ETV Bharat / bharat

Taj Mahal Free Entry: ମହିଳା ଦିବସ ଦିନ ତାଜମହଲରେ ଫ୍ରି ଏଣ୍ଟ୍ରି

author img

By

Published : Mar 7, 2023, 7:37 AM IST

ଆସନ୍ତା ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିଶ୍ବପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଆଗ୍ରା ତାଜମହଲରେ ଫ୍ରି ଏଣ୍ଟ୍ରି ରହିବ । ଅଧିକ ପଢ଼ନ୍ତୁ

Taj Mahal Free Entry
Taj Mahal Free Entry

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ୮ ତାରିଖ(ବୁଧବାର) ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଆଗ୍ରା ତାଜମହଲରେ ଫ୍ରି ଏଣ୍ଟ୍ରି ରହିବ । ପର୍ଯ୍ୟଟକମାନେ ନିଶୁଳ୍କରେ ତାଜମହଲ ବୁଲି ଦେଖିପାରିବେ । ଏଥିସହ ଆଗ୍ରାର ଅନ୍ୟାନ୍ୟ ସ୍ମାରକୀରେ ମଧ୍ୟ ପ୍ରବେଶ ଶୁଳ୍କ ମାଗଣା ରହିବ । ସାରା ବିଶ୍ବରେ ମହିଳା ଦିବସ ଅବସରରେ ପର୍ଯ୍ୟଟକମାନେ ମାଗଣାରେ ତାଜମହଲ ମଧ୍ୟକୁ ପ୍ରବେଶ କରିପାରିବେ । ଫଳରେ ପର୍ଯ୍ୟଟକମାନେ ମାଗଣାରେ ବିଶ୍ବର ଏହି ଆଶ୍ଚର୍ଯ୍ୟ କୀର୍ତ୍ତିକୁ ଉପଭୋଗ କରିପାରିବେ ।

ଏହା ମଧ୍ୟ ପଢ଼ନ୍ତୁ: H3N2 Variant in Karnataka: ଗାଇଡଲାଇନ ଜାରି କଲେ କର୍ଣ୍ଣାଟକ ସରକାର, ଜାଣନ୍ତୁ କେମିତି ରହିବେ ସତର୍କ

ଅଧିକାରୀଙ୍କ କହିବା ଅନୁଯାୟୀ, ମାର୍ଚ୍ଚ ୮ ତାରିଖ ଦିନ ଆଗ୍ରା ସ୍ଥିତ ସମସ୍ତ ସ୍ମାରକୀ ଏବଂ ତାଜମହଲର ଟିକେଟ କାଉଣ୍ଟର ବନ୍ଦ ରହିବ । ବିନା ଶୁଳ୍କରେ ସହଜରେ ତାଜମହଲ ବୁଲି ପାରିବେ ପର୍ଯ୍ୟଟକ । ASI ଆଗ୍ରା ସର୍କଲର ବିକାଶ ଅଧିକ୍ଷକ ପ୍ରତ୍ନତତ୍ତ୍ବବିତ୍ ଡ. ରାଜକୁମାର ପଟେଲ କହିଛନ୍ତି ଆସନ୍ତା ମାର୍ଚ୍ଚ ୮ ତାରିଖରେ ତାଜମହଲରେ ଫ୍ରି ଏଣ୍ଟ୍ରି ରହିବା ନେଇ ଦିଲ୍ଲୀ ସ୍ଥିତ ASI ମୁଖ୍ୟାଳୟରୁ ନିର୍ଦ୍ଦେଶ ଜାରି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ମାଣିକ ସାହ ହେବେ ତ୍ରିପୁରା ମୁଖ୍ୟମନ୍ତ୍ରୀ: ବିଜେପି ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ

ବିଦେଶୀ ପର୍ଯ୍ୟଟକ ମଧ୍ୟ ଏହାର ସୁବିଧା ଉଠାଇପାରିବେ । ତାଜମହଲ, ଆଗ୍ରା ଦୂର୍ଗ, ଫେତହେପୁର ସିକ୍ରି, ସିକନ୍ଦର ଆକବର କବର ତଥା ମରିମୟ କବର ଏବଂ ରାମବାଗ ପାର୍କ ସମେତ ଆଗ୍ରାର ସମସ୍ତ ସ୍ମାରକୀକୁ ମାଗଣାରେ ପ୍ରବେଶ ଅନୁମତି ମିଳିବ । ମାର୍ଚ୍ଚ ୮ ତାରିଖରେ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ଥ ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ।

ଏହା ମଧ୍ୟ ପଢ଼ନ୍ତୁ: Chalti ka Naam Bill Gates ki Gaadi: ଇ-ରିକ୍ସା ଚଳାଇ ଭିଡିଓ ପୋଷ୍ଟ କଲେ ବିଲ ଗେଟ୍ସ, ଆନନ୍ଦ ମହିନ୍ଦ୍ରା ଦେଲେ ପ୍ରତିଯୋଗିତା ଅଫର

୨୦୨୦ ମସିହାରେ ପ୍ରଥମ ଥର ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଘୋଷଣା କରିଥିଲା ଯେ, ମହିଳା ଦିବସ ଅବସରରେ ଭାରତୀୟ ତଥା ବିଦେଶୀ ମହିଳା ପର୍ଯ୍ୟଟକଙ୍କୁ ଦେଶର ସମସ୍ତ ସ୍ମାରକୀକୁ ମାଗଣାରେ ପ୍ରବେଶ ସୁବିଧା ଯୋଗାଇ ଦିଆଯିବ । ଅଧିକାରୀଙ୍କ କହିବା ଅନୁସାରେ, ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦେଶର ସମସ୍ତ ପର୍ଯ୍ୟଟକଙ୍କୁ ସ୍ମାରକୀ ଗୁଡିକରେ ମାଗଣା ପ୍ରବେଶ ଯୋଗାଇ ଦିଆଯିବ ବୋଲି ASI ଦ୍ବାର ଆଦେଶକୁ ସଂଶୋଧନ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.