ETV Bharat / bharat

କୋଭିଡ ରିଲିଫ୍ ସାମଗ୍ରୀ ନେଇ ବିଶାଖାପାଟଣାରେ ପହଞ୍ଚିଲା INS ଐରାବତ୍ - ବିଶାଖାପାଟଣାରେ ପହଞ୍ଚିଲା INS ଐରାବତ୍

କୋରୋନା ମହାମାରୀର ଦ୍ବିତୀୟ ଲହର ପାଇଁ ‘ସମୁଦ୍ର ସେତୁ-2’ ଅପରେସନ ଆରମ୍ଭ ହୋଇଛି । ଦେଶକୁ ମହାମାରୀ ଲଢେଇରେ ସାହାଯ୍ୟ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛି ଭାରତୀୟ ନୌସେନା । ଅଧିକ ପଢନ୍ତୁ...

କୋଭିଡ ରିଲିଫ୍ ସାମଗ୍ରୀ ସହ ବିଶାଖାପାଟଣାରେ ପହଞ୍ଚିଲା INS ଐରାବତ୍

author img

By

Published : Jun 4, 2021, 12:34 PM IST

ବିଶାଖାପାଟଣା: କୋରୋନା ମହାମାରୀର ଦ୍ବିତୀୟ ଲହର ପାଇଁ ‘ସମୁଦ୍ର ସେତୁ-2’ ଅପରେସନ ଆରମ୍ଭ ହୋଇଛି । ଦେଶକୁ ମହାମାରୀ ଲଢେଇରେ ସାହାଯ୍ୟ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛି ଭାରତୀୟ ନୌସେନା । ଭାରତୀୟ ନୌସେନା ଜାହାଜ ଐରାବତ ଗୁରୁବାର ବିଶାଖାପାଟଣାରେ ତରଳ ମେଡିକାଲ୍ ଅମ୍ଳଜାନ (LMO), ଅମ୍ଳଜାନ ସିଲିଣ୍ଡର ନେଇ ପହଞ୍ଚିଛି । ଭିଏତନାମ ଏବଂ ସିଙ୍ଗାପୁରରୁ ଭେଣ୍ଟିଲେଟର ସମେତ କୋଭିଡ ରିଲିଫ୍ ସାମଗ୍ରୀ ନେଇ ପହଞ୍ଚିଛି INS ଐରାବତ୍ ।

କୋଭିଡ ରିଲିଫ୍ ସାମଗ୍ରୀ ସହ ବିଶାଖାପାଟଣାରେ ପହଞ୍ଚିଲା INS ଐରାବତ୍

7ଟି କ୍ରାୟୋଜେନିକ୍ ଅମ୍ଳଜାନ ଟ୍ୟାଙ୍କରେ 158 MT ତରଳ ମେଡିକାଲ ଅମ୍ଳଜାନ, 2722 ଅମ୍ଳଜାନ ସିଲିଣ୍ଡର ସମେତ ଭିଏତନାମ ଏବଂ ସିଙ୍ଗାପୁରରୁ 10 ଭେଣ୍ଟିଲେଟର ନେଇ ପହଞ୍ଚିଛି ଐରାବତ୍ । ଏହାପୂର୍ବରୁ ମେ 10ରେ INS ଐରାବତ୍ 8ଟି କ୍ରାୟୋଜେନିକ୍ ଅମ୍ଳଜାନ ଟ୍ୟାଙ୍କର ଏବଂ ପ୍ରାୟ 4,000 ଅମ୍ଳଜାନ ସିଲିଣ୍ଡର ସହ ବିଶାଖାପାଟଣାରେ ପହଞ୍ଚିଥିଲା ।

ସେହିପରି INS ଶାର୍ଦ୍ଦୁଲ ଗୁରୁବାର 80 ମେଟ୍ରିକ୍ ଟନ୍ ତରଳ ଅମ୍ଲଜାନ ସହିତ କୋଚିରେ ପହଞ୍ଚିଥିଲା । INS ତାରକାଶ ଅପରେସନ୍ ସାମୁଦ୍ର ସେତୁ-୨ର ଅଂଶ ଭାବରେ ମେ 24 ରେ କତାରରୁ 40 ମେଟ୍ରିକ୍ ଟନ୍ ତରଳ ମେଡିକାଲ୍ ଅମ୍ଳଜାନ (LMO) ନେଇ ମୁମ୍ବାଇରେ ପହଞ୍ଚିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.