ETV Bharat / bharat

ମରିଗଲା ମାନବିକତା: ମୃତଦେହ ନେବାକୁ ଆମ୍ବୁଲାନ୍ସ ମାଗିଲା ଟଙ୍କା, ପୁଅକୁ କାନ୍ଧେଇ ନେଲେ ବାପା

author img

By

Published : Apr 27, 2022, 1:36 PM IST

ପୁଅର ମୃତଦେହକୁ ନେବାକୁ ମନା କରିଦେଲା ଆମ୍ବୁଲାନ୍ସ । ଏହା ବଦଳରେ ଟଙ୍କା ମାଗିଥିଲା । ଯାହା ଦେବାକୁ ବାପା ସକ୍ଷମ ନଥିଲା । ଫଳରେ ପୁଅର ମୃତଦେହକୁ ବାଇକରେ ଘରକୁ ନେଲା ବାପା । ଏପରି ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ତିରୁପତିରେ । ଅଧିକ ପଢନ୍ତୁ

ମୃତଦେହ ନେବା ବଦଳରେ ଟଙ୍କା ମାଗିଲେ ଆମ୍ବୁଲାନ୍ସ ଡ୍ରାଇଭର

ଅମରାବାତୀ: ସମସ୍ତେ ଦେଖୁଥିଲେ । ଖାଲି ପରସ୍ପରକୁ ଚାହୁଁଥିଲେ । କେହି କିଛି ପ୍ରୟାସ କରୁନଥିଲେ କେବଳ ଦେଖେଣାହାରୀ ପାଲଟିଥିଲେ । ଆମ୍ବୁଲାନ୍ସ ଥିଲା ହେଲେ କିଛି ଲାଭ ନାହିଁ । ପିଲାକୁ ହରାଇ କୋହକୁ ଛାତି ତଳେ ଚାପି ଥିବା ବାପାର ଦୁଃଖ କେବଳ ତାଙ୍କୁ ହିଁ ଜଣା । ପୁଅର ମୃତଦେହକୁ ନେବାକୁ ମନା କରିଦେଲା ଆମ୍ବୁଲାନ୍ସ । ଏହା ବଦଳରେ ଟଙ୍କା ମାଗିଥିଲା । ଯାହା ଦେବାକୁ ବାପା ସକ୍ଷମ ନଥିଲା । ଫଳରେ ପୁଅର ମୃତଦେହକୁ ବାଇକରେ ଘରକୁ ନେଲା ବାପା । ଏପରି ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ତିରୁପତିରେ ।

ଘଟଣା ବିସ୍ତୃତରେ...

ଆନ୍ନାମାୟା ଚିତଭେଲୁରେ ଥିବା ଏକ ଆମ୍ବ ବଗିଚାରେ ଜଣେ ବ୍ୟକ୍ତି ଶ୍ରମିକ ଭାବେ କାର୍ଯ୍ୟ କରନ୍ତି । ତାଙ୍କ ପୁଅ ଜୈଶୱାର କିଡନୀଜନିତ ସମସ୍ୟା ରହିଥିଲା । ଫଳରେ ମଙ୍ଗଳବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । ରୁଇଆ ହସ୍ପିଟାଲ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ବାଳକଟିର ମୃତଦେହକୁ ତିରୁପତିଠୁ 90 କିଲୋମିଟର ଦୂରକୁ ଚିତଭେଲୁକୁ ଆଣିବାରୁ କହିଥିଲେ। ଏହାର ମୂଲ୍ୟ ୧୦, ୦୦୦ ଟଙ୍କା ହେବ ବୋଲି ଆମ୍ବୁଲାନ୍ସ ଡ୍ରାଇଭର କହିଥିଲେ । ଯାହା ଦେବା ଅସହାୟ ବାପା ପାଇଁ ସମ୍ଭବ ନଥିଲା । ଫଳରେ ନିରୁପାୟ ହୋଇ ତାଙ୍କ ସମ୍ପର୍କୀୟଙ୍କୁ ଫୋନ କରିଥିଲେ ବ୍ୟକ୍ତି ଜଣଙ୍କ । ଆଉ ବାଇକରେ ପୁଅର ମୃତଦେହକୁ ନେଇଥିଲେ ।

ସ୍ଥାନୀୟ ଲୋକ କହିଛନ୍ତି ଏହି ପରି ଘଟଣା କିଛି ନୂଆ ନୁହେଁ । ବିଗତ ଦିନରେ ଏହିପରି ଘଟଣାମାନ ଦେଖିବାକୁ ମିଳିଛି । ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଏପରି କାର୍ଯ୍ୟକୁ ରୋକିବାକୁ ପୋଲିସ କି ପ୍ରଶାସନ ପକ୍ଷରୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ ହୋଇଛି । ଓଡିଶାର ଦାନ ମାଝୀ କଥା କାହାକୁ ଅଛପା । ସ୍ତ୍ରୀ ମୃତଦେହକୁ କାନ୍ଧରେ ବୋହିବା ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲା । ଗରିବଙ୍କ ପାଇଁ ସରକାରଙ୍କ ମାଳମାଳ ଯୋଜନା ବ୍ୟବସ୍ଥା ହେଲେ ସବୁ ଥାଇ ବି ଆଜି ଅବ୍ୟବସ୍ଥାରେ ଅନେକଙ୍କ ଜୀବନ ବିତୁଛି । ବାସ୍ତବରେ କଣ ଗରିବଙ୍କ ପାଖରେ ଯୋଜନା ପହଞ୍ଚୁଛି ସେମାନେ କଣ ସତରେ ଯୋଜନାରୁ ଉପକୃତ ହେଉଛନ୍ତି ଏହା ଏବେ ବଡ ପ୍ରଶ୍ନ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.