ETV Bharat / bharat

ଚିତପଟାଙ୍ଗ ହେବ ଶତ୍ରୁ, ଆସୁଛି INS Mormugao - ନୈସେନାରେ ସାମିଲ ହେବ ଆଇଏନଏସ ମୋର୍ମୁଗାଓ

ଆଜି ଭାରତୀୟ ନୌସେନାରେ ସାମିଲ ହେବ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ INS ମୋର୍ମୁଗାଓ । ସମୁଦ୍ର ପଥରେ ଶତ୍ରୁକୁ ମାତ୍ ଦେବ ଏହି ବିଧ୍ବଂସକାରୀ ଯୁଦ୍ଧଜାହାଜ । ଅଧିକ ପଢନ୍ତୁ

ନୈସେନାରେ ସାମିଲ ହେବ ଆଇଏନଏସ ମୋର୍ମୁଗାଓ
INS Mormugao
author img

By

Published : Dec 18, 2022, 7:16 AM IST

ନୂଆଦିଲ୍ଲୀ: ନୌସେନାକୁ ମିଳିବ ବଳ । ସମୁଦ୍ରରେ ଶତ୍ରୁ ହେବ ଚିତପଟ୍ଟାଙ୍ଗ । ଆଜି (ରବିବାର) ଭାରତୀୟ ନୌସେନାରେ ସାମିଲ ହେବ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନଏସ ମୋର୍ମୁଗାଓ (INS Mormugao) । ସମୁଦ୍ର ପଥରେ ଶତ୍ରୁକୁ ମାତ୍ ଦେବ ଏହି ପି15ବି ଷ୍ଟିଲଥ ମିଶାଇଲ ବିଧ୍ବଂସକାରୀ ଯୁଦ୍ଧଜାହାଜ । ଭାରତ ମହାସାଗରରେ ଚୀନର ଉପସ୍ଥିତିକୁ ଚ୍ୟାଲେଞ୍ଜ କରିବା ସହ ଭାରତୀୟ ନୌସେନାର ଶକ୍ତି ବୃଦ୍ଧି କରିବ ଆଇଏନଏସ ମୋର୍ମୁଗାଓ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନୌସେନା ଡକୟାର୍ଡ ମୁମ୍ବାଇରେ ଏହାକୁ ନୌସେନାରେ ସାମିଲ କରାଇବେ ।

ଏହି ଯୁଦ୍ଧପୋତରେ ସେନ୍ସର, ଆଧୁନିକ ରାଡାର ଏବଂ ସଠିକ ଲକ୍ଷ୍ୟ ଭେଦ କରିପାରୁଥିବା କ୍ଷେପଣାସ୍ତ୍ର ପ୍ରଣାଳୀର ବ୍ୟବସ୍ଥା ରହିଛି । 163 ମିଟର ଲମ୍ବ ଓ 17ମିଟର ପ୍ରସ୍ଥ ବିଶିଷ୍ଟ ଏହି ଯୁଦ୍ଧପୋତକୁ ଜଳବତରଣ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ପଶ୍ଚିମ ତଟସ୍ଥିତ ଐତିହାସିକ ଗୋଆର ବନ୍ଦର ନଗରୀ ମାରର୍ମୁରାଓର ନାମ ଅନୁଯାୟୀ ଏହି ଯୁଦ୍ଧପୋତର ନାମକରଣ କରାଯାଇଛି । ଆତ୍ମନିର୍ଭର ଭାରତ ଅଭିଯାନ ଅନୁଯାୟୀ ସ୍ବଦେଶୀ ମୋର୍ମୁଗାଓକୁ ଭାରତୀୟ ନୌସେନା ଡିଜାଇନ ଦ୍ବାରା ନିର୍ମାଣ କରାଯାଇଛି । ମାଜଗାନ୍ ଡକ ସିପିଆନ ଲିମିଟେଡ ଦ୍ବାରା ଏହା ନିର୍ମିତ ହୋଇଛି ।

ଏହା ବି ପଢନ୍ତୁ...ଚର୍ଚ୍ଚାରେ ଶହଡୋଲ ସ୍କୁଲ, ପଢୁଥିବା ଛାତ୍ରୀ କରନ୍ତି ଅଜବ ଆଚରଣ

ଏହି ଯୁଦ୍ଧପୋତ ପରମାଣୁ, ଜୈବିକ ଓ ରସାୟନିକ ଯୁଦ୍ଧ ପାଇଁ ପୂର୍ଣ୍ଣ ସକ୍ଷମ । ଏହା 4ଟି ଗ୍ୟାସ ଟର୍ବାଇନ ଦ୍ବାରା ଘଣ୍ଟାକୁ 30 ମାଇଲରୁ ଅଧିକ ବେଗରେ ସମୁଦ୍ରରେ ଗତି କରିପାରିବ । ଏହାର ଓଜନ 7 ହଜାର 400ଟନ । ଏଥିରେ ରକେଟ ଲଞ୍ଚର ଓ ହେଲିକପ୍ଟର ରହିବାର ବ୍ୟବସ୍ଥା କରାଯାଇଛି । ଭାରତ ମହାସାଗରରେ ଚୀନର କାୟା ବିସ୍ଥାରକୁ ଦୃ୍ଷ୍ଟିରେ ରଖି ଭାରତ ତାର କ୍ଷମତା ବୃଦ୍ଧି କରିବାରେ ଆଇଏନଏଲ ମୋର୍ମୁଗାଓ ସହାୟକ ହେବ । 2011ରେ ଏହାକୁ ନିର୍ମାଣ କରିବାକୁ ଚୁକ୍ତି ହୋଇଥିଲା । 2016ରେ ଏହାର ଜଳାବତରଣ ହୋଇଥିଲା । ବର୍ତ୍ତମାନ ଏହାକୁ ସମସ୍ତ ଉପକରଣ ସହ ନୌସେନାରେ ସାମିଲ କରାଯିବ । ଏହାର ବିଶେଷତ୍ବ ହେଉଛି ଏଥିରେ ବ୍ରହ୍ମାସ୍ତ୍ର ଏବଂ ବରାକ-8 ଭଳି ମିସାଇଲ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.