ETV Bharat / bharat

୨୦୦ କୋଟିର ହେରୋଇନ ନେଇ ଯାଉଥିଲା ଇରାନୀ ବୋଟ୍‌, ଜବତ କଲା ନୌସେନା

author img

By

Published : Oct 6, 2022, 10:53 PM IST

୨୦୦ କୋଟି ଟଙ୍କାର ହେରୋଇନ ନେଇ ଯାଉଥିବା ବେଳେ ଭାରତୀୟ ନୌସେନା ଓ NCB ହାତରେ ଧରା ପଡ଼ିଛି ଏକ ଇରାନୀ ବୋଟ୍‌ (Iranian boat with heavy heroin)। ଅଧିକ ପଢ଼ନ୍ତୁ

Iranian boat with heavy heroin on board seized at Kochi by Indian Navy
ହେରୋଇନ ନେଇ ଯାଉଥିଲା ଇରାନୀ ବୋଟ୍‌, ଜବତ କଲା ଭାରତୀୟ ନୌସେନା

ଥିରୁଅନନ୍ତପୁରମ: ୨୦୦ କୋଟି ଟଙ୍କାର ହେରୋଇନ ନେଇ ଯାଉଥିବା ବେଳେ ଭାରତୀୟ ନୌସେନା ଓ NCB ହାତରେ ଧରା ପଡ଼ିଛି ଏକ ଇରାନୀ ବୋଟ୍‌ (Iranian boat with heavy heroin )। ଏହ ବୋଟ୍‌ରେ ଥିବା ଦୁଇଜଣଙ୍କୁ ହେପାଜତକୁ ନେଇ ନୌସେନା । ଏହି ଦୁଇଜଣଙ୍କ ମଧ୍ୟରେ ଜଣେ ପାକିସ୍ତାନର ନାଗରିକ ହୋଇଥିବା ବେଳେ ଜଣେ ଇରାନ୍‌ର ନାଗରିକ ବୋଲି ଜଣାପଡ଼ିଛି ।

କେରଳ ସମୁଦ୍ରରେ ଭାରତୀୟ ସୀମା ମଧ୍ୟକୁ ଅବୈଧ ଭାବରେ ପ୍ରବେଶ କରିଥିଲା ଏହି ବୋଟ୍‌ । ବୋଟ୍‌ ପ୍ରତି ସନ୍ଦେହଜାତ ହେବାରୁ ନୌସେନା ଏହି ବୋଟ୍‌କୁ ଜବଜାକୁ ନେଇଥିଲା । ଏହାପରେ ବୋଟ୍‌ରେ ଥିବା ବ୍ୟକ୍ତିବିଶେଷଙ୍କୁ ପରିଚୟ ପ୍ରମାଣପତ୍ର ମଗାଯାଇଥିଲା । ତେବେ ଉଭୟଙ୍କ ପାଖରେ କୌଣସି ପରିଚୟ ପ୍ରମାଣପତ୍ର ନଥିଲା । ଯାଞ୍ଚ ବେଳେ ବୋଟ୍‌ରୁ ୨୦୦ କୋଟି ଟଙ୍କାର ହେରୋଇନ ଜବତ ହୋଇଥିଲା ।

ଏହାପରେ ବୋଟ୍‌କୁ କୋଚିକୁ ନେଇଯାଇଥିଲା ନୌସେନା । ସେଠାରେ NCB ହାତରେ ଦୁଇ ଅଭିଯୁକ୍ତଙ୍କୁ ଜିମାରେ ଦେଇଥିଲା । ବର୍ତ୍ତମାନ NCB ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା କରିବା ଆରମ୍ଭ କରିଛି । ସେପଟେ ବୋଟ୍‌ଟିକୁ କେରଳର ମାଟନଚେରୀକୁ ନେଇଛି ନୌସେନା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.