ETV Bharat / bharat

CISFର ପ୍ରଥମ ମହିଳା ମହାନିର୍ଦ୍ଦେଶକ ହେଲେ ଆଇପିଏସ ନିନା ସିଂ - CISF new DG

IPS Nina Singh First Woman DG of CISF: ବରିଷ୍ଠ ଆଇପିଏସ୍‌ ଅଧିକାରୀ ନିନା ସିଂ ହେଲେ CISF ର ପ୍ରଥମ ମହିଳା ମହାନିର୍ଦ୍ଦେଶକ । ଅଧିକ ପଢନ୍ତୁ

CISF ର ପ୍ରଥମ ମହିଳା ମହାନିର୍ଦ୍ଦେଶକ ହେଲେ ଆଇପିଏସ ନିନା ସିଂ

author img

By ETV Bharat Odisha Team

Published : Dec 31, 2023, 8:50 PM IST

ନୂଆଦିଲ୍ଲୀ: କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF)ର କମାଣ୍ଡ ପ୍ରଥମ ଥର ଜଣେ ମହିଳା ଅଧିକାରୀଙ୍କ କାନ୍ଧକୁ ଯାଇଛି । ବରିଷ୍ଠ IPS ନିନା ସିଂ ଆଜି ଏହି କେନ୍ଦ୍ରୀୟ ବଳ (CISF)ର ନୂତନ ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । 1969 ମସିହାରେ ବନ୍ଦର, ବିମାନ ବନ୍ଦର ଓ ଷ୍ଟିଲପ୍ଲାଣ୍ଟ ପରି ଦେଶର ରାଷ୍ଟ୍ରାୟତ ଉଦ୍ୟୋଗଗୁଡିକୁ ସୁରକ୍ଷା ପ୍ରଦାନ କରିବା ପାଇଁ ଏହି କେନ୍ଦ୍ରୀୟ ସଶସ୍ତ୍ର ବଳର ସ୍ଥାପନା ହୋଇଥିଲା । ସ୍ଥାପନା ହେବାର ଦୀର୍ଘ 54 ବର୍ଷ ପରେ ଏହାର ସୁପ୍ରିମ କମାଣ୍ଡିଂ ପଦରେ ପ୍ରଥମ ଥର ଜଣେ ମହିଳା ଅଧିକାରୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ଭାରତୀୟ ପୋଲିସ ସେବାର ଏହି ବରିଷ୍ଠ ମହିଳା ଅଧିକାରୀ ନିନା ସିଂ 2024 ଜୁଲାଇ 31 ରେ ଏହି ପଦରୁ ଅବସର ଗ୍ରହଣ କରିବେ ।

ବିହାରର ମିଥିଳା ଅଞ୍ଚଳର ଅଧିବାସୀ ନିନା ହେଉଛନ୍ତି 1989 ବ୍ୟାଚ୍‌ର ରାଜସ୍ଥାନ କ୍ୟାଡରର ଆଇପିଏସ ଅଧିକାରୀ । ନିନାଙ୍କର 3 ଭାଇ ଓ 3 ଭଉଣୀ ଅଛନ୍ତି । ସେ ଭାଇ ଭଉଣୀଙ୍କ ମଧ୍ୟରେ ଜ୍ୟୋଷ୍ଠ । ତେବେ ତାଙ୍କ ପରିବାର ପାଟନାରେ ରୁହନ୍ତି । ନିନା ରାଜସ୍ଥାନ କ୍ୟାଡରର ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀ ରୋହିତ କୁମାର ସିଂଙ୍କୁ ବିବାହ କରିଛନ୍ତି । ନିଜ ସର୍ଭିସ କ୍ୟାଡର ଭାବେ ନିନା ରାଜସ୍ଥାନ ପୋଲିସ ବିଭାଗରେ ଦୀର୍ଘ ବର୍ଷ ବିଭିନ୍ନ ଦାୟିତ୍ବରେ କାର୍ଯ୍ୟ କରିଛନ୍ତି । ଏହା ପରେ କେନ୍ଦ୍ରୀୟ ଡେପୁଟେସନରେ ମଧ୍ୟ ଏକାଧିକ ଗୁରୁ ଦାୟିତ୍ବ ଲିଭାଇଛନ୍ତି । ସେ 2013ରୁ 2018 ମଧ୍ୟରେ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ :-ନୂତନ ଉତକ୍ଷେପଣ ସହ ନବବର୍ଷ-2024 କୁ ସ୍ବାଗତ କରିବ ଇସ୍ରୋ

ସିବିଆଇ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିବା ସମୟରେ ସେ ବହୁଚର୍ଚ୍ଚିତ ସିନା ବୋରା ଓ ଜିଆ ଖାନ ହତ୍ୟାକାଣ୍ଡର ତଦନ୍ତରେ ଅନେକ ସଫଳତା ପାଇଥିଲେ । ପୋଲିସ ସେବାରେ ଉଲ୍ଲେଖନୀୟ ସଫଳତା ଓ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ପାଇଁ ସେ 2005 ମସିହାରେ ‘ପୋଲିସ ପଦକ’ରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ରୀୟ ପୋଲିସ ସେବାର ସଫଳ ଅଧିକାରୀ ନିନା ଏବେ କେନ୍ଦ୍ରୀୟ ସଶସ୍ତ୍ର ବଳର ସର୍ବୋଚ୍ଚ କମାଣ୍ଡିଂ ପଦବୀ ଗ୍ରହଣ କରିଛନ୍ତି । ଆଜି ସେ ସିଆଇଏସଏଫ ମୁଖ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିବା ଅବସରରେ ତାଙ୍କୁ ବରିଷ୍ଠ ବିଭାଗୀୟ ଅଧିକାରୀମାନେ ସ୍ବାଗତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.