ETV Bharat / bharat

International Senior Citizens Day; ‘ବରିଷ୍ଠ’ ପ୍ରତିଟି ଘରର ମେରୁଦଣ୍ଡ

author img

By

Published : Oct 1, 2021, 11:28 AM IST

ଆଜି 'ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ' । ପ୍ରତିବର୍ଷ ଅକ୍ଟୋବର ୧ରେ ବରିଷ୍ଠ ନାଗରିକଙ୍କୁ ସମ୍ମାନ ଜଣାଇ ଏହି ଦିବସ ପାଳନ କରାଯାଉଛି । ଅଧିକ ପଢନ୍ତୁ...

International Senior Citizens Day: ବରିଷ୍ଠ ନାଗରିକଙ୍କୁ ଅଣଦେଖା

ହାଇଦ୍ରାବାଦ: ଆଜି 'ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ' । ବରିଷ୍ଠ ନାଗରିକଙ୍କ ପାଇଁ ଦିନଟିଏ । ପ୍ରତିବର୍ଷ ଅକ୍ଟୋବର ମାସର ଆରମ୍ଭରେ ଏହି ଦିବସ ପାଳନ କରାଯାଏ । ବରିଷ୍ଠ ନାଗରିକଙ୍କ ପାଇଁ ଆଜିର ଦିନ ସ୍ବତନ୍ତ୍ର । ବରିଷ୍ଠ ନାଗରିକଙ୍କୁ ସମ୍ମାନ ଜଣାଇ ପ୍ରତିବର୍ଷ ସାରା ବିଶ୍ବରେ ଏହି ଦିବସ ପାଳନ କରାଯାଉଛି । ୧୪ ଡିସେମ୍ବର ୧୯୯୦ ମସିହା ଅକ୍ଟୋବର ୧ରୁ ଏହି ଦିବସ ପାଳନ କରିବା ନିମନ୍ତେ ନିଷ୍ପତ୍ତି ହୋଇଥିଲା । ଏହା ପରେ ୧୯୯୧ ଅକ୍ଟୋବର ୧ରେ ପ୍ରଥମଥର ପାଇଁ ସାରା ବିଶ୍ବରେ ଏହି ଦିବସ ପାଳନ କରାଯାଇଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ବରିଷ୍ଠ ନାଗରିକଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି ।

ସମାଜରେ ସଂସ୍କାର ଆଣିବା ବରିଷ୍ଠ ନାଗରିକ ହେଉଛନ୍ତି ମଙ୍ଗୁଆଳ । ବରିଷ୍ଠ ନାଗରିକ ହିଁ ସମାଜକୁ ପରିବର୍ତ୍ତନ କରିବାରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । କାହିଁକି ନା ବିଭିନ୍ନ ଜିନିଷକୁ ନେଇ ସେମାନଙ୍କ ନିଖୁଣ ପାରଙ୍ଗମତା ରହିଛି । ସେମାନଙ୍କ ଉଚିତ ମାର୍ଗଦର୍ଶନ ହିଁ ସମାଜରେ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିଥାଏ । ବରିଷ୍ଠ ନାଗରିକଙ୍କ ପରାମର୍ଶରେ ଯୁବପିଢୀ ହିଁ ସମାଜରେ ସଂସ୍କାର ଆଣିବାରେ ଆଗଭର ହୋଇଥାନ୍ତି । କେଉଁଟି ଭଲ ଓ କେଉଁଟି ମନ୍ଦ ତାହା ବରିଷ୍ଠ ନାଗରିକଙ୍କ ଠାରୁ କେହିବି ବୋଧ ହୁଏ ଅଧିକ ହୃଦୟଙ୍ଗମ କରିନଥିବେ ।

ଭାରତୀୟ ପରମ୍ପରାରେ ବରିଷ୍ଠ ନାଗରିକଙ୍କୁ ଘରର ମୁଖିଆ ରୂପେ ସମ୍ମାନ ଦିଆଯାଏ । ତାଙ୍କର ନିଷ୍ପତିରେ ଘର ପରିଚାଳନା ହୋଇଥାଏ । ଏବଂ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା ସମୟ ଆସିଲେ ଘରର ମୁଖିଆଙ୍କ ପରାମର୍ଶ ଲୋଡାଯାଏ । କିନ୍ତୁ ଆଜିର ଦିନରେ ଘରର ବରିଷ୍ଠ ନାଗରିକଙ୍କୁ ଅଣଦେଖା କରାଯାଉଛି । କେଉଁଠି ସମ୍ମାନ ମିଳୁଥିବା ବେଳେ ଆଉ କେଉଁଠି ଅଲୋଡା ହୋଇପଡିଛନ୍ତି । ଫଳରେ ଘରେ ସମ୍ମାନ ଦିଆଯିବା ବଦଳରେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ମାଡ ମାରିବା ଘଟଣା ମଧ୍ୟ ସାମ୍ମାକୁ ଆସୁଛି । ଏଥି ସହ ଜନ୍ମ କରିଥିବା ନିଜ ପୁଅ ମଧ୍ୟ ନିଜ ବାପା ମାଆ ଙ୍କୁ ଘରେ ନରଖି ବୃଦ୍ଧାଶ୍ରମରେ ମଧ୍ୟ ଛାଡି ଦେଉଛନ୍ତି । ଯାହା ସମାଜ ପାଇଁ ଅତ୍ୟନ୍ତ କଳଙ୍କିତ ଅଧ୍ୟାୟ । ସାରା ବିଶ୍ବରେ ବୟସ୍କ ଲୋକଙ୍କ ପ୍ରତି ହେଉଥିବା ର୍ଦୁବ୍ୟବହାର ଓ ଅନ୍ୟାୟକୁ ରୋକିବାକୁ ତଥା ବୟସ ବ୍ୟକ୍ତିଙ୍କ ପ୍ରତି ଭଲ ବ୍ୟବହାର ନିମନ୍ତେ ସଚେତନତା ସୃଷ୍ଟି ପାଇଁ ପ୍ରତି ବର୍ଷ 'ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ' ପାଳନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.