ETV Bharat / bharat

ଶାସକ ଏଲଡିଏଫକୁ ଅଡୁଆରେ ପକାଇଛି ବେଆଇନ ଅସ୍ଥାୟୀ ନିଯୁକ୍ତି ଅଭିଯୋଗ - Kerala state

ଶାସକ ଏଲଡିଏଫକୁ ଅଡୁଆରେ ପକାଇଛି ବେଆଇନ ଅସ୍ଥାୟୀ ନିଯୁକ୍ତି ଅଭିଯୋଗ । ‘ପଛଦୁଆର ପ୍ରସ୍ଥାନ’ ଅପେକ୍ଷାରେ କେରଳର ଶାସକ ଏଲଡିଏଫ । ଅଧିକ ପଢନ୍ତୁ...

ଏଲଡିଏଫ
ଏଲଡିଏଫ
author img

By

Published : Feb 11, 2021, 8:35 AM IST

କେ. ପ୍ରବୀଣ କୁମାର

ଗତ ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧକି କେରଳ ରାଜଧାନୀ ଥିରୁଅନନ୍ତପୁରମରେ ଲୋକସେବା ଆୟୋଗ-ପିଏସସି ର୍ୟାଙ୍କଲିଷ୍ଟ ହୋଲଡରଙ୍କ ହିଂସାତ୍ମକ ବିକ୍ଷୋଭ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ର୍ୟାଙ୍କ୍ ଲିଷ୍ଟର ବୈଧତା ବୃଦ୍ଧି କରିବା ଦାବିରେ ଦୁଇ ପ୍ରାର୍ଥୀ ଆତ୍ମାହୂତି ଦେବା ପାଇଁ ବି ଉଦ୍ୟମ କରିଥିଲେ । କୋଭିଡ ମହାମାରୀ ଜନିତ ଅସୁବିଧା ଦୃଷ୍ଟିରୁ ରାଜ୍ୟ କ୍ୟାବିନେଟ ବର୍ତ୍ତମାନର ପିଏସସି ର୍ୟାଙ୍କ ଲିଷ୍ଟ ବୈଧତା ଆଉ 6 ମାସ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଥିଲେ ମଧ୍ୟ ପ୍ରାର୍ଥୀମାନେ ଏଥିରେ ସନ୍ତୁଷ୍ଟ ନୁହନ୍ତି । ସେମାନେ ବିକ୍ଷୋଭ ଜାରି ରଖିଛନ୍ତି । ଆଉ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିରୋଧୀ ଦଳ ମଧ୍ୟ ସେମାନଙ୍କୁ ସମର୍ଥନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ପି. ବିଜୟନ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ ଚାଲିଥିବା ବିଚାରବିମର୍ଷ ବେଳେ ସ୍ପଷ୍ଟ କରିଛନ୍ତି ଯେ, ମାନବିକ ଦୃଷ୍ଟିକୋଣକୁ ସରକାରଙ୍କୁ ବର୍ଷ ବର୍ଷ ଧରି ସହାୟତା ଯୋଗାଇ ଆସିଥିବା ଅସ୍ଥାୟୀ କର୍ମଚାରୀଙ୍କ ନିଯୁକ୍ତି ସ୍ଥାୟୀ କରାଯାଇଛି । ଏହି ପଦକ୍ଷେପ କୌଣସି ପ୍ରକାରେ ପିଏସସି ର୍ୟାଙ୍କ ଲିଷ୍ଟ ହୋଲଡରଙ୍କ ଭବିଷ୍ୟତକୁ ପ୍ରଭାବିତ କରିବା ନାହିଁ ବୋଲି ଆଶ୍ବାସନା ଦେଇଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ଏହି ଆଶ୍ବାସନାରେ ଶାନ୍ତ ନ ପଡି ପ୍ରାର୍ଥୀମାନେ ଧାରଣା ଜାରି ରଖିଛନ୍ତି, ଯାହା କି ଶାସକ ଏଲଡିଏଫ ପାଇଁ ବଡ ଝଟକା ହୋଇଛି । ଏହି ବିକ୍ଷୋଭ ଦ୍ବାରା ଏଲଡିଏଫର କ୍ଷମତା ବଜାୟ ସ୍ବପ୍ନ ଧୂଳିସାତ ହୋଇପାରେ । ସେପଟେ ଆଗାମୀ ନିର୍ବାଚନ ପାଇଁ ସାବରିମାଳାକୁ ଛାଡିଦେଲେ ଆଉ କେଉଁ ସଠିକ ପ୍ରସଙ୍ଗ ଖୋଜି ପାଉ ନ ଥିବା ବିରୋଧୀ ୟୁଡିଏଫକୁ ଏକ ମଉକା ମିଳିଯାଇଛି ।

ଏଲଡିଏଫର ଏହି ପଛଦ୍ବାର ନିଯୁକ୍ତିକୁ ପ୍ରମୁଖ ନିର୍ବାଚନୀ ଇସ୍ୟୁ କରିବା ପାଇଁ ଅଣ୍ଟା ଭିଡିଛି କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ । ରାଜ୍ୟର ବିଭିନ୍ନ କେନ୍ଦ୍ରରେ ଯୁବ କଂଗ୍ରେସ, କେଏସୟୁ , ୟୁଥ ଲିଗ୍ ଓ ଏମଏସଏଫ ବିକ୍ଷୋଭରେ ସାମିଲ ହୋଇଛନ୍ତି । ସେଣ୍ଟର ଫର୍ ଡେଭଲେପମେଣ୍ଟ ଅଫ ଇମେଜିଂ ଟେକ୍ନୋଲୋଜିର 114 କର୍ମଚାରୀଙ୍କ ନିଯୁକ୍ତି ସ୍ଥାୟୀ କରିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିରୁ ବିବାଦ ସୃଷ୍ଟି ହୋଇଛି ।

ଦୂତାବାସ ସୁନା ଚାଲାଣ ମାମଲାରେ ଅଭିଯୁକ୍ତ ସ୍ବପ୍ନା ସୁରେଶଙ୍କ ସରକାରୀ ଆଇଟି ବିଭାଗରେ ନିଯୁକ୍ତି ପରେ ଘନେଇଥିଲା ବିବାଦ । ସରକାରଙ୍କ ବିରୋଧରେ ପ୍ରିୟା ପ୍ରୀତି ତୋଷଣ ଓ ପଛଦ୍ବାର ବାଟେ ନିଯୁକ୍ତି ଅଭିଯୋଗ ଆସିଲା । ପରେ ସରକାର ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ, ସ୍ବପ୍ନା ସରକାରଙ୍କ ଦ୍ବାରା ବା ସରକାରୀ ଆଇଟି ବିଭାଗରେ ନିଯୁକ୍ତି ପାଇନାହାନ୍ତି । ଆଇଟି ଡିପାର୍ଟମେଣ୍ଟର କାମ ତଦାରଖ କରୁଥିବା ଏକ ଆଉଟସୋର୍ସିଂ ଏଜେନ୍ସି ତାଙ୍କୁ ନିଯୁକ୍ତି ଦେଇଥିଲା ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା ।

କିନ୍ତୁ ସୁନା ଚାଲାଣ ମାମଲାରେ ଗିରଫ ହୋଇଥିବା ପୂର୍ବତନ ପ୍ରମୁଖ ଶାସନ ସଚିବ ଏମ. ଶିବଶଙ୍କରଙ୍କ ସହ ସ୍ବପ୍ନାଙ୍କ ଘନିଷ୍ଠ ସମ୍ପର୍କ ଥିବା ଜଣାପଡିଲା ପରେ ବିଭିନ୍ନ ସରକାରୀ ବିଭାଗରେ ଅସ୍ଥାୟୀ ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ହେଲା । ନିଆଁରେ ଘିଅ ଢାଳିବା ଭଳି ଲିକ୍ ହୋଇଥିବା ଦୁଇଟି ଅଡିଓ ଟେପ୍ ରାଜ୍ୟ ସରକାରଙ୍କ ପାଇଁ ଅଡୁଆ ବଢାଇଛି । ଅଡିଓ ଟେପ୍‌ରେ ସୋଲାର ମାମଲା ଅଭିଯୁକ୍ତ ସରିତା ନାୟାର ଭଳି ଏକ କଣ୍ଠସ୍ବର ରହିଛି ।

ବିଭିନ୍ନ ସରକାରୀ ବିଭାଗରେ କିପରି ବ୍ୟାକଡୋର ଆପଏଣ୍ଟମେଣ୍ଟ ଚାଲିଛି ସେ ସମ୍ପର୍କରେ ଅଡିଓ ଟେପରେ ଥିବା ସ୍ବର ବିସ୍ତୃତ ଭାବେ କହୁଛି । ( ଏହି ଅଡିଓ ଟେପ୍‌ର ସତ୍ୟାସତ୍ୟ ନେଇ ଇଟିଭି ଭାରତ ପକ୍ଷରୁ ସ୍ବାଧୀନ ଭାବେ ନିଶ୍ଚିତ କରାଯାଇପାରି ନାହିଁ ) ଏକ ରାଜନୈତିକ ଦଳରେ ନିଜର କଣ୍ଟ୍ରାକ୍ଟ ଜରିଆରେ କିପରି ବିଭିନ୍ନ ସରକାରୀ ବିଭାଗରେ ସେ ବ୍ୟାକଡୋର୍ ଆପଏଣ୍ଟମେଣ୍ଟ ନିଶ୍ଚିତ କରୁଛନ୍ତି, ତାହା ଲିକ୍ ହୋଇଥିବା ଅଡିଓ ଟେପରେ ଥିବା କଣ୍ଠସ୍ବର କହୁଛି ।

ତେବେ ଏହିସବୁ ନିଯୁକ୍ତିରୁ ସେ ସଂଗ୍ରହ କରୁଥିବା 60 ପ୍ରତିଶତ ଅର୍ଥ ଏକ ଦଳୀୟ ପାଣ୍ଠି ଓ ଆଉ କିଛି ଅଧିକାରୀମାନଙ୍କ ପକେଟକୁ ଯାଏ ବୋଲି ସରିତା ନାୟାରଙ୍କ ଭଳି ଲାଗୁଥିବା କଣ୍ଠସ୍ବର କହୁଛି । ସରିତା ନାୟାର ଜବ୍ ସ୍କାମରେ ମଧ୍ୟ ଅଭିଯୁକ୍ତ ଅଛନ୍ତି । ବ୍ୟାକଡୋର୍ ଆପଏଣ୍ଟମେଣ୍ଟ ପାଇଁ ସେ 21 ଲକ୍ଷ ଟଙ୍କା ଚାକିରି ଆଶାୟୀଙ୍କଠାରୁ ସଂଗ୍ରହ କରିଥିବା ଅଭିଯୋଗ ହୋଇଥିଲା ।

କିନ୍ତୁ ସେ କାହାକୁ ବି ଚାକିରି ଦେଇ ପାରି ନ ଥିଲେ । 2016 ବିଧାନସଭା ନିର୍ବାଚନରେ ସୋଲାର ମାମଲା ସେତେବେଳର କଂଗ୍ରେସ ନେତୃତ୍ବାଧିନ ୟୁଡିଏଫ ସରକାର ବିରୋଧରେ ଏକ ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ ପାଲଟିଥିଲା । ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉମେନ ଚାଣ୍ଡି ଓ ତାଙ୍କର କିଛି କ୍ୟାବିନେଟ ସହଯୋଗୀଙ୍କ ବିରୋଧରେ ଆସିଥିଲା ଦୁର୍ନୀତି ଓ ଯୈାନ ଶୋଷଣ ମାମଲା । ପ୍ରମାଣ ଅଭାବରୁ ବର୍ତ୍ତମାନର ସରକାର ଦୁର୍ନୀତି ମାମଲା ପ୍ରତ୍ୟାହାର କରିନେଇଥିଲେ । କିନ୍ତୁ ଯୌନ ଶୋଷଣ ମାମଲାର ତଦନ୍ତ ଏବେ ବି ଜାରି ରହିଛି । ସରିତା ନାୟାର ହିଁ ଯୌନ ଶୋଷଣ ମାମଲା ରୁଜୁ କରିଥିଲେ ।

ଆଗାମୀ ବିଧାନସଭା ନିର୍ବାଚନରେ ବିକାଶ, ସାମାଜିକ କଲ୍ୟାଣ ଯୋଜନା ଓ ଦୁର୍ନୀତିମୁକ୍ତ ଶାସନ କାର୍ଡ ଖେଳ କ୍ଷମତା ବଜାୟ ରଖିବାକୁ ଚେଷ୍ଟା କରୁଛି ଶାସକ ଏଲଡିଏଫ । କିନ୍ତୁ ସରକାରଙ୍କୁ ପଛଦୁଆର ନିଯୁକ୍ତି ଦୁର୍ନୀତି ମାମଲାରେ ଘେରିବାକୁ ପ୍ରୟାସ ଆରମ୍ଭ କରିଦେଇଛି ବିରୋଧୀ ୟୁଡିଏଫ । ୟୁଡିଏଫର ସଙ୍ଗୀନ ଅଭିଯୋଗର ମୁକାବିଲା ଏଲଡିଏଫକୁ ଏକ ପ୍ରଭାବଶାଳୀ ରଣନୀତି ପ୍ରସ୍ତୁତ କରିବାକୁ ପଡିବ ।

ନିର୍ବାଚନ ପୂର୍ବରୁ ୟୁଡିଏଫର ସ୍ଥିତି ନେଇ ବେଶ୍ ଖୁସି ଥିଲା ଏଲଡିଏଫ । କାରଣ ୟୁଡିଏଫର ଛାମୁଆ ଦଳ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଘନୀଭୂତ ହୋଇଛି । ଇଣ୍ଡିଆନ ୟୁନିଅମ ମୁସଲିମ ଲିଗ୍ ଏବେ ମେଣ୍ଟରେ ପ୍ରଭାବ ବିସ୍ତାର କରିଛି । ଏହାଛଡା ୱେଲଫେୟାର ପାର୍ଟି, ଏସଡିପିଆଇ ଭଳି କଠୋରପନ୍ଥୀ ଧାର୍ମିକ ଦଳଗୁଡିକ ସହ ବୁଝାମଣା ୟୁଡିଏଫର ସ୍ଥିତିକୁ ଦୁର୍ବଳ କରିଦେଇଥିଲା ।

ସ୍ଥାନୀୟ ନିର୍ବାଚନ ପରି ଆଗାମୀ ବିଧାନସଭା ନିର୍ବାଚନରେ ବି ବିରୋଧୀ ୟୁଡିଏଫର ପାରମ୍ପରିକ ଭୋଟ ହାତେଇବାକୁ ଆଶା ରଖିଥିଲା ଏଲଡିଏଫ । କିନ୍ତୁ ପିଏସସି ର୍ୟାଙ୍କ ହୋଲଡର ଓ ବ୍ୟାକଡୋର୍ ନିଯୁକ୍ତି ପ୍ରସଙ୍ଗ ପରେ ଏଲଡିଏଫ ଏବେ ବ୍ୟାକଫୁଟ୍‌ରେ । ୟୁଡିଏଫ ଓ ବିଜେପି ଏବେ ଏହି ପ୍ରସଙ୍ଗକୁ ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ କରିବାକୁ ପ୍ରସ୍ତୁତ ହେଲେଣି ।

ଶାସକ ମେଣ୍ଟ ପାଇଁ ଏତିକି ସାନ୍ତ୍ବନାର ବିଷୟ ଯେ, ଗତ ୟୁଡିଏଫ ସରକାର ସମୟରେ ବି ଏଭଳି ବ୍ୟାକଡୋର୍ ଆପଏଣ୍ଟମେଣ୍ଟ ନିଯୁକ୍ତି ଅଭିଯୋଗ ଆସିଥିଲା । ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ କେରଳରେ ରାଜନୈତିକ ଉଷ୍ମତା ଧୀରେ ଧୀରେ ବଢିବାରେ ଲାଗିଛି । ଉଭୟ ଏଲଡିଏଫ ଓ ୟୁଡିଏଫ ମଧ୍ୟରେ ଲଢେଇ ତୀବ୍ର ହେବା ଆଶା କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.