛି । ଇସ୍ରାଏଲରେ ଲୋକମାନେ ମୋଦିଙ୍କୁ ଖୁବ୍ ପସନ୍ଦ କରନ୍ତି । ମଙ୍ଗଳବାର ଗ୍ଲାସଗୋରେ ଚାଲିଥିବା COP26 ଜଳବାୟୁ ପରିବର୍ତ୍ତନ ସମ୍ମିଳନୀର ସାଇଡଲାଇନରେ ପିଏମ ମୋଦି ଏବଂ ଇସ୍ରାଇଲ ପ୍ରଧାନମନ୍ତ୍ରୀ ନଫତାଲି ବେନ୍ନେଟ୍ଟଙ୍କ ମଧ୍ୟ ଦ୍ବିପାକ୍ଷିକ ବୈଠକ ହୋଇଥିଲେ । ଯେଉଁଥିରେ ବେନ୍ନେଟ୍ଟ ଇସ୍ରାଏଲରେ ମୋଦିଙ୍କ ଲୋକପ୍ରିୟତା ସମ୍ପର୍କରେ କହିବା ସହ ତାଙ୍କୁ ନିଜ ଦଳରେ ମିଶିବାକୁ ଆମନ୍ତ୍ରିତ କରିଛନ୍ତି ।

ନିଜ ପାର୍ଟିରେ ମିଶିବାକୁ ମୋଦିଙ୍କୁ ଡାକିଲେ ଇସ୍ରାଏଲ ପିଏମ

ସୋସିଆଲ ମିଡିଆରେ ଗ୍ଲାସଗୋରେ ଚାଲିଥିବା ଉକ୍ତ ବୈଠକର ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହୁଥିବାର ଶୁଣିବାକୁ ମିଳୁଛି ଯେ, 'ତୁମେ ଇସ୍ରାଏଲର ସବୁଠୁ ଲୋକପ୍ରିୟ ବ୍ୟକ୍ତି । ଆସ ଏବଂ ମୋ ପାର୍ଟିରେ ଯୋଗ ଦିଅ' । ସେହିପରି ମୋଦି ବେନ୍ନେଟ୍ଟଙ୍କ ମୁହଁରୁ ନିଜର ଏଭଳି ପ୍ରଶଂସା ଶୁଣିବା ପରେ ଖୁବ୍ ଜୋରରେ ହସିଥିବାର ଦେଖାଯାଇଛି ।

ବୈଦେଶିକ ମନ୍ତ୍ରଣାଳୟ ଏକ ବୟାନରେ କହିଛି, ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କର ଇସ୍ରାଇଲ ପ୍ରତିପକ୍ଷ ଉଚ୍ଚ ବୈଷୟିକ ଜ୍ଞାନକୌଶଳ ଏବଂ ନବସୃଜନ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ଉପରେ ଚର୍ଚ୍ଚା କରିଛନ୍ତି । ସେହିପରି ଇସ୍ରାଇଲ ପିଏମ ବେନ୍ନେଟ୍ଟ ଇଣ୍ଡୋ-ଇସ୍ରାଇଲ ସମ୍ପର୍କର ପୁନଃଆରମ୍ଭ ଏବଂ ମଜବୁତ କରିବାକୁ ନେଇ ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.