ETV Bharat / bharat

ନୂଆବର୍ଷରେ ମହାରାଷ୍ଟ୍ର-ଗୋଆ ରୁଟରେ ଗଡିବ ସ୍ପେଶାଲ ଟ୍ରେନ

author img

By

Published : Nov 20, 2021, 9:41 AM IST

କେନ୍ଦ୍ର ରେଲବାଇ ସମନ୍ବୟରେ IRTC ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ଉପଲକ୍ଷେ ସ୍ପେଶାଲ ଟ୍ରେନ ଚଳାଚଳ ନେଇ ଘୋଷଣା କରିଛି । ଅଧିକ ପଢନ୍ତୁ...

ନୂଆବର୍ଷ ଉପଲକ୍ଷେ ଗଡିବ ସ୍ପେଶାଲ ଟ୍ରେନ
ନୂଆବର୍ଷ ଉପଲକ୍ଷେ ଗଡିବ ସ୍ପେଶାଲ ଟ୍ରେନ

ନୂଆଦିଲ୍ଲୀ: ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ଉପଲକ୍ଷେ ମହାରାଷ୍ଟ୍ର-ଗୋଆ ରୁଟରେ ଗଡିବ ସ୍ପେଶାଲ ଟ୍ରେନ । କେନ୍ଦ୍ର ରେଳବାଇ ସମନ୍ବୟରେ IRCTC କ୍ରିଷ୍ଟମାସ ଏବଂ ନୂଆବର୍ଷ ଉପଲକ୍ଷେ ସ୍ପେଶାଲ ଟ୍ରେନ ଚଳାଚଳ ନେଇ ଘୋଷଣା କରିଛି । ସାଧାରଣତଃ ଏହି ସମୟରେ ଗୋଆକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ଭିଡ ନିୟନ୍ତ୍ରଣ ପାଇଁ ସ୍ପେଶାଲ ଟ୍ରେନ ଚଳାଚଳ ନିଷ୍ପତ୍ତି ନେଇଛି ରେଳବାଇ ।

ଆଜି(ଶନିବାର) ଠାରୁ IRTC ରିଜରଭେସନ କାଉଣ୍ଟରରେ ବୁକିଂ ବ୍ୟବସ୍ଥା ଉପଲବ୍ଧ ହେବ । ଆସନ୍ତାକାଲି ଠାରୁ ପ୍ରତ୍ୟେକ ରବିବାର ଗୋଆ ମଦଗାଓଁରୁ ମହାରାଷ୍ଟ୍ର ପାନଭେଲକୁ ସ୍ପେଶାଲ ଟ୍ରେନ ଚଳାଚଳ କରିବ । ଟ୍ରେନ ନଂ ୦୧୫୯୬ ପ୍ରତ୍ୟେକ ରବିବାର ଅପରାହ୍ମ ୪ ଟାରୁ ମଦଗାଓଁରୁ ଛାଡି ତା' ପରଦିନ ୩ ଟା ୧୫ ରେ ପାନଭେଲରେ ପହଞ୍ଚିବ । ସେହିପରି ପାନଭେଲରୁ ରବିବାର ୪ଟାରେ ମଦଗାଓଁକୁ ୦୧୫୯୫ ଟ୍ରେନ ଛାଡିବ ।

ଏହି ଟ୍ରେନ୍ କରମାଲି, ଥିଭିମ୍, ସାୱନ୍ତୱାଡି ରୋଡ୍, କୁଲାଡ୍‌, ସିନ୍ଧୁଦର୍ଗ, କଙ୍କଭାଲୀ, ବୈଭବବାଡି ରୋଡ୍, ରାଜପୁର ରୋଡ୍, ଅଦଭାଲୀ, ରତ୍ନଗିରି, ସଙ୍ଗମେଶ୍ୱର ରୋଡ୍, ସାୱାରଦା, ଚିପ୍ଲୁନ୍, ଖେଡ୍, ମଙ୍ଗୋନ୍ ଏବଂ ରୋହା ଷ୍ଟେସନରେ ରହିବ ବୋଲି IRCTC କହିଛି । ଏହିସବୁ ସ୍ଥାନୀରୁ ଯାତ୍ରୀ ଯାତ୍ରା କରିପାରିବେ ।

ଉପରୋକ୍ତ ଟ୍ରେନର ବିସ୍ତୃତ ସମୟ ସୂଚନା ପାଇଁ www.enquiry.indianrail.gov.in ୱେବସାଇଟରେ ଜାଣିପାରିବେ । କିମ୍ବା NTES ଆପ୍ ମାଧ୍ୟମରେ ଜାଣିପାରିବେ ।

ସାମାଜିକ ଦୂରତା, ପରିମଳ ଏବଂ ଅନ୍ୟାନ୍ୟ ସୁବିଧା ସହ COVID-19 ସମ୍ବନ୍ଧରେ ରାଜ୍ୟ ଏବଂ କେନ୍ଦ୍ର ସରକାର ପ୍ରଣୟନ କରିଥିବା ସମସ୍ତ ନିୟମକୁ ମାନିବା ପାଇଁ IRCTC ଅନୁରୋଧ କହିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.