ETV Bharat / bharat

ଆଜି ବିଶ୍ବ ଶ୍ରମିକ ଦିବସ, ଶ୍ରମକୁ ମିଳୁ ସମ୍ମାନ

author img

By

Published : May 1, 2023, 8:46 AM IST

ମେ'1 ତାରିଖକୁ ବିଶ୍ବ ଶ୍ରମିକ ଦିବସ ଭାବେ ପାଳନ କରାଯାଏ । ଶ୍ରମିକଙ୍କ ପାଇଁ ଏହି ଗୋଟିଏ ଦିନ ଛୁଟି କରାଯାଏ । କଣ ଏହି ଗୋଟିଏ ଦିନ ସେମାନଙ୍କ ଶ୍ରମକୁ ସାର୍ଥକ କରିଥାଏ । ଶ୍ରମିକ ଦିବସ କାହିଁକି ପାଳନ ହୁଏ ଦିନଟି ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

international labour day
ଆଜି ବିଶ୍ବ ଶ୍ରମିକ ଦିବସ

ଭୁବନେଶ୍ବର: ଶ୍ରମିକ... ପରିଚୟ ଗୋଟିଏ ମଣିଷର । ସୂର୍ଯ୍ୟର ତାପରେ ମଉଳି ଯାଇଥିବା ସେ ମସିଆ ମୁହଁ ଆଉ କୋରଡରେ ପଶିଯାଇଥିବା ଆଖି ହଳକରେ ଭରି ଥିବା ସ୍ବପ୍ନ ନେଇ ଯିଏ ସାରା ଜୀବନ ସଂଘର୍ଷ କରେ ସେ ହେଉଛି ଶ୍ରମିକ । ଖରାକୁ ଯିଏ ଖାତିର ନ କରି ଖଟି ଚାଲେ । ନା ଥାଏ ଢୁ ଢୁ ବର୍ଷାର ଭୟ ନା ହାଡ ଭଙ୍ଗା ଶୀତ ତାଙ୍କୁ କେବେ ହରାଇ ପାରିଛି । ହାତରେ ବଳ ନଥିଲେ ବି ମନୋବଳ ନେଇ ନିଇତି ସକାଳୁ ବାହାରି ପଢୁଥିବା ମଣିଷ ଘରକୁ ଫେରେ ସଞ୍ଜରେ । ମୁଣ୍ଡରେ ଠେକା ଓ କାନ୍ଧରେ ଥାଏ ଝାଳ ଜୁଡୁବୁଡୁ ଗାମୁଛା । ପାଦରେ ଛିଣ୍ଡା ଚପଲ ତାତିକୁ ଭେଦ କରିଯାଏ । ହେଲେ ସେ ପାଦ କେବେ ଅଟକେ ନାହିଁ । ଯିଏ ପରିବାର ଆଗରେ କଷ୍ଟ ଲୁଚାଏ ଆଉ ନ୍ୟାୟ ପାଇଁ ସମାଜ ସହ ଲଢେ । ଦୁର୍ବଳ ଶରୀର ଆଉ ଭୋକରେ ଆଉଟପାଉଟ ପେଟ ପାଇଁ ଖଟୁଥିବା ମଣିଷର ନାଁ ଏଠି ଦିଆଯାଏ ଶ୍ରମିକ । ଆଜି ଏହି ଶ୍ରମିକଙ୍କ ପାଇଁ ଦିନଟିଏ । କଣ ବାସ୍ତବରେ ଶ୍ରମିକଟି ସମ୍ମାନର ସହ ବଞ୍ଚୁଛି । କଣ ସେମାନଙ୍କୁ ତାଙ୍କ ହକ ମିଳିଛି । ଏହି ପରି ମନରେ ଅନେକ ପ୍ରଶ୍ନର ଉତ୍ତର ଖୋଜା ଚାଲିଛି । ପ୍ରତିବର୍ଷ ମେ' 1 ତାରିଖକୁ ବିଶ୍ବ ଶ୍ରମିକ ଦିବସ ଭାବେ ପାଳନ କରାଯାଏ । କେବେଠୁ ଓ କାହିଁକି ପାଳନ ହୁଏ ଶ୍ରମିକ ଦିବସ ।

1886 ମସିହା ମେ’ 1 ତାରିଖରେ ଅନ୍ତର୍ଜାତୀୟ ସ୍ତରରେ ଶ୍ରମିକ ଦିବସ ଆରମ୍ଭ ହୋଇଥିଲା । ହିନ୍ଦୁସ୍ଥାନ ଲେବର କିଷାନ ପାର୍ଟି ପ୍ରଥମ ଥର ଏହି ଦିବସ ପାଳନ କରିଥିଲା । ପରେ ଭାରତରେ 1923ରେ ଏହି ଦିବସ ପାଳନ ହୋଇଥିଲା । 1923 ମସିହାରେ ଚେନ୍ନାଇର ମାଡ୍ରାସରେ ପ୍ରଥମ ଥର ଶ୍ରମିକ ଦିବସ ପାଳନ କରାଯାଇଥିଲା । ଶ୍ରିମକ ଦିବସ ଦିନ ଛୁଟି ଘୋଷଣା ହେଲେ । ହେଲେ ଖଟିଖିଆ ଦିନ ମଜୁରିଆର କି ଛୁଟି । ସେମାନଙ୍କ ପାଦ କେବେ ଅଟକେ ନାହିଁ ।

ଆଜି ବି ହକ୍ ପାଇଁ ଲଢୁଛି ଶ୍ରମିକ: ଶ୍ରମିକଟି ଆଜି ବି ତାର ହକ ପାଇବାରୁ ବଞ୍ଚିତ । ସରକାରୀ ଯୋଜନା ସେମାନଙ୍କ ପାଇଁ ସତେ ଯେମିତି ବାଟବଣା । ନିଜ ରାଜ୍ୟରେ କମ ଅଭାବରୁ ଅନ୍ୟ ରାଜ୍ୟକୁ ଯାଉଥିବା ଶ୍ରମିକର ଆଉ ଗୋଟିଏ ପରିଚୟ ହୋଇଯାଏ ଦାଦନ ଶ୍ରମିକ । କୁଶଳୀ, ଅଣକୁଶଳୀ ଓ ଅର୍ଦ୍ଧ କୁଶଳୀ ସମସ୍ତ ଶ୍ରମିକଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି । ହେଲେ ସେ ଯୋଜନା ବାସ୍ତବରେ ସେମାନଙ୍କ ପାଇଁ ସଫଳ ହୋଇନାହିଁ । ଗୋଟିଏ ଦିନ କାମ ବନ୍ଦ ହେଲେ ପରିବାର ଖାଡା ଉପାସ । ହକ ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡୁଛି । ଆଜି ବି ହକ୍ ପାଇଁ ଲଢୁଛି ଶ୍ରମିକ ।

କଣ ଏହି ଗୋଟିଏ ଦିନ ଯଥେଷ୍ଟ: ଆଖି ବୁଲାଇ ଆଣିଲେ ଚକ ଚକ କରୁଥିବା ସହରର ପ୍ରତିଟି ସଫଳତାରେ ରହିଛି ଶ୍ରମିକର ସ୍ପର୍ଶ । ରାସ୍ତାଘାଟଠୁ ନେଇ ବ୍ରିଜ, ସପିଙ୍ଗ ମଲ କମ୍ପାନୀଠୁ ନେଇ କାରଖାନା କାନ୍ଥବାଡ ତିଆରିରେ ଶ୍ରେୟ ଥାଏ ଶ୍ରମିକର । ହେଲେ ଏଠି ପ୍ରକୃତ ମେହନତି ମଣିଷକୁ ଭୁଲିଯାଏ ଏ ସମାଜ । ଦିନ ରାତିକୁ ଏକ କରି ଝାଳକୁ ରକ୍ତ କରି ଯିଏ ଜୀବନକୁ ବାଜିରେ ଲଗାଏ ସେହି ମଣିଷ ଆଜି ଅଣଦେଖା । ସରକାରଙ୍କଠୁ ଆରମ୍ଭ ପ୍ରଶାସନ ନିକଟରେ ସେମାନେ ସର୍ବଦା ହତାଶ ହୋଇଛନ୍ତି । ସବୁବେଳେ ଅବହେଳା ହତାଦର । ଏବେ ଏଠି ପ୍ରଶ୍ନ ଉଠୁଛି କଣ ଏହି ଗୋଟିଏ ଦିନ ସେମାନଙ୍କ ପାଇଁ ଯଥେଷ୍ଟ । ଏହି ଗୋଟିଏ ଦିନ କଣ ସେମାନଙ୍କ ଶ୍ରମକୁ ସମ୍ମାନ ପାଇଁ ଯଥେଷ୍ଟ କି ?

ଶ୍ରମ ନୀତିରେ ପରିବର୍ତ୍ତନ କରି ଶ୍ରମିକମାନଙ୍କ ଶ୍ରମକୁ ସମ୍ମାନ ହେବା ସହ ସେମାନଙ୍କୁ ଉତ୍ସାହିତ କରିବା ଉଚିତ । ମୁଖ୍ୟତଃ ଅଣସଙ୍ଗଠିତ ଶ୍ରମିକଙ୍କ କଲ୍ୟାଣ ଉପରେ ଗୁରୁତ୍ବ ଦେବା ଦରକାର । ଶ୍ରମିକଙ୍କ ସୁରକ୍ଷା ହିଁ ଆଗାମୀ ଦିନରେ ଭାରତକୁ ବିକାଶ ପଥରେ ଆଗେଇ ନେବ । ଅର୍ଥନୀତିରେ ସୁଧାର ଆସିବ । ଏହାକୁ ହୃଦୟଙ୍ଗମ କରି ଶ୍ରମିକଙ୍କ ସମସ୍ୟା ସମାଧାନ କରିପାରିଲେ ଏହି ଦିନର ପ୍ରକୃତ ଉଦ୍ଦେଶ୍ୟ ପୂରଣ ହୋଇପାରିବ । ଶ୍ରମିକକୁ ତାର ହକ ମିଳିଲେ ଏହା ହିଁ ତାଙ୍କ ପାଇଁ ହେବ ପ୍ରକୃତ ସମ୍ମାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.