ETV Bharat / bharat

Merry Christmas: ହାପି ନୁହେଁ କୁହନ୍ତୁ ମେରି ଖ୍ରୀଷ୍ଟମାସ, ଜାଣନ୍ତୁ ଏହା ପଛର କାରଣ - Merry Christmas or Happy Christmas

ଖ୍ରୀଷ୍ଟାବଲମ୍ବୀଙ୍କ ପାଇଁ ଖ୍ରୀଷ୍ଟମାସ ଏହା ଏକ ବଡ ପର୍ବ ହୋଇଥିଲେ ମଧ୍ୟ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଭାରତବାସୀ ପାଳନ କରୁଛନ୍ତି ଖ୍ରୀଷ୍ଟମାସ । ଏଥିପାଇଁ ରଙ୍ଗ ବେରଙ୍ଗର ଆଲୋକ ମାଳାରେ ସଜେଇ ହୋଇଛି ବିଭିନ୍ନ ଚର୍ଚ୍ଚ । ଅଧିକ ପଢନ୍ତୁ

Merry Christmas: କଟକଣାରେ ଖ୍ରୀଷ୍ଟମାସ ଶୁଭେଚ୍ଛା

author img

By

Published : Dec 25, 2021, 10:11 AM IST

ହାଇଦ୍ରାବାଦ: ଆମ ଦେଶ ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର । ଏଠାରେ ରାତିପାହିଲେ ଏକା ସାଙ୍ଗରେ ପୂଜା ପାଆନ୍ତି ରାମ, ଯୀଶୁ, ଆହ୍ଲା । ଆଉ ପ୍ରତିଟି ଧର୍ମର ପର୍ବ ପର୍ବାଣିକୁ ଏକାଠି ପାଳନ କରିଥାନ୍ତି ସବୁଧର୍ମର ଲୋକେ । ଆଜି ମଧ୍ୟ ପ୍ରଭୁ ଯୀଶୁଙ୍କ ଜନ୍ମ ଅବସର ତଥା ବଡଦିନରେ ମଧ୍ୟ ସବୁଠି ପାଳନ ହେଉଛି ଖ୍ରୀଷ୍ଟମାସ(Merry Christmas) । ଖ୍ରୀଷ୍ଟାବଲମ୍ବୀଙ୍କ ପାଇଁ ଏହା ଏକ ବଡ ପର୍ବ ହୋଇଥିଲେ ମଧ୍ୟ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଭାରତବାସୀ ପାଳନ କରୁଛନ୍ତି ଖ୍ରୀଷ୍ଟମାସ । ଏଥିପାଇଁ ରଙ୍ଗ ବେରଙ୍ଗର ଆଲୋକ ମାଳାରେ ସଜେଇ ହୋଇଛି ବିଭିନ୍ନ ଚର୍ଚ୍ଚ । ବିଶେଷ କରି ପିଲାମାନେ ଏହି ଦିନକୁ ବେଶ୍ ଉତ୍ସାହର ସହ ଅପେକ୍ଷା କରିଥାନ୍ତି ।

Merry Christmas: କଟକଣାରେ ଖ୍ରୀଷ୍ଟମାସ ଶୁଭେଚ୍ଛା
Merry Christmas: କଟକଣାରେ ଖ୍ରୀଷ୍ଟମାସ ଶୁଭେଚ୍ଛା

କାରଣ ଏହି ଦିନରେ ପିଲାମାନେ ନାଲି ରଙ୍ଗର ସାଣ୍ଟା କ୍ଲଜ ପିନ୍ଧିଥାନ୍ତି । ଖ୍ରୀଷ୍ଟମାସ ଟ୍ରୀ(ଗଛ)କୁ ଘରକୁ ଆଣିଥାନ୍ତି ଲୋକେ ଏବଂ ବିଭିନ୍ନ ଆଲୋକମାଳାରେ ସୁସଜ୍ଜିତ କରିଥାନ୍ତି । ଏହି ବୃକ୍ଷର ବିଶେଷତ୍ତ୍ବ ମଧ୍ୟ ରହିଛି । ଖ୍ରୀଷ୍ଟମାସ ଟ୍ରୀକୁ ଶୁଭ ବୋଲି ଅନେକ ମାନିଥାନ୍ତି । ସେହିପରି ହାପି ଖ୍ରୀଷ୍ଟମାସ ବଦଳରେ ମେରୀ ଖ୍ରୀଷ୍ଟମାସର ବିଶେଷତ୍ତ୍ବ ରହିଛି । ସବୁ ପର୍ବ ପର୍ବାଣିରେ ହାପି କୁହାଯାଉ ଥିବାବେଳେ ଖ୍ରୀଷ୍ଟମାସରେ ମେରୀ ବୋଲି କୁହାଯାଏ । କାରଣ ମେରୀର ଅର୍ଥ ଆନନ୍ଦିତ ବା ଖୁସି । ଏହା ଜର୍ମାନିକ୍ ଏବଂ ଓଲ୍ଡ ଇଂଲିଶକୁ ମିଶାଇ ତିଆରି ହୋଇଛି ।

ମେରୀ ଶବ୍ଦଟି ପ୍ରସିଦ୍ଧ ସାହିତ୍ୟିକ ଚାର୍ଲ୍ସ ଡିକେନ୍ସଙ୍କ ଦ୍ୱାରା ପ୍ରଚାର ହୋଇଥିଲା । ସେ ତାଙ୍କ ବହି ‘ଏ ଖ୍ରୀଷ୍ଟମାସ କ୍ୟାରୋଲ’ରେ ‘ମେରୀ’ ଶବ୍ଦକୁ ସର୍ବାଧିକ ବ୍ୟବହାର କରିଥିଲେ, ଯାହାପରେ ‘ହାପି’ ବଦଳରେ ଖ୍ରୀଷ୍ଟମାସରେ ‘ମେରୀ’ ଶବ୍ଦ ବ୍ୟବହାର ହୋଇଥାଏ । ପ୍ରଭୁ ଯୀଶୁଙ୍କ ମାଆଙ୍କ ନାମ ମଧ୍ୟ ମେରୀ ଥିଲା ଅନ୍ୟପଟେ ଏଥର ମଧ୍ୟ ଉତ୍ସବକୁ ଫିକା ପକାଇଛି କୋଭିଡ କଟକଣା । କୋଭିଡର ନ୍ୟୁ ଭାରିଆଣ୍ଟ ଓମିକ୍ରନ ପାଇଁ ଦେଶ ତଥା ରାଜ୍ୟରେ ମଧ୍ୟ କଟକଣା ଜାରି କରାଯାଇଛି । ଫଳରେ ଘରେ ରହି କଟକଣା ମଧ୍ୟରେ ଖ୍ରୀଷ୍ଟମାସ ପାଳନ କରୁଛନ୍ତି ଲୋକେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.