ETV Bharat / bharat

ଆସାମରେ ବିଜେପି ଉପରୁ ଆରଏସଏସ ନିୟନ୍ତ୍ରଣ ହରାଉଛି ନା ଦୂରତା ବଢି ଚାଲିଛି? - assam election

ସମ୍ପ୍ରତି ବିଜେପି ଏବଂ ତାହାର ସହଯୋଗୀ ଆସାମ ଗଣ ପରିଷଦ (ଏଜିପି) ମଧ୍ୟରେ ହୋଇଥିବା ଆସନ ବୁଝାମଣା ଏବଂ ଯେଉଁଭଳି ଆସାମରେ ବିଜେପି ଟିକେଟ ବଣ୍ଟାଗଲା ସେଥିରୁ ଆରଏସଏସ ଓ ବିଜେପି ମଧ୍ୟରେ ବଢୁଥିବା ଦୂରତା ସ୍ପଷ୍ଟ ହୋଇଯାଉଛି । ଏହା ବି ଉଲ୍ଲେଖନୀୟ ଯେ, ଆରଏସଏସ ଆସାମରେ ବିଜେପିର ନିର୍ବାଚନ ପ୍ରଚାରରେ ସାମିଲ ହେଉନାହିଁ । ଅଧିକ ପଢନ୍ତୁ...

ଆସାମରେ ବିଜେପି ଉପରୁ ଆରଏସଏସ ନିୟନ୍ତ୍ରଣ ହରାଉଛି ନା ଦୂରତା ବଢି ଚାଲିଛି?

author img

By

Published : Mar 12, 2021, 10:04 AM IST

ବିଜେପିରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ)ର ପ୍ରଭାବ ନେଇ ସମସ୍ତେ ଜାଣନ୍ତି । ପ୍ରାୟ ଶହେ ବର୍ଷ ପୂର୍ବେ ପ୍ରତିଷ୍ଠା ହୋଇଥିବା ଆରଏସଏସ ବହୁ ପରିମାଣରେ ଭାରତୀୟ ସମାଜ ଏବଂ ରାଜନୀତିକୁ ପ୍ରଭାବିତ କରିଛି । ବିଜେପିର ସଫଳତା ପଛରେ ଆରଏସଏସ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏହାକୁ କେହି ଅସ୍ବୀକାର କରିବେ ନାହିଁ । ବିଗତ ତିନି ଦଶନ୍ଧିରେ ଭାରତର ସଂସଦୀୟ ଗଣତନ୍ତ୍ରରେ ଆରଏସଏସ ପ୍ରମୁଖ ସ୍ଥାନ ପାଇ ଆସିଛି ।

2016ରେ ଆସାମରେ ଯେତେବେଳେ ପଦ୍ମ ଫୁଟିଲା, ଏହା ହଜାର ହଜାର ସଂଘ ସେବକଙ୍କ ମିଳିତ କଠୋର ପରିଶ୍ରମ ଯୋଗୁଁ ସମ୍ଭବପର ହୋଇଥିଲା। ଏମାନେ ବର୍ଷ ବର୍ଷ ଧରି ରାଜ୍ୟର ଦୁର୍ଗମ ଅଞ୍ଚଳରେ କରିଥିବା ଅକ୍ଳାନ୍ତ ପରିଶ୍ରମର ଫଳସ୍ବରୂପ ଏପରି ପରିବର୍ତ୍ତନ ଆସିଥିଲା । ହେଲେ ଗୈରିକ ପାର୍ଟି କ୍ଷମତାକୁ ଆସିବା ପରେ ଗତ କିଛି ବର୍ଷ ହେଲା ସ୍ଥିତି ବଦଳୁଥିବା ଲକ୍ଷ୍ୟ କରାଯାଉଛି । ରାଜ୍ୟରେ ଘଟିଥିବା ସାମ୍ପ୍ରତିକ ରାଜନୈତିକ ଘଟଣାକ୍ରମରେ ଆରଏସଏସ ନିରବଦ୍ରଷ୍ଟା ପାଲଟିଯାଇଛି । ଦଳର ନୀତି ନିର୍ଦ୍ଧାରଣ ନେଇ ଯେଉଁ ସଂଘ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଥିଲା, ଏବେ ଆସାମରେ ରାଜନୈତିକ ଗତିବିଧି ଜୋର୍ ଧରିଥିବା ବେଳେ ସେହି ସଂଘକୁ କୋଣଠେସା କରି ରଖାଯାଉଥିବା ଲକ୍ଷ୍ୟ କରାଯାଉଛି ।

ସମ୍ପ୍ରତି ବିଜେପି ଏବଂ ତାହାର ସହଯୋଗୀ ଆସାମ ଗଣ ପରିଷଦ (ଏଜିପି) ମଧ୍ୟରେ ହୋଇଥିବା ଆସନ ବୁଝାମଣା ଏବଂ ଯେଉଁଭଳି ଆସାମରେ ବିଜେପି ଟିକେଟ ବଣ୍ଟାଗଲା ସେଥିରୁ ଆରଏସଏସ ଓ ବିଜେପି ମଧ୍ୟରେ ବଢୁଥିବା ଦୂରତା ସ୍ପଷ୍ଟ ହୋଇଯାଉଛି । ଏହା ବି ଉଲ୍ଲେଖନୀୟ ଯେ, ଆରଏସଏସ ଆସାମରେ ବିଜେପିର ନିର୍ବାଚନ ପ୍ରଚାରରେ ସାମିଲ ହେଉନାହିଁ ।

ଆସାମରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଯେଉଁ 40 ଜଣଙ୍କ ତାଲିକା ନିକଟରେ ନୂଆଦିଲ୍ଲୀରେ ପାର୍ଟି ଘୋଷଣା କରିଛି ତାହାକୁ ଯଦି ଲକ୍ଷ୍ୟ କରିବା ତେବେ ବିଜେପି ଓ ଆରଏସଏସ ମଧ୍ୟରେ ବଢୁଥିବା ଦୂରତା ସ୍ପଷ୍ଟ ବାରି ପଡୁଛି । ଆରଏସଏସ ସମର୍ଥିତ ଜଣେ ହେଲେ ବି ପ୍ରାର୍ଥୀ ପ୍ରଥମ ପର୍ଯ୍ୟାୟ ତାଲିକାରେ ସ୍ଥାନ ପାଇନାହାଁନ୍ତି । ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ 2016ରେ ତତ୍କାଳୀନ ଶାସକ କଂଗ୍ରେସରେ ଦେଖା ଦେଇଥିବା ଆଭ୍ୟନ୍ତରୀଣ କନ୍ଦଳର ଫାଇଦା ଉଠାଇ ଆରଏସଏସ ଯେଉଁ ଚାଲ୍ ଖେଳିଥିଲା ସେଥିରେ ରାଜ୍ୟରେ ପଦ୍ମ ଫୁଟିବା ପାଇଁ ପଥ ପରିଷ୍କାର ହୋଇଥିଲା ।

ସଂଘ ପ୍ରଭାବୀ ଭୂମିକା ଗ୍ରହଣ କରିବା ସହ ଶକ୍ତିଶାଳୀ କଂଗ୍ରେସ ନେତା ତଥା ମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମାଙ୍କୁ 2016 ନିର୍ବାଚନ ପୂର୍ବରୁ ବିଜେପିକୁ ଆଣିଥିଲା । ହେଲେ 2021 ନିର୍ବାଚନ ପାଇଁ ସଂଘ ସମର୍ଥିତ ପ୍ରାର୍ଥୀ ଏଥର ତାଲିକାରେ ସ୍ଥାନ ପାଇ ପାରିନାହାଁନ୍ତି । ଏପରିକି ସଂଘର ସମର୍ଥନ ଲାଭ କରୁଥିବା ବର୍ତ୍ତମାନର କିଛି ବିଧାୟକଙ୍କୁ ଏଥର ନିର୍ବାଚନ ପାଇଁ ତାଲିକାରୁ ବାହାରେ ରଖାଯାଇଛି । ନାଲବାଡ଼ି ନିର୍ବାଚନମଣ୍ଡଳୀର ବର୍ତ୍ତମାନର ବିଧାୟକ ଅଶୋକ ଶର୍ମା ଏଥର ଦଳୀୟ ଟିକେଟ ପାଇବାରୁ ବଞ୍ଚିତ ହୋଇଛନ୍ତି ।

ଆରଏସଏସର ଏକ ସହଯୋଗୀ ସଂଗଠନ ସ୍ପୋର୍ଟସ ଭାରତୀର ଉପ ସଭାପତି ଥିବା ପ୍ରଶାନ୍ତ ସାଇକିଆଙ୍କୁ ମଧ୍ୟ ଦିଗବୋଇ ନିର୍ବାଚନମଣ୍ଡଳୀରୁ ଟିକେଟ ଦିଆଯାଇନାହିଁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ପାଞ୍ଚ ବର୍ଷ ଭିତରେ ଅଶୋକ ଶର୍ମାଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ହିଁ ନାହିଁ। ପ୍ରଶାନ୍ତ ଶର୍ମାଙ୍କ ପ୍ରାର୍ଥୀତ୍ବ ନେଇ ଦଳର ବୈଠକରେ ଆଲୋଚନା ମଧ୍ୟ ହୋଇନାହିଁ । ସୀମନ୍ତ ଦାସ ଯଦିଓ ବୋକୋ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ପ୍ରତିଦ୍ବନ୍ଦ୍ବିତା କରିବାକୁ ଆଗ୍ରହୀ ଥିଲେ ତାଙ୍କ ଆବେଦନ ବିଚାରକୁ ନିଆଯାଇ ନାହିଁ । ଦାସ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ପୂର୍ବତନ ସାଧାରଣ ସମ୍ପାଦକ ଥିଲେ । ସାଧାରଣ ସମ୍ପାଦକ ଥିବା ବେଳେ ଆରଏସଏସ ସମର୍ଥିତ ସଂଗଠନ ଏବିଭିପିରେ ଦାସ ଜଣେ ଟାଣୁଆ ନେତା ଥିଲେ । ସେହିପରି ଜଗଦୀଶ ଗୁପ୍ତା ମଧ୍ୟ 2021 ନିର୍ବାଚନ ପାଇଁ ତାଲିକାରେ ସ୍ଥାନ ପାଇବାରୁ

ବଞ୍ଚିତ ହୋଇଛନ୍ତି । ଆସାମ ଓ ଅରୁଣାଚଳ ପ୍ରଦେଶର ଦୁର୍ଗମ ଅଞ୍ଚଳରେ ସଂଘର ପ୍ରଚାରକ ଭାବେ ଅନେକ ବର୍ଷ କାର୍ଯ୍ୟ କରିଥିବା ଗୁପ୍ତା ଏଥର ନାଓବୋଇଛା ନିର୍ବାଚନ କ୍ଷେତ୍ରରୁ ଦଳୀୟ ଟିକେଟ ଚାହିଁଥିଲେ। ବିଜେପି ତାଙ୍କୁ ଟିକେଟ ଦେବା ପରିବର୍ତ୍ତେ ଏହି ଆସନଟି ତାହାର ମେଣ୍ଟ ସହଯୋଗୀ ଏଜିପି ପାଇଁ ଛାଡିଦେଇଛି । ଆହୁରି ମଧ୍ୟ ବିଜେପି ତାଲିକାରେ ସଂଘର ଜଣେ ନିଷ୍ଠାପର ପ୍ରଚାରକ ସୌମିତ୍ର ପୂଜାରୀଙ୍କ ଭାଇ ଶାନ୍ତନୁ ପୂଜାରୀ ଏବଂ ସଂଘ ପ୍ରଚାରକ ହେମନ୍ତ ଧିଙ୍ଗ ମଜୁମଦାରଙ୍କ ଭାଇ ରଞ୍ଜୀତ ମଜୁମଦାରଙ୍କ ସମ୍ପର୍କରେ କିଛି ଉଲ୍ଲେଖ କରାଯାଇ ନାହିଁ । ସଂଘର ବରିଷ୍ଠ ସଦସ୍ୟ ତଥା ପୂର୍ବତନ ଲୋକସଭା ସାଂସଦ ରମେନ ଡେକାଙ୍କ ନାମକୁ ବି ଏଥର ଏଡ଼ାଇ ଦିଆଯାଇଛି । 2019 ଲୋକସଭା ପାଇଁ ଟିକେଟରୁ ବଞ୍ଚିତ ହୋଇଥିବା ଡେକା ଏଥର ବିଧାନସଭା ନିର୍ବାଚନ ଲଢିବାକୁ ଚାହୁଁଥିଲେ । ଡେକା ତତ୍କାଳୀନ ଜନସଂଘର ଜଣେ ସଦସ୍ୟ ଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.