ETV Bharat / bharat

ସିବିଆଇ ପକ୍ଷରୁ ଅନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ ପାଳିତ

author img

By

Published : Dec 12, 2022, 11:00 PM IST

କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ଅନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ ସମାରୋହ ଆୟୋଜିତ ହୋଇଯାଇଛି । ଏହି ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପ୍ରମୋଦ କୁମାର ମିଶ୍ର ଦୀକ୍ଷାନ୍ତ ଭାଷଣ ଦେଇଥିଲେ । ଏଥିସହିତ ସେ ଉତ୍କୃଷ୍ଟ ସେବା ପାଇଁ ୩୪ ଜଣ ସିବିଆଇ ଅଧିକାରୀଙ୍କୁ ପୁଲିସ ପଦକ ପ୍ରଦାନ କରିଥିଲେ । ଅଧିକ ପଢନ୍ତୁ

ସିବିଆଇ ପକ୍ଷରୁ ଅନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ ପାଳିତ
ସିବିଆଇ ପକ୍ଷରୁ ଅନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ ପାଳିତ

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ଅନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ ସମାରୋହ ଆୟୋଜିତ ହୋଇଯାଇଛି । ଏହି ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପ୍ରମୋଦ କୁମାର ମିଶ୍ର ଦୀକ୍ଷାନ୍ତ ଭାଷଣ ଦେଇଥିଲେ । ଏଥିସହିତ ସେ ଉତ୍କୃଷ୍ଟ ସେବା ପାଇଁ ୩୪ ଜଣ ସିବିଆଇ ଅଧିକାରୀଙ୍କୁ ପୁଲିସ ପଦକ ପ୍ରଦାନ କରିଥିଲେ ।

ସମାରୋହକୁ ସମ୍ବୋଧିତ କରି ଡକ୍ଟର ମିଶ୍ର ପଦକ ବିଜେତା ଓ ସେମାନଙ୍କ ପରିବାରବର୍ଗଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ ’’କହିଥିଲେ ଯେ ଦୁର୍ନୀତି ରୂପକ ଅପରାଧ ରୋକିବା ସମସ୍ତଙ୍କ ଅଧିକାର ଓ ଉତ୍ତରଦାୟିତ୍ବ । ବିଶେଷ କରି ସାଧାରଣ ନାଗରିକଙ୍କ ଉପରେ ଦୁର୍ନୀତିର ଅଧିକ ପ୍ରଭାବ ପଡିଥାଏ । ଗରିବ ଓ ଦୁର୍ବଳ ସମୁଦାୟ ଏହାର ସବୁଠୁ ଖରାପ ପ୍ରଭାବର ସମ୍ମୁଖିନ ହୋଇଛନ୍ତି । ଦୁର୍ନୀତି ସରକାରରେ ନିଷ୍କ୍ରିୟତାକୁ ପ୍ରୋତ୍ସାହନ ଦେଇଥାଏ ଓ ଆର୍ଥିକ ଅପରଗତା ଆଣିଥାଏ । ଦେଶର ସୁରକ୍ଷା ପ୍ରତି ଦୁର୍ନୀତି ମଧ୍ୟ ଗମ୍ଭୀର ବିପଦ ସୃଷ୍ଟି କରିଥାଏ । ଡକ୍ଟର ମିଶ୍ର କହିଥିଲେ ଯେ, ଛୋଟ ହେଉ କିମ୍ବା ବଡ ଦୁର୍ନୀତି ସବୁବେଳେ ଅନ୍ୟ କାହାର ଅଧିକାର ଛଡେଇ ନେଇଥାଏ ।’’

ଅନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସର ବିଷୟବସ୍ତୁ ରହିଛି ‘‘ୟୁଏନସିଏସି ଆଟ ୨୦ : ଦୁର୍ନୀତି ବିରୋଧରେ ବିଶ୍ବକୁ ଏକଜୁଟ କରିବା ।’’ ଏହା ଉପରେ ଡକ୍ଟର ମିଶ୍ର କହିଥିଲେ ଯେ, ଦୁର୍ନୀତିର ସାମଗ୍ରିକ ପ୍ରକୃତିକୁ ଦର୍ଶାଇଥାଏ ଏବଂ ସବୁ ଦେଶ ଏହା ବିରୋଧରେ ଏକଜୁଟ ହୋଇ ଲଢ଼ିବାର ସମୟ ଆସିଛି । ପ୍ରଶାସନ ଆରମ୍ଭ ହେବା ଦିନ ଠାରୁ ଦୁର୍ନୀତି ରହି ଆସିଛି । ଭାରତରେ ଉଦାରୀକରଣ ପରେ ଦୁର୍ନୀତି ପ୍ରକୃତି ଅତ୍ୟନ୍ତ ଜଟିଳ ହୋଇଯାଇଛି । ତେବେ ପ୍ରଯୁକ୍ତିର ବିକାଶ ସହିତ ଦୁର୍ନୀତି ନିବାରଣ ପାଇଁ ସୁଯୋଗ ବୃଦ୍ଧି ପାଇଛି । କିନ୍ତୁ କ୍ରିପ୍ଟୋକରେନ୍ସୀ ଭଳି କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ର ରହିଛି ଯେଉଁଠି ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଷ୍ଟକର ।

ଅଭିନବ ଦୁର୍ନୀତି ନିବାରଣ ସମାଧାନ ଉପରେ ଡକ୍ଟର ମିଶ୍ର ଗୁରୁତ୍ବାରୋପ କରିଥିଲେ । ଆଇନ ପ୍ରବର୍ତ୍ତନ ସଂସ୍ଥା ମାନଙ୍କ ମଧ୍ୟରେ ବାସ୍ତବ ସମୟରେ ସୂଚନା ବିନିମୟ ପାଇଁ ସେ ଆହ୍ବାନ କରିବା ସହିତ ସେ କହିଥିଲେ ଯେ ଆର୍ଥିକ ଅପରାଧ ସମେତ ବିଭିନ୍ନ ସୀମାପାର ଅପରାଧ ମୁକାବିଲା କ୍ଷେତ୍ରରେ ଭାରତ ଅଗ୍ରଣୀ ଭୂମିକା ନେବାକୁ ପ୍ରସ୍ତୁତ ରହିଛି । ସେ ଆହୁରି ମଧ୍ୟ କହିଥିଲେ ଯେ, ଭାରତ ଅନ୍ୟ ଦେଶ ଓ ସଂସ୍ଥା ସହିତ ସହଯୋଗ କରିବା ଲାଗି ପ୍ରସ୍ତୁତ ।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ କହିଥିଲେ ଯେ, ୨୦୧୪ ପରଠାରୁ ଦେଶରେ ଦୁର୍ନୀତି ବିରୋଧରେ ଶୂନ୍ୟସହନଶୀଳତା ନୀତି ଆପଣାଇବା ଲାଗି ସରକାର ଜରୁରୀ ଆଇନଗତ ବ୍ୟବସ୍ଥା କରିଛନ୍ତି । କଳାଧନ ଫେରାଇ ଆଣିବା ଲାଗି ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଥିଲା । ସରକାର କଳାଧନ (ଅପ୍ରକାଶିତ ବିଦେଶୀ ଆୟ ଓ ସମ୍ପତ୍ତି) ଏବଂ ଟିକସ ଆଇନ, ୨୦୧୫ ଭଳି ଅଧିକ ବ୍ୟାପକ ଓ କଠୋର ଆଇନ ଲାଗୁ କରିଥିଲେ । ବେନାମୀ କାରବାର (ନିରାକରଣ) ସଂଶୋଧନ ଆଇନ, ୨୦୧୬ ମଧ୍ୟ କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷଙ୍କୁ ସେମାନଙ୍କର ବେନାମୀ ସମ୍ପତ୍ତି ବ୍ୟାଜାପ୍ତ ଓ ଜବତ କରିବା ଲାଗି କ୍ଷମତା ଦେଇଥାଏ ।

ଦୁର୍ନୀତି ନିବାରଣ କ୍ଷେତ୍ରରେ ସିବିଆଇର ଭୂମିକାକୁ ଡକ୍ଟର ମିଶ୍ର ପ୍ରଶଂସା କରିଥିଲେ । ରେକର୍ଡ ସ୍ତରରେ ଦଣ୍ଡବିଧାନ ସହିତ ସିବିଆଇ ପ୍ରଭାବୀ ଢଙ୍ଗରେ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇ ସିବିଆଇ ନିର୍ଦ୍ଦେଶକ ସୁବୋଧ କୁମାର ଜୟସୱାଲ ପଦକ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଦୁର୍ନୀତି ମୁକାବିଲା ଉପରେ ଗୁରୁତ୍ବାରୋପ କରିଥିଲେ । ସେ କହିଥିଲେ ଯେ ନିକଟରେ ଇଣ୍ଟରପୋଲ ସାଧାରଣ ପରିଷଦର ବୈଠକ ଭାରତରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୯୫ଟି ଇଣ୍ଟରପୋଲ ସଦସ୍ୟ ରାଷ୍ଟ୍ର ଯୋଗ ଦେଇଥିଲେ । ସେମାନେ ସଂଗଠିତ ଅପରାଧ, ଦୁର୍ନୀତି, ଆର୍ଥିକ ଅପରାଧ ବିରୋଧରେ ଆପୋସ ସହଯୋଗ ବଢ଼ାଇବା ନେଇ ସହମତ ହୋଇଛନ୍ତି । ନିକଟରେ ସିବିଆଇ ଦ୍ବାରା କାର୍ଯ୍ୟକାରୀ କରାଯାଇଥିବା ଅପରେସନ ତ୍ରିଶୁଳ, ଗରୁଡ଼ ଓ ଚକ୍ରର ସଫଳତା ସମ୍ପର୍କରେ ସେ ଉଦାହରଣ ଦେଇଥିଲେ ।

ଡକ୍ଟର ମିଶ୍ର ଏହି ଅବସରରେ ୩୪ ଜଣ ସିବିଆଇ ଅଧିକାରୀ ଓ କର୍ମଚାରୀମାନଙ୍କୁ ଉତ୍କୃଷ୍ଟ ସେବା ପାଇଁ ପଦକ ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଦୁର୍ନୀତି ନିବାରଣ ଆୟୁକ୍ତ, କେନ୍ଦ୍ରୀୟ ଭିଜିଲାନ୍ସ ଆୟୁକ୍ତଗଣ, ଲୋକପାଳ ସଦସ୍ୟ, ୟୁପିଏସସି ଅଧ୍ୟକ୍ଷଙ୍କ ସହିତ ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀ, ବରିଷ୍ଠ ପୋଲିସ ଅଧିକାରୀ, ସିବିଆଇର ସମସ୍ତ ଶାଖା ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ । ସିବିଆଇର ସ୍ବତନ୍ତ୍ର ନିର୍ଦ୍ଦେଶକ ପ୍ରବୀଣ ସିହ୍ନା ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.