ETV Bharat / bharat

International Indigenous Day: ଅଧିକାରରୁ ବଞ୍ଚିତ ନ ହୁଅନ୍ତୁ ଆଦିବାସୀ

ଜାତିସଂଘ ତରଫରୁ ପ୍ରତିବର୍ଷ ଅଗଷ୍ଟ ୯ ତାରିଖକୁ ଅନ୍ତର୍ଜାତୀୟ ଆଦିବାସୀ ଦିବସ ରୂପେ ପାଳନ କରାଯାଏ । ବିଶ୍ବରେ ବିଭିନ୍ନ ଦେଶରେ ବସବାସ କରୁଥିବା ଆଦିବାସୀ ଲୋକଙ୍କ ଅଧିକାର ଓ ସୁରକ୍ଷା ଦିଗରେ ସଚେତନ ସୃଷ୍ଟି କରିବା ଏହି ଦିନର ମୁଖ୍ୟ ଲକ୍ଷ୍ୟ ।

International Indigenous Day
International Indigenous Day
author img

By

Published : Aug 9, 2021, 10:33 AM IST

ହାଇଦ୍ରାବାଦ: ଆଜି ଅନ୍ତର୍ଜାତୀୟ ଆଦିବାସୀ ଦିବସ । ଜାତିସଂଘ ତରଫରୁ ପ୍ରତିବର୍ଷ ଅଗଷ୍ଟ ୯ ତାରିଖକୁ ଅନ୍ତର୍ଜାତୀୟ ଆଦିବାସୀ ଦିବସ ରୂପେ ପାଳନ କରାଯାଏ । ବିଶ୍ବରେ ବିଭିନ୍ନ ଦେଶରେ ବସବାସ କରୁଥିବା ଆଦିବାସୀ ଲୋକଙ୍କ ଅଧିକାର ଓ ସୁରକ୍ଷା ଦିଗରେ ସଚେତନ ସୃଷ୍ଟି କରିବା ଏହି ଦିନର ମୁଖ୍ୟ ଲକ୍ଷ୍ୟ ।

ଆଦିବାସୀ ସମ୍ପ୍ରଦାୟର ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି ଏବଂ ଭୂମିକାରୁ ମଧ୍ୟ ଏଦି ଦିନରେ ସମ୍ମାନିତ କରାଯାଇଥାଏ । ୧୯୯୪ ମସିହାରେ ଜାତିସଂଘର ସାଧାରଣ ପରିଷଦରେ ଏହି ଦିବସ ପାଳନ ନେଇ ଘୋଷଣା ହୋଇଥିଲା । ଆଦିବାସୀମାନେ ହେଉଛନ୍ତି ବିବିଧ ସଂସ୍କୃତି,ପରମ୍ପରା, ଭାଷା ଓ ଜ୍ଞାନର ଗନ୍ତାଘର ।

ବିଶ୍ବରେ ୯୦ଟି ଦେଶରେ ପ୍ରାୟ ୪୭.୬କୋଟି ଆଦାବାସୀ ଲୋକ ବସବାସ କରନ୍ତି । ଯାହା ବିଶ୍ବ ଜନସଂଖ୍ୟାର ୬.୨ ପ୍ରତିଶତ । ୨୦୧୧ ଜନଗଣନା ରିପୋର୍ଟ ଅନୁସାରେ ଭାରତ ଜନସଂଖ୍ୟାର ୮.୬ ପ୍ରତିଶତ ହେଉଛନ୍ତି ଆଦିବାସୀ । ଭାରତରେ ୭୦୦ଟି ଆଦିବାସୀ ସମ୍ପ୍ରଦାୟ ଥିବା ବେଳେ ଓଡିଶାରେ ୬୨ଟି ଆଦିବାସୀ ସମ୍ପ୍ରଦାୟର ଲୋକ ରହିଛନ୍ତି ।

ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି 'କାହାରିକୁ ପଛରେ ଛାଡିବା ନାହିଁ' । ଆଦିବାସୀ ଲୋକଙ୍କୁ ନେଇ ଏକ ନୂଆ ସାମାଜିକ ଚୁକ୍ତି ପାଇଁ ଆଜିର ଦିନଟି ଆହ୍ବାନ ଦେଉଛି । ଏବେ ବି ଅନେକ ଆଦିବାସୀ ସମ୍ପ୍ରଦାୟ ନିଜ ଭୂମି, ଭାଷା ଓ ଆର୍ଥିକ କାର୍ଯ୍ୟକଳାପରୁ ବଞ୍ଚିତ ଅଛନ୍ତି । ଅପହଞ୍ଚ ଇଲାକାରେ ରହିଆସୁଥିବା ସମସ୍ତ ଆଦିବାସୀ ସମ୍ପ୍ରଦାୟଙ୍କ ପାଖରେ ପହଞ୍ଚିନି ମୌଳିକ ସୁବିଧା । ଅନେକ ସ୍ଥାନରେ ଆଦିବାସୀଙ୍କ ସଂସ୍କୃତି ଭାଷା ଆଜି ବିପଦରେ । ଏଦିଗରେ ସୋମାନଙ୍କୁ ହେୟ ଜ୍ଞାନ ନ କରାଯାଇ ବିଶେଷ ଦୃଷ୍ଟି ଦେବା ଦରକାର ।

୧୯୯୬ ମସିହାରୁ ଜୁନ ୨୧ ତାରିଖକୁ ‘ଜାତୀୟ ଆଦିବାସୀ ଦିବସ’ ରୂପେ ପାଳନ କରାଯାଉଛି । ଆଦିବାସୀଙ୍କୁ ସବୁ କ୍ଷେତ୍ରରେ ସମାନ ସୁଯୋଗ ପ୍ରଦାନ ସହିତ ସେମାନଙ୍କ ଅଧିକାର,ସ୍ବାଭିମାନ ଓ ସମ୍ମାନକୁ ବଞ୍ଚାଇ ରଖିବାକୁ ତ୍ବରିତ ପଦକ୍ଷେପ ନିଆଯିବା ଦରକାର ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.