ETV Bharat / bharat

Ukraine War: ୟୁକ୍ରେନକୁ ବଡ ଆଶ୍ବସ୍ତି, ଋଷକୁ ଯୁଦ୍ଧ ବନ୍ଦ ପାଇଁ ICJର ନିର୍ଦ୍ଦେଶ - ଅନ୍ତର୍ଜାତୀୟ ନ୍ୟାୟ ଅଦାଲତରେ ୟୁକ୍ରେନ ପ୍ରସଙ୍ଗ

ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ (ICJ)ରୁ ୟୁକ୍ରେନକୁ ଆଶ୍ବସ୍ତି । ଋଷକୁ ନିନ୍ଦା କରିବା ସହ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ କହିଲା ICJ । ୟୁକ୍ରେନ ରାଷ୍ଟ୍ରପତି କହିଲେ ବଡ ବିଜୟ । ଅଧିକ ପଢନ୍ତୁ

ୟୁକ୍ରେନକୁ ବଡ ଆଶ୍ବସ୍ତି, ଋଷକୁ ଯୁଦ୍ଧ ବନ୍ଦ କରିବା ପାଇଁ ICJର ନିର୍ଦ୍ଦେଶ

author img

By

Published : Mar 16, 2022, 10:22 PM IST

କିଭ: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଅନ୍ତର୍ଜାତୀୟ ସ୍ତରରେ ପୁଣି ୟୁକ୍ରେନରୁ ବଡ ଆଶ୍ବସ୍ତି ମିଳିଛି । ଋଷକୁ ଯୁଦ୍ଧ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଲା ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ(ICJ) । ICJରେ ଏହି ମାମଲାର ଶୁଣାଣି ସମୟରେ 13-2 ଭୋଟରେ ଏହି ରାୟ ପ୍ରକାଶ ପାଇଛି । କିଛି ଦିନ ତଳେ ଋଷ ଆକ୍ରମଣରେ ସାଧାରଣ ୟୁକ୍ରେନୀୟଙ୍କୁ ଟାର୍ଗେଟ କରାଯାଉଥିବା ଦର୍ଶାଇ ମାନବାଧିକାର ଉଲଙ୍ଘନ ଓ ବର୍ବରତା ବିରୋଧରେ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତରେ ଦ୍ବାରସ୍ଥ ହୋଇଥିଲା ୟୁକ୍ରେନ ।

ତେବେ ଉଲ୍ଲେଖନୀୟ କଥା ହେଉଛି, ଫେବୃଆରୀ 24ରେ ୟୁକ୍ରେନରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଅନ୍ତର୍ଜାତୀୟ ଅଦାଲତ ଦ୍ବାରା ଦିଆଯାଇଥିବା ଏହା ହେଉଛି ପ୍ରଥମ ରାୟ। ଅନ୍ୟପକ୍ଷରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ ଆଇସିଜେରେ ଋଷ ବିରୋଧରେ ଏପରି ରାୟ ଆସିବା ପରେ ଏହା ହେଉଛି ୟୁକ୍ରେନର ସମ୍ପୂର୍ଣ୍ଣ ବିଜୟ ହାସଲ ।

ଜେଲେନସ୍କି ଆହୁରି ମଧ୍ୟ କହିଛନ୍ତି ଯେ ଅନ୍ତର୍ଜାତୀୟ କୋର୍ଟରେ ଏହି ପ୍ରସଙ୍ଗରେ ଋଷ ଆକ୍ରମଣକୁ ନିନ୍ଦା କରାଯାଇଛି । ଆନ୍ତର୍ଜାତୀୟ ଆଇନ ଅନୁଯାୟୀ ଏହି ନିର୍ଦ୍ଦେଶ ବାଧ୍ୟତାମୂଳକ ଅଟେ । ରୁଷ ତୁରନ୍ତ ପାଳନ କରିବାକୁ ବାଧ୍ୟ ବୋଲି ମଧ୍ୟ ସେ ପୋଷଣ କରିଛନ୍ତି । ତେବେ ଦେଖିବାର କଥା ଯେ ତମାମ ଅନ୍ତର୍ଜାତୀୟ କଟକଣାକୁ ଖାତିର ନକରି ଯୁଦ୍ଧ ଜାରି ରଖିଥିବା ଋଷ ଏହି ନିର୍ଦ୍ଦେଶକୁ କିପରି ପାଳନ କରୁଛି ।

  • ଋଷ୍-ୟୁକ୍ରେନ୍ ଯୁଦ୍ଧକୁ ନେଇ ଅନ୍ତରାଷ୍ଟ୍ରୀୟ କୋର୍ଟ ICJର ନିଷ୍ପତ୍ତି
  • ନିଷ୍ପତ୍ତି ଉଭୟ ପକ୍ଷ ମାନିବାକୁ ବାଧ୍ୟ-ICJ
  • ୟୁକ୍ରେନ୍ ବିପକ୍ଷରେ ତୁରନ୍ତ ଯୁଦ୍ଧ ବନ୍ଦ କରୁ ରୁଷିଆ- ICJ
  • ରୁଷ୍ ସପକ୍ଷରେ କୌଣସି ରାଷ୍ଟ୍ର ସୈନ୍ୟ ପ୍ରେରଣ ନକରନ୍ତୁ - ICJ
  • ICJ ନିର୍ଦେଶକୁ ଅବମାନନା କଲେ ରୁଷିଆ ଏକ ଘରିକିଆ ହୋଇପାରେ: ଜେଲେନ୍‌‌ସ୍କି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.