ETV Bharat / bharat

ସୋମବାରଠୁ ପୁଣି ଟ୍ରେନରେ ମିଳିବ ରନ୍ଧା ଖାଦ୍ୟ - ଟ୍ରେନରେ ମିଳିବ ରନ୍ଧା ଖାଦ୍ୟ

ଆସନ୍ତାକାଲି ଠାରୁ ସମସ୍ତ ଟ୍ରେନରେ ରନ୍ଧା ଖାଦ୍ୟ ପୁନଃ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ । ଅଧିକ ପଢନ୍ତୁ

ଆସନ୍ତା କାଲିଠୁ ସମସ୍ତ ଟ୍ରେନରେ ମିଳିବ ରନ୍ଧା ଖାଦ୍ୟ

author img

By

Published : Feb 13, 2022, 11:13 AM IST

ନୂଆଦିଲ୍ଲୀ: ଟ୍ରେନରେ ପୁଣି ମିଳିବ ରନ୍ଧା ଖାଦ୍ୟ । ପୁଣି ରନ୍ଧା ଖାଦ୍ୟର ସୁବିଧା ପାଇବେ ଯାତ୍ରୀ । ଏନେଇ IRCTC ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଆସନ୍ତାକାଲି ଠାରୁ ସମସ୍ତ ଟ୍ରେନରେ ରନ୍ଧା ଖାଦ୍ୟ ପୁନଃ ଆରମ୍ଭ କରିବାକୁ ଏହି ନିଷ୍ପତ୍ତି ନେଇଛି ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ ଲିମିଟେଡ୍ ।

ପୂର୍ବରୁ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟ୍ରେନରେ ରନ୍ଧା ଖାଦ୍ୟ ବିକ୍ରିକୁ ବାରଣ କରିଥିଲା IRCTC । ଯାତ୍ରୀଙ୍କ ଆବଶ୍ୟକତା ଓ କୋରୋନା କଟକଣା କୋହଳ ହୋଇଥିବାରୁ ରନ୍ଧା ଖାଦ୍ୟର ସେବା ପୁନଃ ଆରମ୍ଭ କରିବାକୁ ସ୍ଥିର ହୋଇଛି । ଏକ ବିବୃତ୍ତି ଜାରି କରି କୁହାଯାଇଛି ଯେ 428 ଟ୍ରେନରେ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି ଏବଂ ମୋଟ ଟ୍ରେନ ମଧ୍ୟରୁ ଗତ ବର୍ଷ ଡିସେମ୍ବର ସୁଦ୍ଧା 30 ପ୍ରତିଶତ ଏବଂ ଚଳିତ ବର୍ଷ ଜାନୁଆରୀରେ 80 ପ୍ରତିଶତ ରନ୍ଧା ଖାଦ୍ୟ ପୁନଃ ଆରମ୍ଭ ହୋଇସାରିଛି ଏବଂ ଅବଶିଷ୍ଟ 20 ପ୍ରତିଶତ ସୋମବାର ଠାରୁ ଆରମ୍ଭ ହେବ ।

ରାଜଧାନୀ,ଶତାବ୍ଦୀ ଓ ଦୂରୋନ୍ତ ଭଳି ପ୍ରିମିୟର ଟ୍ରେନରେ ରନ୍ଧାଖାଦ୍ୟ ପ୍ରଦାନ ଗତବର୍ଷ ଡିସେମ୍ବରରୁ ଆରମ୍ଭ ହୋଇସାରିଛି ଏବଂ ଖାଦ୍ୟ ପ୍ରସ୍ତୁତ ମଧ୍ୟ ଜାରି ରହିଛି । 23 ମାର୍ଚ୍ଚ 2020ରେ କୋରୋନା ସଂକ୍ରମଣ ଯୋଗୁଁ କ୍ୟାଟରିଂ ସେବାକୁ ଟ୍ରେନରେ ସ୍ଥଗିତ ରଖାଯାଇଥିଲା ଏବଂ ଦେଶରେ କୋଭିଡ ସଂକ୍ରମଣ ହାର ହ୍ରାସ ହେବା ପରେ ଗତ ବର୍ଷ ଅଗଷ୍ଟ ମାସରୁ ଟ୍ରେନରେ ଖାଦ୍ୟ ସେବା ଆରମ୍ଭ ହୋଇଥିଲା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.