ETV Bharat / bharat

ଶାଶୂଘରେ ମହିଳା ନିର୍ଯାତିତ ହେଲେ ସ୍ବାମୀ ଦାୟୀ: ସୁପ୍ରିମକୋର୍ଟ - Injuries Inflicted on Wife in Matrimonial House

ଶାଶୂଘରେ ମହିଳାଙ୍କ ପ୍ରତି କୌଣସି ପ୍ରକାର ଶାରୀରିକ ଆଘାତ ଆସିଲେ, ସେଥିପାଇଁ ସ୍ବାମୀ ହିଁ ଦାୟୀ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି। ଏପରିକି କୌଣସି ସମ୍ପର୍କୀୟଙ୍କ ଦ୍ବାରା ଏପରି ଆଘାତ ପହଞ୍ଚାଇଲେ ବି ସ୍ବାମୀ ସେଥିପାଇଁ ଉତ୍ତରଦାୟୀ ରହିବେ ବୋଲି ଏକ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଟିପ୍ପଣୀ କରିଛନ୍ତି। ଅଧିକ ପଢନ୍ତୁ...

ଶାଶୂଘରେ ମହିଳାଙ୍କ ପ୍ରତି ନିର୍ଯାତନା ପାଇଁ ସ୍ବାମୀ ହିଁ ଦାୟୀ: ସୁପ୍ରିମକୋର୍ଟ

author img

By

Published : Mar 10, 2021, 12:52 PM IST

ନୂଆଦିଲ୍ଲୀ: ଶାଶୂଘରେ ମହିଳାଙ୍କ ପ୍ରତି କୌଣସି ପ୍ରକାର ଶାରୀରିକ ଆଘାତ ଆସିଲେ, ସେଥିପାଇଁ ସ୍ବାମୀ ହିଁ ଦାୟୀ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି। ଏପରିକି କୌଣସି ସମ୍ପର୍କୀୟଙ୍କ ଦ୍ବାରା ଏପରି ଆଘାତ ପହଞ୍ଚାଇଲେ ବି ସ୍ବାମୀ ସେଥିପାଇଁ ଉତ୍ତରଦାୟୀ ରହିବେ ବୋଲି ଏକ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଟିପ୍ପଣୀ କରିଛନ୍ତି। ଏଥି ସହିତ ଗିରଫକୁ ଏଡ଼ାଇବା ଲାଗି ଆଗୁଆ ଜାମିନ ଲୋଡ଼ିଥିବା ସ୍ବାମୀଙ୍କ ଆବେଦନକୁ ଅଦାଲତ ଖାରଜ କରିଦେଇଛନ୍ତି।

ସୂଚନାମୁତାବକ, ଗତ ବର୍ଷ ଜୁନ୍ ମାସରେ ଜଣେ ମହିଳା ଜଣକ ତାଙ୍କ ସ୍ବାମୀଙ୍କ ସମେତ ଶାଶୂ ଓ ଶ୍ବଶୁର ତାଙ୍କୁ ଯୌତୁକ ନିର୍ଯାତନା ଦେଇ ଭୀଷଣ ମାରଧର କରୁଥିବା ନେଇ ଲୁଧିଆନା ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଏପରିକି ତାଙ୍କ ସ୍ବାମୀ ତାଙ୍କୁ ତଣ୍ଟି ଚିପି ମାରିଦେବାକୁ ବସିଥିବା ବେଳେ ତାଙ୍କ ଶାଶୂ ଓ ଶ୍ବଶୁର ମଧ୍ୟ ସେଥିରେ ସହଯୋଗ କରି ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ତାଙ୍କୁ ରାସ୍ତା କଡ଼ରେ ଫିଙ୍ଗି ଦେଇଥିଲେ ବୋଲି ସେ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ। ଏହାସହ ଗର୍ଭପାତ କରିବାକୁ ବାଧ୍ୟ ମଧ୍ୟ କରାଉଥିଲେ । ତେବେ ଏହି ମାମଲାରେ ପଞ୍ଜାବ ଓ ହରିଆଣା ହାଇକୋର୍ଟ ଅଭିଯୁକ୍ତ ସ୍ବାମୀଙ୍କୁ ଅନ୍ତରୀଣ ଜାମିନ ଦେବାକୁ ମନା କରି ଦେଇଥିବା ବେଳେ ସେ ସୁପ୍ରିମକୋର୍ଟର ଆଶ୍ରୟ ନେଇଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.