ନୂଆଦିଲ୍ଲୀ: ଆସୁଛି ବାତ୍ୟା ତୋଉକତେ । ଏହା ପ୍ରଭାବରେ ପ୍ରବଳ ବର୍ଷା ପବନ ନେଇ ରହିଛି ଆଶଙ୍କା । ଏନେଇ ମହାରାଷ୍ଟ୍ର, ଗୁଜୁରାଟ, ତାମିଲନାଡୁ, କେରଳ, କର୍ଣ୍ଣାଟକ ସମେତ 5 ଉପକୂଳବର୍ତ୍ତୀ ରାଜ୍ୟକୁ ହାଇଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।
ଏନଡିଆରଏଫ ନିର୍ଦ୍ଦେଶକ ସତ୍ୟନାରାୟଣ ପ୍ରଧାନଙ୍କ କହିବାନୁଯାୟୀ, ବାତ୍ୟା ଅଶଙ୍କା ଥିବା ରାଜ୍ୟଗୁଡିକରେ ମୁକାବିଲା ପାଇଁ 53ଟି ଉଦ୍ଧାରକାରୀ ଟିମ ମୁତୟନ କରାଯାଇଛି ।
ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ କେରଳରେ ସମୁଦ୍ର ଅଶାନ୍ତ ହୋଇପଡିଛି । ଅନେକ ଅଞ୍ଚଳରେ ଜୁଆର ମାଡିଆସିବାରୁ ଦେଖିବାକୁ ମିଳିଛି ଜଳପ୍ରଳୟ ।
ବାତ୍ୟା ତୋଉକତେ କୋଙ୍କଣରୁ ଆଗକୁ ବଢି ଗୁଜୁରାଟ ଆଡକୁ ଗତି କରୁଛି । ଏହାପ୍ରଭାବରୁ ମେ 16 ଓ 17ରେ କୋଙ୍କଣ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ସବୁଠୁ ଅଧିକ ପ୍ରଭାବ ରତ୍ନଗିରି, ସିନ୍ଧୁଦୁର୍ଗ ଓ ଗୋଆରେ ଦେଖିବାକୁ ମିଳିବ । ମହାରାଷ୍ଟ୍ରର କିଛି ଜିଲ୍ଲାରେ ବାତ୍ୟାର ପ୍ରଭାବ ରହିବ ।