ETV Bharat / bharat

ରାମୋଜୀ ଫିଲ୍ମ ସିଟିରେ ଧୂମଧାମରେ ପାଳନ ହେଲା ମହିଳା ଦିବସ, ନାଚଗୀତରେ ଝୁମିଲେ ମହିଳା - ଅନ୍ତର୍ଜାତୀୟ ମହିଳା ଦିବସ

ବିଶ୍ବର ସର୍ବବୃହତ ଫିଲ୍ମ ସିଟି ''ରାମୋଜୀ ଫିଲ୍ମ ସିଟି''ରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଛି । ଆଇଏଏସ ସ୍ମିତା ସବରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅଧିକ ପଢନ୍ତୁ

International Womens Day 2023
ରାମୋଜୀ ଫିଲ୍ମ ସିଟିରେ ମହିଳା ଦିବସ ପାଳିତ
author img

By

Published : Mar 9, 2023, 12:10 PM IST

ରାମୋଜୀ ଫିଲ୍ମ ସିଟିରେ ମହିଳା ଦିବସ ପାଳିତ

ହାଇଦ୍ରାବାଦ: ଦୀର୍ଘ ଦୁଇ ବର୍ଷ ପରେ ବିଶ୍ବର ସର୍ବବୃହତ ଫିଲ୍ମ ସିଟି ''ରାମୋଜୀ ଫିଲ୍ମ ସିଟି''ରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଛି । ଦମଦାର ମ୍ୟୁଜିକ, ଲାଇଟ, ଡ୍ୟାନ୍ସରେ ଆରଏଫସିରେ କାର୍ଯ୍ୟରତ ସମସ୍ତ ମହିଳା ଦିନଟିକୁ ଉପଭୋଗ କରିଥିଲେ । ଲିଙ୍ଗଗତ ସମାନତା ପାଇଁ ଇନୋଭେସନ ଓ ଟେକ୍ନୋଲୋଜି ''Embrace Equity'' ବାର୍ତ୍ତା ନେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଆଇଏଏସ ଅଧିକାରୀ ସ୍ମିତା ସବରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଫେମିନିଷ୍ଟ ମାଗାଜିନ 'ଭୂମିକା'ର ଏଡିଟର କୋନ୍ଦାବୀତି ସତ୍ୟବତୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ରାମୋଜୀ ଫିଲ୍ମ ସିଟି ପରିଚାଳନା ନିର୍ଦ୍ଦେଶିକା ବିଜୟେଶ୍ବରୀ, ଗଣମାଧ୍ୟମ ସଂସ୍ଥା ଇଟିଭି ଭାରତ ନିର୍ଦ୍ଦେଶିକା ବ୍ରିହତି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମକୁ ଭରପୁର ଉପଭୋଗ କରିଥିଲେ ଆରଏଫସିରେ କାର୍ଯ୍ୟରତ ସମସ୍ତ ମହିଳା ।

ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇଏଏସ ଅଧିକାରୀ ସ୍ମିତା ସବରୱାଲ କହିଥିଲେ, ''ଇନାଡୁ ପାଇଁ ମୁଁ ତେଲୁଗୁ ଶିଖିଥିଲି । ସେଥିପାଇଁ ଇନାଡୁ ଖବର ସଂସ୍ଥାକୁ ଧନ୍ୟବାଦ । ସାମ୍ବାଦିକତା ଲୋକଙ୍କ ମତ ଓ ଚିନ୍ତାଧାରର ପ୍ରତୀକ । ଆଗାମୀ ଦିନରେ ଏହି ସାହାସୀ ଓ ସ୍ବାଧୀନ ସାମ୍ବାଦିକତା ଜାରି ରହିବ ବୋଲି ଆଶା କରୁଛି । ଏକ ସୁସ୍ଥ ଗଣତନ୍ତ୍ର ପାଇଁ ଏହି ଦାୟିତ୍ବ ଆବଶ୍ୟକ କରେ ।'' ରାମୋଜୀ ଫିଲ୍ମ ସିଟି ପରିଚାଳନା ନିର୍ଦ୍ଦେଶିକା ବିଜୟେଶ୍ବରୀ, ଇଟିଭି ଭାରତ ନିର୍ଦ୍ଦେଶିକା ବ୍ରିହତି ଏବଂ ସମ୍ମାନିତ ଅତିଥି କୋନ୍ଦାବୀତି ସତ୍ୟବତୀ ଦୀପ ପ୍ରଜ୍ବଳନ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପୂର୍ବାହ୍ନ 2ଟାରୁ ଅପରାହ୍ନ 5ଟା ଯାଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୋରୋନା ପାଇଁ ଦୁଇ ବର୍ଷ ହେବ ଏହି ସେଲିବ୍ରେସନ ବନ୍ଦ ଥିଲା ।

ମହିଳା ଦିବସ ଉପଲକ୍ଷେ ବିଭିନ୍ନ ବିଭାଗରେ ପ୍ରତିଯୋଗିତା ହୋଇଥିଲା । 4 ଦିନ ଧରି ପ୍ରତିଯୋଗିତା ଚାଲିଥିଲା । ନୃତ୍ୟ, ସଙ୍ଗୀତ, ରଙ୍ଗୋଲି ଓ ଫ୍ୟାସନ ଶୋରେ ପ୍ରତିଯୋଗିତା କରାଯାଇଥିଲା । ଆରଏଫସିରେ କାର୍ଯ୍ୟରତ ମହିଳା ବିଭିନ୍ନ ବର୍ଗରେ ଅଂଶ ଗ୍ରହଣ କରିଥିଲେ । ପ୍ରତି ବିଭାଗରେ ପ୍ରାୟ 50 ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରଥମ ଓ ଦ୍ବିତୀୟ କୃତି ପ୍ରତିଯୋଗୀ ବଛା ଯାଇଥିଲା । ସଫଳ ପ୍ରତିଯୋଗିଙ୍କୁ ମହିଳା ଦିବସ ଉତ୍ସବରେ ପୁରସ୍କୃତ କରାଯାଇଥିଲା । ଇଟିଭି ଭାରତ ଓଡିଶା ଡେସ୍କରେ କାର୍ଯ୍ୟରତ ଇତିଶ୍ରୀ ପାଇକରାୟ ଦୁଇଟି ବିଭାଗରେ ସଫଳତା ଅର୍ଜନ କରିଥିଲେ । ନୃତ୍ୟ ଓ ଫ୍ୟାଶନ ଶୋରେ ଦ୍ବିତୀୟ ସ୍ଥାନରେ ରହି ଅଧିକାର କରିଥିଲେ । ସେହିପରି ଇଟିଭି ଭାରତ ଆସାମ ଡେସ୍କରେ କାର୍ଯ୍ୟରତ ଦୀପଶିକ୍ଷା ସଙ୍ଗୀତରେ ପ୍ରଥମ ସ୍ଥାନ ହାସଲ କରିଥିଲେ । ପୁରସ୍କାର ସ୍ବରୁପ କୃତି ପ୍ରତିଯୋଗୀଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା ।

ମହିଳା ଦିବସ କାର୍ଯ୍ୟକ୍ରମରେ ବିଭିନ୍ନ ବିଷୟବସ୍ତୁକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ଯାହା ମହିଳା ଶକ୍ତିକୁ ଦର୍ଶାଇଥିଲା । ବସ୍କୋ ଗ୍ରୁପ ପକ୍ଷରୁ ପ୍ରଦର୍ଶିତ ଦମଦାର ନୃତ୍ୟ ସମସ୍ତଙ୍କ ମନ ମୋହିଥିଲା । କାର୍ଯ୍ୟକ୍ରମରେ ସାମିଲ ହୋଇ ମହିଳା କର୍ମଚାରୀମାନେ ବେଶ ଖୁସିବ୍ୟକ୍ତ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.